ETV Bharat / state

ପୂର୍ବତଟ ରେଳପଥ ପାଳିଲା ସ୍ବାଧୀନତା ଦିବସ, ଭାରତର ସର୍ବାଧିକ ପଣ୍ୟ ବୋଝେଇ ଜୋନ୍ ସାଜିଛି ECoR - Independence Day Celebration

author img

By ETV Bharat Odisha Team

Published : Aug 15, 2024, 8:54 PM IST

Independence Day Celebration: ପୂର୍ବତଟ ରେଳପଥ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ରେଳବାଇର ପ୍ରମୁଖ ଯୋଜନା ଗୁଡ଼ିକ ବିଷୟରେ ଅଭିଭାଷଣ ଦେଇଥିଲେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ । ଜାଣନ୍ତୁ ରେଳବାଇ ପକ୍ଷରୁ କେଉଁ ସବୁ ପ୍ରୟାସ କରାଯାଇଛି । ଅଧିକ ପଢନ୍ତୁ

Independence Day Celebration
Independence Day Celebration (ETV Bharat Odisha)

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଭୁବନେଶ୍ୱରର ରେଳବାଇ ଷ୍ଟାଡିୟମଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ (ଆରପିଏଫ), ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍, ସିଭିଲ ଡିଫେନ୍ସ ଏବଂ ସ୍କୁଲ ପିଲାମାନଙ୍କ ଦ୍ୱାରା ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରେଳ କର୍ମଚାରୀଙ୍କ ପିଲାମାନଙ୍କ ଦ୍ୱାରା ଦେଶପ୍ରମ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

'ଭାରତୀୟ ରେଳବାଇର ପୂର୍ବତଟ ରେଳପଥ ଗୁରୁତ୍ୱପୂର୍ଣ୍ଣ'
ରେଳ କର୍ମଚାରୀ ଓ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି, "ସ୍ୱାଧୀନତା ପରେ ୭୮ ବର୍ଷର ଯାତ୍ରାର ମହତ୍ତ୍କୁ ସମସ୍ତେ ବୁଝିଛନ୍ତି । ଭାରତର ପ୍ରଗତିକୁ ପ୍ରଭାବିତ କରି ସ୍ଥିରତା, ନିଷ୍ଠା ଏବଂ ଦୃଢତାର ସହିତ ଆଗକୁ ବଢି ଚାଲିଛି । ଜାତୀୟ ବିକାଶରେ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ପୂର୍ବତଟ ରେଳପଥ। ଏହା ପ୍ରକୃତରେ 'ଦେଶର ଜୀବନ ରେଖା' ଭାବରେ କାର୍ଯ୍ୟ କରୁଛି ।"

'ପୂର୍ବତଟ ରେଳପଥ ଭାରତର ସର୍ବାଧିକ ପଣ୍ୟ ବୋଝେଇ ଜୋନ୍'
"ପୂର୍ବତଟ ରେଳପଥ କ୍ରମାଗତ ଭାବେ ୭ ବର୍ଷ ଧରି ଭାରତୀୟ ରେଳବାଇରେ ସର୍ବାଧିକ ପଣ୍ୟ ବୋଝେଇ ଜୋନ୍ ରହିଆସିଛି । ୨୫୦ ନିୟୁତ ଟନ ମାଇଲଖୁଣ୍ଟ ଅତିକ୍ରମ କରିଥିବା ଏକମାତ୍ର ଜୋନ୍ ଭାବେ ନିଜକୁ ପ୍ରତିପାଦନ କରିପାରିଛି ପୂର୍ବତଟ। ୨୦୨୩-୨୪ ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ ୨୫୬.୨୨ ନିୟୁତ ଟନର ପଣ୍ୟ ବୋଝେଇ କରି ପୂର୍ବ ବର୍ଷର ଲୋଡିଂ ୨୪୧.୫୧ ନିୟୁତ ଟନକୁ ଅତିକ୍ରମ କରି ୬.୦୯% ଅଭିବୃଦ୍ଧି ପ୍ରତିଫଳିତ କରିଛି । ଏହା ସହିତ ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ୮୩.୩୨ ନିୟୁତ ଟନ ପଣ୍ୟ ପରିବହନ କରିଛି । ଯାହା ଗତ ବର୍ଷ ତୁଳନାରେ ୩.୫୫% ବୃଦ୍ଧି ହୋଇଛି" ବୋଲି କହିଛନ୍ତି ପରମେଶ୍ୱର ଫୁଙ୍କୱାଲ ।

