ETV Bharat / state

ଔଷଧ ଦୋକାନରେ ମାଙ୍କଡ, ଚିକିତ୍ସା ପାଇଁ ଦେଲା ଇସାରା - Monkey Seeks Treatment

author img

By ETV Bharat Odisha Team

Published : Sep 13, 2024, 11:00 AM IST

Updated : Sep 13, 2024, 11:11 AM IST

Monkey reached medicine shop, seeks treatment: ଆଘାତ ପାଇବା ପରେ ଅସହ୍ୟ ହେଲା ଯନ୍ତ୍ରଣା । ଚିକିତ୍ସା ପାଇଁ ଔଷଧ ଦୋକାନରେ ପହଞ୍ଚିଲା ମାଙ୍କଡ । କ୍ଷତ ଦେଖାଇ ଉପଶମ ପାଇଁ ଇସାରା ଦେଲା ।

MONKEY SEEKS TREATMENT
MONKEY SEEKS TREATMENT (ETV BHARAT ODISHA)

ରାଇରଙ୍ଗପୁର(ମୟୂରଭଞ୍ଜ): ମାଙ୍କଡ, କଥା କହି ପାରେ ନାହିଁ, ହେଲେ ଇସାରାରୁ ଯେମିତି ସବୁ କିଛି ବୁଝି ହୁଏ । ସେ ସିନା ପଶୁ, ହେଲେ ତା'ର ଚାଲି ଚଳନ ଓ ବ୍ୟବହାର କିଛି ମାତ୍ରାରେ ମଣିଷ ସହ ସାମଞ୍ଚସ୍ୟ ଥିବା ଭଳି ଲାଗେ । ତାକୁ କଷ୍ଟ ହେଲେ କାନ୍ଦେନି ସିନା କିନ୍ତୁ ଅନୁଭବ କରିପାରେ । ମଣିଷକୁ ଯନ୍ତ୍ରଣା ହେଲେ ଉପଶମ ପାଇଁ ସେ ଡାକ୍ତରଙ୍କ ପାଖକୁ ଯାଇଥାଏ, ହେଲେ ବିଚରା ମାଙ୍କଡ଼ କଣ କରେ, ଆସନ୍ତୁ ଜାଣିବା ।

ମେଡିସିନ ଷ୍ଟୋରରେ ମାଙ୍କଡ଼:

କଥାଟା ସାମାନ୍ୟ ଅଲଗା ଲାଗୁଥାଇ ପାରେ । ହେଲେ ନିଚ୍ଛତ ସତ । ମାଙ୍କଡ ଶରୀରରେ ଆଘାତ ଲାଗିଲା ଏବଂ ଉପଶମ ପାଇଁ ସେ ପହଞ୍ଚିଲା ଔଷଧ ଦୋକାନାରେ । ଦୋକାନୀଙ୍କୁ ଶରୀରର କ୍ଷତ ଚିହ୍ନ ଆଡ଼କୁ ଇସାରା କଲା । ମେଡିସିନ ଷ୍ଟୋର ଆଗରେ ଶୋଇ ପଡ଼ିଲା । ଚିକିତ୍ସା ପାଇଁ ମୋଡିସିନ ଷ୍ଟୋରରେ ମାଙ୍କଡ଼ । ଏଭଳି କିଛି ଦୃଶ୍ୟ (visual) ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧିନ ବାରମାଇଲ ଅଞ୍ଚଳର ଏକ ମେଡିସିନ ଷ୍ଟୋରରେ ।

Monkey reached medicine shop
Monkey reached medicine shop (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ପିଲାର ମୃତ୍ୟୁ ନେଇ ମାନୁନି ମାଆ ମାଙ୍କଡ ମନ, ଦୃଶ୍ୟ ଭିଜାଇଲା ଆଖି

କଣ ଥିଲା ସମ୍ପୂର୍ଣ୍ଣ ଘଟଣା ?

