ETV Bharat / state

କାଲିଠୁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା, ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି - Rain In Odisha

author img

By ETV Bharat Odisha Team

Published : Aug 5, 2024, 9:30 PM IST

Odisha Rain Update: ରାଜ୍ୟରେ ମୌସୁମୀ ଟ୍ରପ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଏହି ଦିନଠାରୁ ବର୍ଷାର ପରିମାଣ ବଢ଼ିବ । ଅଧିକ ପଢ଼ନ୍ତୁ

Odisha Rain Update
Odisha Rain Update (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଚାପ ରେଖା । ଫଳରେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଆଗାମୀ ୫ରୁ ୭ ଦିନ ଯାଏଁ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଦୁଇ ଦିନ ଯାଏ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି,ଘଡଘଡି ସମ୍ଭାବନା ରହିଛି । ମୁଖ୍ୟତଃ ଉତ୍ତର ଓ ଉପକୂଳ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Odisha Rain Update (ETV Bharat Odisha)

ବର୍ଷା ୱାର୍ଣ୍ଣିଂ:

ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢ଼ିବ । କାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୭ ଓ ୮ ତାରିଖରେ ବର୍ଷା ଆହୁରି ବଢ଼ିବ । ୭ ତାରିଖ (ବୁଧବାର) ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବିଜୁଳି ଓ ଘଡଘଡି ସମ୍ଭାବନା ରହିଛି। । ସେହିପରି ପ୍ରବଳ ବର୍ଷା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ସେପଟେ ୮ ତାରିଖ (ଗୁରୁବାର) ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Heavy rain In Bhubaneswar (ETV Bharat Odisha)

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ:

ଆସନ୍ତା ୯ ଯାଏଁ ବର୍ଷା ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଆଗକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ କି ନାହିଁ ସେ ସମ୍ବନ୍ଧରେ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗକୁ ବର୍ଷା ବଢିବାର ସମ୍ଭାବନା ରହିଛି ।

ଏବେ ବି ନିଅଣ୍ଟିଆ ସ୍ଥିତି:

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୫୪୬.୮ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୨ ଜିଲ୍ଲାରେ ଅଧିକ ବର୍ଷା ଓ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ବାଲେଶ୍ୱର ନୀଳଗିରିରେ ସର୍ବାଧିକ ୯୩.୦ ମିମି ବର୍ଷା ରେକର୍ଡ କରାଯାଇଛି ।

ରାଜଧାନୀରେ ସ୍ଥିତି ବେହାଲ କଲା ବର୍ଷା:

ମୋୖସୁମୀ ବର୍ଷାରେ ଭୁବନେଶ୍ବରରେ ଜଳର୍ଣ୍ଣବ ସ୍ଥିତି । ରାସ୍ତା ଉପରରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଛି । ଗମନାଗମନ ବେଳେ ହନ୍ତସନ୍ତ ରାଜଧାନୀବାସୀ । ରାସ୍ତାରେ ଜମିଥିବା ପାଣିରେ ଫସିଛି ଅଟୋ କାର । ଲୋକେ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧା ସାମ୍ନା କରୁଛନ୍ତି । ଭୁବନେଶ୍ୱର ବିଭିନ୍ନ ସ୍ଥାନ ଯେପରିକି ରାଜମହଲ, ଶିଶୁଭବନ, ନୟାପଲ୍ଲୀ, କଳିଙ୍ଗ ଷ୍ଟୁଡିଓ ଛକ ଓ ଟଙ୍କପାଣି ଖାରବେଳ ନଗର ଆଦି ସ୍ଥାନରେ ସ୍ଥିତି ସଙ୍ଗୀନ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସକ୍ରିୟ ମୌସୁମୀ ପ୍ରଭାବରେ ବଢିବ ବର୍ଷାର ପରିମାଣ, 15 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି - Intensity Of Rain Will Increase

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.