ETV Bharat / state

ଓଡିଆ IPSଙ୍କୁ ସିବିଆଇ ଦାୟିତ୍ବ , CBIର DIG ହେଲେ ସାରା ଶର୍ମା

author img

By ETV Bharat Odisha Team

Published : Mar 15, 2024, 10:05 PM IST

IPS Sarah Sharm Appointed as CBI DIG: କେନ୍ଦ୍ରର ସରକାର ଓଡ଼ିଶା କ୍ୟାଡେଟର ୨୦୧୦ ବ୍ୟାଚର ଲେଡି ଆଇପିଏସ ସାରା ଶର୍ମାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ଓଡିଆ IPSଙ୍କୁ ସିବିଆଇ ଦାୟିତ୍ବ , CBIର DIG ହେଲେ ସାରା ଶର୍ମା
ଓଡିଆ IPSଙ୍କୁ ସିବିଆଇ ଦାୟିତ୍ବ , CBIର DIG ହେଲେ ସାରା ଶର୍ମା

ଭୁବନେଶ୍ବର: ଓଡିଆ IPSଙ୍କୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଭାର । ସିବିଆଇର ଡିଆଇଜି ନିଯୁକ୍ତ ହେଲେ ସାରା ଶର୍ମା । ୨୦୧୦ବ୍ୟାଚର ଲେଡି ଆଇପିଏସଙ୍କୁ ମିଳିଛି ଗୁରୁପୂର୍ଣ୍ଣ ଦାୟିତ୍ବ । ମଣିପୁର ହିଂସା ଘଟଣା ପରଠୁ ସେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ କେନ୍ଦ୍ର ସରକାର ନିର୍ଦ୍ଦେଶକ୍ରମେ ମଣିପୁରରେ ଦାୟିତ୍ବରେ ରହିଛନ୍ତି । ସେପଟେ କେନ୍ଦ୍ର ସରକାର CBIର DIG ଭାବେ ନିଯୁକ୍ତ କରିଛନ୍ତି ।ତେବେ ରାଜ୍ୟରେ ଚିଟଫଣ୍ଡ କେଳେଙ୍କାରୀ ମାମଲାର ତଦନ୍ତ କରୁଛି ସିବିଆଇ । ଏହାରି ଭିତରେ ସିବିଆଇରର ଡିଆଇଜି ଭାବେ ନବ ନିଯୁକ୍ତ ହୋଇଛନ୍ତି ସାରା ଶର୍ମା । ୨୦୧୦ ବ୍ୟାଚର ଏହି ଲେଡି ସିଙ୍ଘମଙ୍କୁ ଏଭଳି ଗୁରୁ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ଖୁବଶୀଘ୍ର ସେ ଦାୟିତ୍ବ ଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

ଗଜପତି ଏସପିଠୁ ଆରମ୍ଭ କରି ଭିଜିଲାନ୍ସ ଏସପି ଭାବେ ଦାୟିତ୍ବ ନିର୍ବାହ କରିଥିବା ସାରା ଶର୍ମା ଏବେ ସମ୍ଭାଳିବେ ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ଗୁରୁ ଦାୟିତ୍ବ । କେନ୍ଦ୍ର ସରକାର ସାରା ଶର୍ମାଙ୍କ ଉପରେ ଆସ୍ଥା ପ୍ରକଟ କରି ଏଭଳି ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଏନେଇ କେନ୍ଦ୍ରୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ସାରା ଶର୍ମାଙ୍କ ଡେପୁଟେସନରେ ଯିବାପାଇ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଆଗକୁ ନିର୍ବାଚନ ରହିଥିବା ବେଳେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସେ ଦାୟିତ୍ବ ଭାର ନେବେ ବୋଲି ଅନୁମାନ କରାଯାଉଛି ।

ତେବେ ସେ ଗଜପତି ଏସପି ଭାବେ କାର୍ଯ୍ୟ କରୁଥିବା ସମୟରେ ଲୋକଙ୍କ ସହ ମିଶି କାମ କରିବାର ଅନୁଭୁତି ବେସ ନିଆରା ରହିଛି । ଏପରିକି ଲୋକଙ୍କ ଅଭିଯୋଗ ଓ ସମାଧାନ କରିବାରେ ଧ୍ୟାନ ଦେଉଥିବା ସାରା ଶର୍ମା, ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ । ପରେ ତାଙ୍କୁ ଭିଜିଲାନ୍ସ ଏସପି ଭାବେ ଦାୟିତ୍ବ ମିଳିଥିଲା ।ପରେ ସେ ସମ୍ବଲପୁର ଏସପି ଭାବେ ଦାୟିତ୍ବ ତୁଲାଇଥିଲେ । ଦୁର୍ନିତି ଖୋର ସରକାରୀ ଅଧିକାରୀଙ୍କୁ ଧରିବା ଓ ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତିର ଖୋଳତାଡ କରି ଆକ୍ସନ ନେବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....ମାଲକାନଗିରିରେ ଆତ୍ମସମର୍ପଣ କଲେ ଛତିଶଗଡର ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ

ସେହପରି ସାରା ଶର୍ମା ପୂର୍ବରୁ ଅନେକ ପବ୍ଲିକ ଫ୍ରେଣ୍ଡଲି କାର୍ଯ୍ୟ ପାଇଁ ବେଶ ଚର୍ଚ୍ଚାରେ ଥିଲେ । ତେବେ ସିବିଆଇ ଦାୟିତ୍ବ ଭାର ନେବା ପରେ ତାଙ୍କ ପାଇଁ ଚିଟଫଣ୍ଡ ତଦନ୍ତଠୁ ଆରମ୍ଭ କରି ବଡ଼ବଡ଼ ଠକେଇ ଓ କ୍ରାଇମ୍ ଏବଂ ସାଧାରଣ ନିର୍ବାଚନ ରହିଥିବାରୁ ଗୁରୁ ଦାୟିତ୍ବ ତୁଲାଇବା ଚାଲେଞ୍ଜ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.