ସେପ୍ଟେମ୍ବର ୧୧ ତାରିଖ (ବୁଧବାର) ଦିନର ଘଟଣା । ବାରମାଇଲ ଗ୍ରାମରେ ଏକ ମାଙ୍କଡର ଶରୀରରେ ଆଘାତ ଲାଗିଥିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ଏଣେ ତେଣେ ଘୁରି ବୁଲୁଥିଲା । କୌଣସି କାରଣରୁ ତା'ର ଶରୀରରେ କ୍ଷତ ହୋଇ ରକ୍ତସ୍ରାବ ହେବାରୁ କଷ୍ଟ ସହ୍ୟ କରି ନପାରି ଯନ୍ତ୍ରଣା ପାଇଥିଲା । ଉପଶମ ପାଇଁ ଚିକିତ୍ସାର ଆବଶ୍ୟକତା ହୃଦବୋଧ କରି ମାଙ୍କଡ଼ଟି ଏକ ମେଡିସିନ ଷ୍ଟୋରରେ ପହଞ୍ଚିଗଲା । ମେଡିସିନ ଷ୍ଟୋର ମାଲିକ ତରଣୀସେନ ମହାନ୍ତଙ୍କ ଗୋଡକୁ ଧରି କ୍ଷତାକ୍ତ ସ୍ଥାନ ଆଡ଼କୁ ଇସାରା କରିଥିଲା । ଦୋକାନୀ ଜଣକ ମାଙ୍କଡ଼ଟିର ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ମୋରଡ଼ାଠାରେ ଥିବା ରାସଗୋବିନ୍ଦପୁର ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ରେଞ୍ଜର ଘନଶ୍ୟାମ ସିଂଙ୍କ ନିର୍ଦ୍ଦେଶରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରେଞ୍ଜ କାର୍ଯ୍ୟାଳୟକୁ ମାଙ୍କଡଟିକୁ ନେଇ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ-G-20 Summit: ଦିଲ୍ଲୀ ଗଳି କନ୍ଦିରେ ଲାଗିଲା ମାଙ୍କଡ କଟଆଉଟ୍, ଜାଣନ୍ତୁ କାରଣ...

ବନ ବିଭାଗ ପକ୍ଷରୁ ମାଙ୍କଡ଼ଟିର ଚିକିତ୍ସା କରାଯାଇଥିଲା । ପରେ ମାଙ୍କଡ଼ଟି ଝାଟିଅଡ଼ା ଗାଁ ଆଡ଼କୁ ପଳାଇଥିଲା । ସେଠାରେ ଗାଁର କିଛି ଲୋକ- ବିଭୁଦତ୍ତ ବେହେରା, ବାବୁ ବେହେରା, ସୁଜିତ ବେହେରା ଏବଂ ସାଗର ବେହେରା ମାଙ୍କଡ଼ଟିକୁ ଧରି ତାର ପରବର୍ତ୍ତୀ ଚିକିତ୍ସା କରାଇଥିଲେ । ମାଙ୍କଡ଼ ରୂପରୁ ମନୁଷ୍ୟ ଆଜି ରୂପାନ୍ତର ହୋଇଥିବା ହେତୁ ଏମାନଙ୍କର ମଧ୍ୟ ମଣିଷ ପରି ବ୍ୟବହାର କରିଥାନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ହନୁମାନ ଥିଲେ ଭଗବାନ ଶ୍ରୀରାମଙ୍କ ପରମ ଭକ୍ତ । ଏବେ ମୋରଡ଼ା ଅଞ୍ଚଳରେ ଅସୁସ୍ଥ ମାଙ୍କଡ଼କୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ଲୋକେ ସଂପୃକ୍ତ ମାଙ୍କଡ଼ର ସେବା କରିବା ସହିତ ଖାଇବାକୁ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-Watch: ମାଙ୍କଡ-କୁକୁର ମଧ୍ୟରେ ଅନାବିଳ ପ୍ରେମ, ଦେଲେ ସମ୍ପର୍କର ବାର୍ତ୍ତା

ଏହା ମଧ୍ୟ ପଢନ୍ତୁ-ବିଲେଇ ଛୁଆର ମାଙ୍କଡ ମା': କୋଳରେ ଧରୁଛି, ଚାରିଆଡେ ବୁଲୁଛି

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Sep 13, 2024, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.