ETV Bharat / state

ବାଲେଶ୍ବର ଦିବ୍ୟାଙ୍ଗ ଅଟୋ ଚାଳକ ଗୋପୀନାଥ, ସଂଘର୍ଷ ଭିତରେ ସାଉଁଟୁଛନ୍ତି ଖୁସି - PHYSICALLY CHALLENGED AUTO DRIVER

ଦିବ୍ୟାଙ୍ଗ ଅଟୋ ଚାଳକ ଗୋପୀନାଥ ବାରିକ । ପରିସ୍ଥିତିକୁ ମାତ ଦେଇ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ ।

PHYSICALLY CHALLENGED AUTO DRIVER
PHYSICALLY CHALLENGED AUTO DRIVER (ETV Bharat Odisha)
author img

By ETV Bharat Odisha Team

Published : Nov 11, 2024, 9:06 PM IST

ବାଲେଶ୍ବର: ଶାରୀରିକ ଭାବେ ସେ ସିନା ଅକ୍ଷମ ହେଲେ ମାନସିକ ସ୍ତରରେ ସେ ବେଶ ସୁଦୃଢ଼ । ଜୀବନ ଯୁଦ୍ଧରେ ନିଜର ଅକ୍ଷମତା ପ୍ରକାଶ ନ କରି ନିଜେ ନିଜକୁ ଜଣେ ସଶକ୍ତ ଯୋଦ୍ଧା ଭାବେ ଦୁନିଆ ଦାଣ୍ଡରେ ଠିଆ କରାଇ ପାରିଛନ୍ତି । ଟିଉସନ କରି ଯାହା ଦୁଇ ପଇସା ମିଳେ ସେଥିରେ ଘର ପରିବାର ଠିକ ଭାବେ ଚଳି ପାରୁନଥିବାରୁ ଶେଷରେ ଏକ ବ୍ୟାଟେରୀ ଚାଳିତ ଅଟୋ କିଣିଥିଲେ । ଏବେ ଦୈନିକ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି । ୨ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇଥିବା ବେଳେ ସେ କିନ୍ତୁ କେବେ ଜୀବନ ରାସ୍ତାରେ ଚାଲିବା ପାଇଁ ଥକି ପଡ଼ି ନାହାନ୍ତି । ମାନସିକ ସ୍ତରରେ ନିଜକୁ ଦିବ୍ୟାଙ୍ଗ ନଭାବି ସଂଘର୍ଷ ଭିତରେ ବି ସେ ସାଉଁଟି ପାରିଛନ୍ତି ଅନେକ ଖୁସି । ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ବରୁଣସିଂ ଅଞ୍ଚଳର ଗୋପୀନାଥ ବାରିକ ।

ସମାଜ ପାଇଁ ଉଦାହରଣ ଗୋପୀନାଥ:

ବରୁଣସିଂ ଅଞ୍ଚଳର ଗୋପୀନାଥ ବାରିକ । ସ୍ଥାନୀୟ ଅଞ୍ଚଳରେ ଗୋପୀନାଥ ମିଟୁ ସାର ବୋଲି ବେଶ ଜଣାଶୁଣା । ଏବେ ସେ ରେମୁଣା ନୋସି ବିଜିନେସ ପାର୍କ ପାଖରେ ଏକ ଘର କରି ରହୁଛନ୍ତି । ସପ୍ତାହକୁ ଥରେ ଗାଁକୁ ଯାଇ ସେଠାରେ ରହୁଥିବା ବାପା ମାଙ୍କ କଥା ବୁଝି ପୁଣି ଫେରି ଆସନ୍ତି କର୍ମକ୍ଷେତ୍ରକୁ । ତେବେ ଦିନେ ସବୁ ପିଲାଙ୍କ ମିଟୁ ସାର ଆଜି କାହିଁକି ଏକ ଅଟୋ ଚଳାଇ ପେଟ ପୋଷିବା ପାଇଁ ମନସ୍ଥ କଲେ । ନିଜର କର୍ମକ୍ଷେତ୍ର ଏବଂ ସଂଘର୍ଷର କାହାଣୀ ବିଷୟରେ ଗୋପୀନାଥ ବାରିକ କହିଛନ୍ତି, "ଆଜିକୁ ଦୀର୍ଘ ୨୫ ବର୍ଷ ହେଲା ଟିଉସନ କରି ବହୁ କଷ୍ଟରେ ଚଳୁଥିଲି । ଏବେ ଏକ ଅଟୋ ଆଣି ଚଲାଉଛି, ସମସ୍ତଙ୍କର ଉପକାର ହେଲା ଭଳି ଓ ସୁହାଇବା ଭଳି ରେଟ କରି ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛି । ଆଜିକୁ ୪ ମାସ ହେବ ମୁଁ ଅଟୋ ଚଳେଇଲିଣି । କେବଳ ରାତିରେ ଟିଉସନ କରୁଛି । ଯେହେତୁ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଅଛି ଛାଡିବା ଅସମ୍ଭବ ହୋଇ ପଡ଼ିବ । ଗାଡ଼ି ଚଳାଇବା ସହ ସପ୍ତାହକୁ ତିନିଦିନ ଟିଉସନ ।"

