ETV Bharat / state

ରାଉରକେଲାର ନୂତନ ଏସପି ଭାବରେ ଦାୟୁତ୍ବ ଗ୍ରହଣ କଲେ ବ୍ରିଜେଶ କୁମାର ରାୟ - Rourkela New SP

Rourkela New SP Brijesh Kumar Rai: ରାଉରକେଲା ନୂତନ ଏସପି ଭାବରେ ଦାୟୁତ୍ବ ଗ୍ରହଣ କଲେ ଆଇପିଏସ ବ୍ରିଜେଶ କୁମାର ରାୟ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 6, 2024, 9:45 PM IST

ବ୍ରିଜେଶ କୁମାର ରାୟ
ବ୍ରିଜେଶ କୁମାର ରାୟ
ବ୍ରିଜେଶ କୁମାର ରାୟ

ରାଉରକେଲା: ବଦଳିଲେ ରାଉରକେଲା ଏସପି ଆଇପିଏସ ମିତ୍ରଭାନୁ ମହାପାତ୍ର । ତାଙ୍କ ସ୍ଥାନରେ ରାଉରକେଲା ଜିଲ୍ଲା ପୋଲିସର ମଙ୍ଗ ଧରିଛନ୍ତି ଆଇପିଏସ ବ୍ରିଜେଶ କୁମାର ରାୟ । ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବ୍ରିଜେଶ ରାୟ । ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ ମାଓ ପ୍ରବଣ ଅଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଏବଂ ସହରରେ କିଭକି ଶୃଙ୍ଖଳିତ ଭାବରେ ନିର୍ବାଚନ ହେବ ତାହା ଉପରେ କାର୍ଯ୍ୟ କରିବା ନେଇ କହିଛନ୍ତି ବ୍ରିଜେଶ ରାୟ ।

ରାଉରକେଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ବ ନେଇଛନ୍ତି ବ୍ରିଜେଶ କୁମାର ରାୟ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଆଜି ଠାରୁ ରାଉରକେଲାର ଆରକ୍ଷୀ ଅଧ୍ୟକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ବ୍ରିଜେଶ ରାୟ । ନିଜର ନୀତି ନିୟମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ବ୍ରିଜେଶ ରାୟ । ଏହା ପୂର୍ବରୁ ସେ କଟକ ଏବଂ ଭୁବନେଶ୍ୱର ଅତିରିକ୍ତ କମିଶନର ଭାବରେ ନିଯୁକ୍ତ ଥିଲେ । ଆଜି ରାଉରକେଲା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ବିଧିବଦ୍ଧ ଭାବରେ ପୂର୍ବର ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି ବ୍ରିଜେଶ ରାୟ । ୨୦୨୩ ମସିହା ମେ' ମାସରେ ରାଉରକେଲାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ମିତ୍ରଭାନୁ ମହାପାତ୍ର ।

ତେବେ ରାଉରକେଲା ସହର ସହ ରାଉରକେଲା ପୋଲିସ ଅଧିନରେ ଆସୁଥିବା ବିଭିନ୍ନ ଥାନା ଯଥା ବିଶ୍ରା, ବନ୍ଧୁମୁଣ୍ଡା, ଲାଠିକଟା, ଲହୁଣୀପଡା, ଚାନ୍ଦିପୋଷ, ବଣାଇ, କୋଇଡା, କେ. ବଲାଙ୍ଗ, ଟାଙ୍ଗର ପାଲ୍ଲୀ, ମହୁଳପଦା ଏବଂ ଟିକାୟତ ପାଲ୍ଲୀ ଓ ଗୁରୁଣ୍ଡିଆ ଭଳି ମୋଟ ୨୩ଟି ଥାନା ରାଉରକେଲା ଜିଲ୍ଲା ପୋଲିସ ଅଧୀନରେ ରହିଛି । ତେବେ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ରାଉରକେଲା ତାଙ୍କ ପାଇଁ ନୂଆ ନୁହେଁ ବୋଲି କହିବା ସହ ପୋଲିସ ବ୍ୟବସ୍ଥାକୁ ଲୋକାଭିମୁଖୀ ଏବଂ ସହଜରେ ଲୋକଙ୍କ ପାଖରେ ପହଞ୍ଚିବା ତାଙ୍କର ପ୍ରମୁଖ କାର୍ଯ୍ୟ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ଏହା ସହିତ ରାଉରକେଲାରେ ରହିଥ‌ିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ନୂତନ ଏସପି ।

ଏହା ମଧ୍ୟ ପଢ଼ନ୍ତୁ...କମିଶନରେଟ୍ ପୋଲିସର ୧୬ତମ ପ୍ରତିଷ୍ଠା ଦିବସ ପାଳିତ

ଆଉ କିଛି ଦିନ ପରେ ସୁନ୍ଦରଗଡ଼ ଜିଲ୍ଲାରେ ନିର୍ବାଚନ ହେବାକୁ ଯାଉଛି । ରାଉରକେଲା ପୋଲିସ ଅଧୀନରେ ଆସୁଥିବା ବିଭିନ୍ନ ଅଞ୍ଚଳରେ ଅନେକ ସମୟରେ ଅପରାଧୀ କାର୍ଯ୍ୟକଳାପ ଦେଖିବାକୁ ମିଳିଥାଏ । ଏହାସହ ରାଉରକେଲା ପୋଲିସ ଅଧୀନର କିଛି ଅଞ୍ଚଳ ଝାଡଖଣ୍ଡ ସୀମାନ୍ତ ବର୍ତ୍ତୀ ଓ ଆପହଞ୍ଚ ଅଞ୍ଚଳ ହୋଇଥିବାରୁ ଏହି ସମସ୍ତ ଜାଗାରେ କିଭଳି ଅପରାଧୀକ କାର୍ଯ୍ୟକଳାପ ନିୟନ୍ତ୍ରଣ ରହିବ ଏବଂ ନାଇଟ ପାଟ୍ରୋଲିଂକୁ କଡାକଡ୍ଡି କରାଯିବ ବୋଲି କହିଛନ୍ତି ବ୍ରିଜେଶ କୁମାର ରାୟ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.