ETV Bharat / state

କୋରାପୁଟରେ ଜୈବ ବିବିଧତା ଉପରେ ଅନ୍ତର୍ଜାତୀୟ ଆଲୋଚନାଚକ୍ର, ସାମିଲ ହେଲେ ବିଦେଶୀ ପ୍ରତିନିଧି - seminar on biodiversity

SEMINAR ON BIODIVERSITY:କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେଲା ଦୁଇ ଦିନିଆ 'ଜୈବ ବିବିଧତା ଏବଂ କୃଷିର ସାମ୍ପ୍ରତିକ ଅଗ୍ରଗତି" ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ । ଯୋଗ ଦେଲେ ଦେଶ ବାହାରର ପ୍ରତିନିଧି । ଅଧିକ ପଢନ୍ତୁ

ଜୈବ ବିବିଧତା ଉପରେ ଅନ୍ତର୍ଜାତୀୟ ଆଲୋଚନାଚକ୍ର
ଜୈବ ବିବିଧତା ଉପରେ ଅନ୍ତର୍ଜାତୀୟ ଆଲୋଚନାଚକ୍ର
author img

By ETV Bharat Odisha Team

Published : Apr 19, 2024, 10:32 PM IST

ଜୈବ ବିବିଧତା ଉପରେ ଅନ୍ତର୍ଜାତୀୟ ଆଲୋଚନାଚକ୍ର

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ "ସ୍ଥାୟୀ ଭବିଷ୍ୟତ ପାଇଁ ଜୈବ ବିବିଧତା ଏବଂ କୃଷିର ସାମ୍ପ୍ରତିକ ଅଗ୍ରଗତି" ଶୀର୍ଷକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ବୈଦିକ କାଳରୁ ଭାରତ ଓ ଜୈବ ବିବିଧତା ପରସ୍ପର ସହ ଜଡ଼ିତ । ପ୍ରାଚୀନ କାଳରେ ଆମର ଜୈବ ବିବିଧତା ବ୍ୟବସ୍ଥାକୁ ଅତି ଶୃଙ୍ଖଳିତ ଭାବେ ସଂରକ୍ଷଣ କରାଯାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥା ଖରାପ ହେବାରେ ଲାଗିଛି ଏବଂ ଏହାର କାରଣ ହେଉଛି ଆମେ ଆମର ପାରମ୍ପରିକ ପ୍ରଥା ଅନୁସରଣ କରୁନାହୁଁ ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି ।

ଏହାସହ ଆମ ସମାଜ ସବୁବେଳେ ସଂସ୍କୃତି ଓ ପରିବେଶର ମିଶ୍ରଣ । ଇକୋସିଷ୍ଟମ ପ୍ରତି ଆମର ଧାରଣା ଚମତ୍କାର ଥିଲା, ଏବେ ଆମ ପରମ୍ପରାକୁ ପୁନରୁଦ୍ଧାର କରିବାର ସମୟ ଆସିଛି । ଆମକୁ ଇକୋସିଷ୍ଟମ ଏବଂ ଜୈବ ବିବିଧତା ସଂରକ୍ଷଣର ପାରମ୍ପରିକ ଢାଞ୍ଚାକୁ ପୁନରୁଦ୍ଧାର କରିବାକୁ ହେବ ଏବଂ 'ନିଜେ ବଞ୍ଚିବା ଏବଂ ଅନ୍ୟକୁ ବଞ୍ଚିବାକୁ ଦେବା' ପ୍ରାଚୀନ ଆଦର୍ଶକୁ ଅନୁସରଣ କରିବାକୁ ହେବ ବୋଲି ସେ ପରାମର୍ଶ ଦେଇଥିଲେ ।

ପ୍ରଫେସର ଶରତ କୁମାର ପଳିତା ସ୍ୱାଗତ ଭାଷଣ ଦେବା ସହ ସମ୍ମିଳନୀର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ । ଜୈବ ବିବିଧତା ଅଧ୍ୟୟନ ପାଇଁ ଏହି ଅଞ୍ଚଳ ସବୁଠାରୁ ଉପଯୁକ୍ତ, ସେଥିପାଇଁ ଏହି ସମ୍ମିଳନୀ ଅର୍ଥପୂର୍ଣ୍ଣ ବୋଲି ସେ କହିଥିଲେ । ବିଶ୍ବବିଦ୍ୟାଳୟରେ କୃଷି ବିଜ୍ଞାନ, ଦୁଗ୍ଧ ଓ ପଶୁପାଳନ, ଜଙ୍ଗଲ ପରିଚାଳନା ଏବଂ ଯୋଗାଣ ଓ ଶୃଙ୍ଖଳା ପରିଚାଳନା ଭଳି ୪ଟି ନୂତନ ବିଭାଗର ଆବିର୍ଭାବ କୋରାପୁଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର ଶରତ କୁମାର ପ୍ରଧାନ କହିଥିଲେ ଯେ, ବିବିଧତା ଓ ବିଭ୍ରାଟ ନଥିଲେ ବିକାଶ ସମ୍ଭବ ନୁହେଁ । ତେଣୁ ସଂରକ୍ଷଣ ଓ ବିବିଧତାର ଭୂମିକା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ଆମେ ବିକଶିତ ଭାରତ@୨୦୪୭ରେ ପହଞ୍ଚିବାକୁ ଚାହୁଁଛୁ, ତେବେ ଆମକୁ ଆମର ଜୈବ ବିବିଧତାର ସଂରକ୍ଷଣ କରିବାକୁ ପଡ଼ିବ । ଖାଦ୍ୟଶସ୍ୟ ଉତ୍ପାଦନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦନ କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି, କିନ୍ତୁ ଆମକୁ ଅଧିକ ଉତ୍ପାଦନ ପାଇଁ ଅଧିକ ସମ୍ବଳ ବ୍ୟବହାର କରିବାକୁ ପଡ଼ିବ ।