PHYSICALLY CHALLENGED AUTO DRIVER (ETV Bharat Odisha)

'ଦିନକୁ ରୋଜଗାର ୧୫୦୦ ଟଙ୍କା' :

ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଅଟୋ ଚଲାଏ । ପରେ ଘରକୁ ଯାଇ ଗାଡ଼ିକୁ ଚାର୍ଜ ବସାଇ ପୁଣି ୩ଟା ପୁଣି ଅଟୋ ନେଇ ଆସେ । ସବୁଦିନ ପ୍ରାୟ ୧୫୦୦ରୁ ୧୬୦୦ ଟଙ୍କା ରୋଜଗାର ହୁଏ । ଅଟୋ କିସ୍ତି ଦେବା ପରେ ଟଙ୍କା ବଞ୍ଚେ ଆଉ ଭଲରେ ଚଳୁଛି । ଅଟୋ ଚଳାଇ ପରିବାର ପ୍ରତିପୋଷଣ ହୋଇପାରୁଛି । ଆତ୍ମସନ୍ତୋଷ ମଧ୍ୟ ମିଳୁଛି । ଯିଏ ନିଜର ଅକ୍ଷମତାକୁ ଭାବେ ଅକ୍ଷମ ବୋଲି ସେ ହେଉଛି ଦିବ୍ୟାଙ୍ଗ । ଜୀବନକୁ ବଦଳାଇବାକୁ ହେଲେ ଗୋଟେ ପ୍ରୋଜେକ୍ଟ ଦରକାର । ସରକାରଙ୍କୁ ଅନୁରୋଧ କରୁଛି ଯେ ଯଦି ପ୍ରାଇଭେଟ କ୍ଷେତ୍ରରେ ଆମର ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କୁ ସେମାନଙ୍କ ଯୋଗ୍ୟତା ଭିତ୍ତିରେ ଚାକିରି ଦିଅନ୍ତେ ତେବେ ସେମାନେ ଭିକ ମାଗିବା ପାଇଁ ଆଉ ରାସ୍ତାକୁ ଆସନ୍ତେ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ଗୀତ ଗାଇ ମନ ଜିଣିଲେ ଦୃଷ୍ଟିହୀନ ଛାତ୍ରଛାତ୍ରୀ, ସାଉଁଟିଲେ ପ୍ରଶଂସା - Visually Impaired Singers

ଏହା ମଧ୍ୟ ପଢ଼ନ୍ତୁ...ହରେଇ ପାରିନି ଡାଉନ ସିଣ୍ଡ୍ରୋମ; ମନୋବଳ ଜିତାଇଛି ଦୁଇ ଦୁଇଟି ଗୋଲ୍ଡ ମେଡାଲ - Golden Boy with Down syndrome

ଦିବ୍ୟାଙ୍ଗ ହେଲେ ବି ପରିଶ୍ରମୀ:

ଅନ୍ୟପଟେ ଗୋପୀନାଥ ବାରିକଙ୍କ ସହ ଅଟୋରେ ଯାଉଥିବା ଯାତ୍ରୀ ସୁଜିତ କୁମାର ରାଉତ କହିଛନ୍ତି, "ଯେତେବେଳି ବି ଗୋପିନାଥଙ୍କୁ ଫୋନ କରୁ ସେ ଆସନ୍ତି । ଯେଉଁଠିକୁ ଯିବାକୁ କହୁ ସେଠାକୁ ନେଇ ଯାଆନ୍ତି । ଯାତ୍ରୀମାନଙ୍କୁ ନେଇ ସସମ୍ମାନେ ଛାଡ଼ନ୍ତି । ବିଳମ୍ବ ହେଇଗଲେ ବିରକ୍ତ ହୁଅନ୍ତି ନାହଁ କିମ୍ବା ବିଳମ୍ବ ହେଲେ ବି ଅଧିକ ଟଙ୍କା ମଧ୍ୟ ଦାବି କରନ୍ତି ନାହିଁ । ସେ ଜଣେ ଦିବ୍ୟାଙ୍ଗ ହୋଇ ଯଦି ପରିଶ୍ରମ କରି ଏତେ ଉପରକୁ ଉଠି ପାରୁଛନ୍ତି ତେବେ ଭଗବାନ ଯାହାକୁ ଭଲ କରି ଗଢିଛନ୍ତି ସେମାନେ ଜାଣିବା ଦରକାର ଯେ, ଚାକିରି ନହେଲେ ବି ଆମେ ଭଲ ରୋଜଗାର କରି ପାରିବା । କୌଣସି ଖରାପ କାର୍ଯ୍ୟ ନକରି ନିଜ ଫଦ୍ୟମରେ ରୋଜଗାର କରିବା ଗୋପୀନାଥଙ୍କ ଟାରୁ ଶିଖିବା କଥା ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.