ETV Bharat / state

ପୁରୀରେ ବ୍ୟାଡମିଣ୍ଟନ ତାରକା ସାଇନା, ମହାପ୍ରଭୁଙ୍କୁ ଦେଖି ହେଲେ ଭାବବିହ୍ୱଳ - Saina Nehwal Visits SriMandir

author img

By ETV Bharat Odisha Team

Published : Apr 25, 2024, 9:00 PM IST

SAINA NEHWAL VISITS SRIMANDIR: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ । ଅଧିକ ପଢନ୍ତୁ

ପୁରୀରେ ବ୍ୟାଡମିଣ୍ଟନ୍ ଖେଳାଳୀ ସାଇନା ,ମହାପ୍ରଭୁଙ୍କ ଦେଖି ହେଲେ ଭାବବିହ୍ୱଳ

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ ସହ ଆଶିଷ ଲାଭ କଲେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳୀ ସାଇନା ନେହ୍ୱାଲ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ସାଇନା । ଆଜି ପୂର୍ବାହ୍ନରେ ସାଇନା ନେହ୍ୱାଲ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଉପରେ ସମସ୍ତଙ୍କ ଆସ୍ଥା ରହିଥିବା ବେଳେ ମହାପ୍ରଭୁଙ୍କ ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇଥିବାରୁ ଖୁବ୍ ଭାବବିହ୍ୱଳ ହୋଇଛନ୍ତି ବୋଲି କହିଛନ୍ତି ସାଇନା ।

ଶ୍ରୀମନ୍ଦିରରେ ପ୍ରାୟ ଘଣ୍ଟାଏ ବିତେଇବା ସହ ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଥିଲେ ସାଇନା । ମହାପ୍ରଭୁଙ୍କ ଡାକରା ମିଳିଛି ବୋଲି ଆଜି ତାଙ୍କ ମାଆଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ ପାଇ ପାରିଛନ୍ତି ବୋଲି ସେ ଖୁବ୍ ଆନନ୍ଦିତ ହୋଇଛନ୍ତି । ସମସ୍ତ ପ୍ରସଂଶକଙ୍କୁ ମଧ୍ୟ ସେ ଖୁବ୍ ଧନ୍ୟବାଦ୍ ଦେଇଛନ୍ତି । ଆଣ୍ଠୁ ସମସ୍ୟା ଯୋଗୁଁ ଖେଳ ଠାରୁ ଦୂରରେ ରହିବା କଷ୍ଟ ଦେଇଛି କିନ୍ତୁ ନିଜକୁ ଫିଟ୍ ରଖିବା ସହ ଆଗକୁ ଆହୁରି ଖେଳିବା ପାଇଁ ଇଚ୍ଛା ରହିଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଇନାଙ୍କୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ଉପହାର ଦିଆଯାଇଥିଲା । ସାଇନା ଏହାକୁ ଖୁବ ଖୁସିରେ ଖୁସିରେ ଗ୍ରହଣ କରିଛନ୍ତି । ଚଳିତ ମାସ ୧୭ ତାରିଖରେ ନିଜର ୩୪ ତମ ଜନ୍ମଦିନ ମନାଇଛନ୍ତି ସାଇନା । ଦେଶବାସୀଙ୍କ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସେ । ଦେଶ ପାଇଁ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସୁନାମ ଆଣିଛନ୍ତି ସାଇନା ।

ଏହା ମଧ୍ୟ ପଢନ୍ତୁ......ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଅନନ୍ତ ଅମ୍ବାନୀ, ଦାନ କଲେ ଅଢେଇ କୋଟି - Anant Ambani Visits SriMandir

ପ୍ରକାଶ ଯୋଗ୍ୟ, ନିକଟରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେ ନିଜର ବିବାହ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଶ୍ରୀମନ୍ଦିର ଆସିଥିଲେ । ପ୍ରଥମେ ଅନନ୍ତ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଥିଲା । ଏହାପରେ ଅନନ୍ତ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଅନନ୍ତ । ପରେ କାଳିଆ ଠାକୁରକୁ ଦର୍ଶନ କରି ବେଶ୍ ଭାବ ବିହ୍ଵଳିତ ହୋଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.