ସେହିପରି "ନିରନ୍ତର ବିକାଶ ଅଗ୍ରଗତି ଏବଂ ଭବିଷ୍ୟତ ଏଜେଣ୍ଡା ପାଇଁ ଭାରତରେ ଜୈବ ବିବିଧତା ଏବଂ କୃଷି ଗବେଷଣା" ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର ଏସ୍ କେ ବାରିକ ମୁଖ୍ୟ ବକ୍ତବ୍ୟ ରଖିଥିଲେ । ସେ ତାଙ୍କ ଅଭିଭାଷଣରେ ୧୧ ହଜାର ବର୍ଷର ଭାରତର ସମୃଦ୍ଧ କୃଷି ଐତିହ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । ଜୈବ ବିବିଧତା ବିଷୟ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୌଣସି ସ୍ଥାନରେ ଉପଲବ୍ଧ ନାହିଁ । ତେଣୁ ଏ ଅଞ୍ଚଳ ତଥା ଭାରତବର୍ଷ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ । ତେବେ ପରିବେଶର ବ୍ୟାପକ ନଷ୍ଟ କରୁଥିବା ଯୋଗୁଁ ବିଶ୍ଵବ୍ୟାପୀ ତାପମାତ୍ରା ବୃଦ୍ଧି ପାଉଛି ଏବଂ କୋରାପୁଟ ଭଳି ମାଳ ଅଞ୍ଚଳରେ ନାଇଜେରିଆ ଭଳି ଉତ୍ତପ୍ତ ହେବାକୁ ଆରମ୍ଭ କରିବା ଚିନ୍ତାର କାରଣ ବୋଲି ନାଇଜେରିଆରୁ ଆସିଥିବା ଡ.ବୋଲଗୁନ ଶାମସୁଦିନ ଟାମିୱା କହିଥିଲେ ।

ଏହା ମଧ୍ୟ ପଢନ୍ତୁ .....ଡହଡହ ଖରାରେ ତୃଷ୍ଣାରେ ରହିବନି ପକ୍ଷୀ ! ମନକଥା ବୁଝି ବ୍ୟବସ୍ଥା କରିଛନ୍ତି ଶୁଭ୍ରାଂଶୁ - Water For Birds

ଅନ୍ୟମାନଙ୍କ ମଧ୍ୟରେ ବିଶ୍ଵବିଦ୍ୟାଳୟର ପରାମର୍ଶଦାତା ଶିକ୍ଷାବିତ୍ ପ୍ରଫେସର ଭିସି ଝା, ପ୍ରଫେସର ଏମ୍ କେ ଶତପଥୀ, ନାଇଜେରିଆର ଡ. ବୋଲଗୁନ ଶାମସୁଦିନ ଟାମିୱା, ପ୍ରଫେସର ଏମ୍ ଭେଟ୍ରିଭେନ୍ଥାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଗବେଷକମାନେ ଉପସ୍ଥିତ ଥିଲେ । ଏହି ଅବସରରେ କୋରାପୁଟ ଜିଲ୍ଲାର ପାତ୍ରପୁଟ ଗ୍ରାମର ବିଶିଷ୍ଟ କୃଷକ-ସହ ସଂରକ୍ଷକ ନେତ୍ରାନନ୍ଦ ଲେଙ୍କା ଓ ବାଜରା ସଂରକ୍ଷଣ କ୍ଷେତ୍ରରେ ଅବଦାନ ପାଇଁ ରାଇମତୀ ଘିଉରିଆଙ୍କୁ ସ୍ଥାନୀୟ ଅଞ୍ଚଳର ଜୈବ ବିବିଧତା ସଂରକ୍ଷଣ ଓ କୃଷି କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।ଦୁଇ ଦିନିଆ ଏହି ସମ୍ମିଳନୀରେ ୫ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ ଯେଉଁଥିରେ ଦେଶ ତଥା ବିଦେଶରେ ଥିବା ବିଶ୍ୱବିଦ୍ୟାଳୟ ଓ ଗବେଷଣା ଅନୁଷ୍ଠାନର ପ୍ରଫେସର ଓ ବୈଜ୍ଞାନିକମାନେ ପେପର ଉପସ୍ଥାପନ କରିବେ ବୋଲି ଜୈବ ବିବିଧତା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଦେବବ୍ରତ ପଣ୍ଡା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.