ETV Bharat / state

ସୁସ୍ଥ ଓଡ଼ିଶା ଗଠନ କରିବାରେ ଯୋଗ ସହାୟକ ହେବ: ମୁଖ୍ୟମନ୍ତ୍ରୀ - INTERNATIONAL DAY OF YOGA

author img

By ETV Bharat Odisha Team

Published : Jun 21, 2024, 12:06 PM IST

Updated : Jun 21, 2024, 1:47 PM IST

Odisha CM attends Yoga Day: କଳିଙ୍ଗ ଷ୍ଟାଡିୟମରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ। ରାଜ୍ୟ ସ୍ତରୀୟ ଯୋଗ ଦିବସରେ ସାମିଲ ହୋଇ ଯୋଗ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଧିକ ପଢନ୍ତୁ

CM Mohan Majhi
CM Mohan Majhi (ETV BHARAT ODISHA)
INTERNATIONAL DAY OF YOGA (ETV BHARAT ODISHA)

ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗମୁଦ୍ରାରେ ରାଜଧାନୀ । କଳିଙ୍ଗ ଷ୍ଟାଡିୟମରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ଯୋଗ ଦିବସ । ଏଥିରେ ସାମିଲ ହୋଇ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯୋଗକୁ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବାକୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଥିଲେ, ''ଆଗାମୀ ଦିନ ମାନଙ୍କରେ ସରକାରଙ୍କୁ ସୁସ୍ଥ ରଖିବାକୁ ଯୋଗ କାର୍ଯ୍ୟକ୍ରମ ହେବ । ଯୋଗକୁ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର କରିବାରେ ପ୍ରଧାମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସୁସ୍ଥ ଓଡ଼ିଶା ଗଠନ କରିବାରେ ଯୋଗ ସହାୟକ ହେବ ।'' ଯୋଗ ଦିବସର ଥିମ୍‌କୁ ନେଇ ମୁଖ୍ୟମନ୍ତ୍ରୀ ବୁଝାଇବା ସହ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ଥିବାରୁ ସମସ୍ତ ବିଭାଗକୁ ଧନ୍ୟବାଦ ଜାଣିଥିଲେ ।

ଏହା ମଧ୍ୟ ପଢନ୍ତୁ-ସୁସ୍ଥ ଜୀବନ ପାଇଁ ଯୋଗାସନ, ଯୋଗ ମୁଦ୍ରାରେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି - International Yoga Day 2024

କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ସହ ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗୀୟ ସଚିବ, ଜାତୀୟ ଅନ୍ତର୍ଜାତୀୟ କ୍ରୀଡ଼ାବିତ, ପୋଲିସ କମିଶନର, ଅଭିନେତା, ଅଭିନେତ୍ରୀ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ରାଜ୍ୟ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗ ପ୍ରଦର୍ଶନ କରିଥିଲେ । ଯୋଗ ଗୁରୁ ଉପସ୍ଥିତ ରହି ସମସ୍ତଙ୍କୁ ଯୋଗ ଶିଖାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ନିଜ ପାଇଁ ସମାଜ ପାଇଁ ଯୋଗ ଚଳିତ ବର୍ଷର ଅନୁଚିନ୍ତା ରହିଥିବା ବେଳେ ସମାଜର ସୁସ୍ଥତା ଓ ମଙ୍ଗଳ ପାଇଁ ଯୋଗ କରିଛି ଓଡ଼ିଶା ।

International Yoga Day
ଯୋଗ କରୁଛନ୍ତି ନେତାମନ୍ତ୍ରୀ (ETV BHARAT ODISHA)
ସେହିପରି କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି, ''ଭାରତୀୟମାନେ ଦେବାରେ ବିଶ୍ୱାସ କରନ୍ତି । ଆମେ 'ଶୂନ' ଆବିଷ୍କାର କରି ବିଶ୍ୱକୁ ଦେଇଛୁ । ପ୍ରଧାନମନ୍ତ୍ରୀ ପୁନର୍ବାର ଯୋଗକୁ ଉଜ୍ଜୀବିତ କରିବାରେ ପ୍ରଧାନ ଭୂମିକା ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ପରାମର୍ଶରେ ବିଭିନ୍ନ ଐତିହାସିକ ଜାଗାରେ ଆଜି ଯୋଗ ଦିବସ ଖୁବ ଆଡମ୍ବରରେ ପାଳନ କରାଯାଇଛି । ଏହି ସରକାରକୁ ସୁସ୍ଥତାର ସହ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗଦିବସ ପାଳନ କରିବାର ଭୂମିକା ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ 2036 ସୁଦ୍ଧା ଓଡ଼ିଶାକୁ ସ୍ୱତନ୍ତ୍ର ଓ ସମୃଦ୍ଧ କରିବା ଲକ୍ଷ୍ୟ ରହିଛି । ଏଥିପାଇଁ ଓଡ଼ିଆ ମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ ସେହି ବାର୍ତ୍ତା ନେଇ ଆଜିର ଯୋଗ ଦିବସ ପାଳନ କରାଯାଇଛି ।
International Yoga Day
କୁନି ପିଲାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ମୋହନ (ETV BHARAT ODISHA)
ଅନ୍ୟପଟେ ଏହି ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ପଟ୍ଟଚିତ୍ର ଦେଇଛନ୍ତି କୁନି ଚିତ୍ରଶିଳ୍ପୀ ଅସୀମା ସ୍ୱାଇଁ । ଅବଢା କୋଡୁଆରେ ଜଗନ୍ନାଥ ଓ ସ୍ୱସ୍ତିକ ଚିହ୍ନର ଏକ ଚିତ୍ରକଳା ପ୍ରଦାନ କରିଥିବା ବେଳେ ଶୁଭ ପାଇଁ ଗୁଆ କଉଡି ପୁରାଇ କୋଡୁଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି କୁନୀ ଶିଳ୍ପୀ ।ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 21, 2024, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.