ରେଳ ଯାତ୍ରୀଙ୍କ ପାଇଁ ସୁବିଧା:
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି, "9 ଟି ସ୍ଥାନରେ ଏଟିଭିଏମ ସ୍ଥାପନ ଏବଂ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ଅଧୀନରେ ଥିବା ଅନେକ ଷ୍ଟେସନରେ QR କୋଡ୍ ଦେୟ ସୁବିଧା ପ୍ରଦାନ କରାଯାଉଛି। ଅନ୍ୟାନ୍ୟ ଉନ୍ନତିରେ 4 ଟି ଷ୍ଟେସନରେ କୋଚ୍ ଇଣ୍ଡିକେସନ୍ ବୋର୍ଡ, ୨୮ ୱାଟର କୁଲର୍ ଏବଂ ପ୍ଲାଟଫର୍ମ ଏବଂ ସର୍କୁଲାର୍ ଅଞ୍ଚଳରେ ୩୪୨ ଟି ସୌର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଅନ୍ତର୍ଭୁକ୍ତ ରହିଛି । ୮ଟି ଷ୍ଟେସନରେ ଫୁଟ୍ ଓଭର ବ୍ରିଜ୍ (FOB) ନିର୍ମାଣ, ୩ ଟି ଷ୍ଟେସନରେ ଅତିରିକ୍ତ ପ୍ଲାଟଫର୍ମ ଆଶ୍ରୟସ୍ଥଳୀ, ୨ ଟି ଷ୍ଟେସନରେ ଉନ୍ନତମାନର ୱେଟିଂ ହଲ୍ ଏବଂ ବିଭିନ୍ନ ଷ୍ଟେସନରେ ୮୫ ଟି ବେଞ୍ଚ ଯୋଗାଣ ଅନ୍ତର୍ଭୁକ୍ତ କରାଯାଇଛି ।"

ଅମୃତ ଭାରତ ଯୋଜନାରେ ୫୭ ଷ୍ଟେସନର ଚାଲିଛି ବିକାଶମୂଳକ କାର୍ଯ୍ୟ:
"ଷ୍ଟେସନ ପୁନଃବିକାଶରେ ପୂର୍ବତଟ ରେଳପଥ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରୁଛି । ଭୁବନେଶ୍ୱର, କଟକ ଏବଂ ପୁରୀ ସମେତ ୧୧ ଟି ଷ୍ଟେସନରେ ପ୍ରମୁଖ ଉନ୍ନୟନ କାର୍ଯ୍ୟ ଚାଲିଛି। ଅମୃତ ଷ୍ଟେସନ ଯୋଜନା ଅଧୀନରେ ପୂର୍ବତଟ ରେଳପଥର ୫୭ ଟି ଷ୍ଟେସନରେ ବିକାଶ କାର୍ଯ୍ୟ ଦ୍ରୁତଗତିରେ ଅଗ୍ରଗତି କରୁଛି" ବୋଲି କହିଛନ୍ତି ପରମେଶ୍ୱର ଫୁଙ୍କୱାଲ ।

ହାତୀ ମୃତ୍ୟୁ ରୋକିବାକୁ ହାତୀ କରିଡର ଚିହ୍ନଟ ପକ୍ରିୟା:

ରେଳପଥର ମହାପ୍ରବନ୍ଧକ କହିଛନ୍ତି, "ନିରାପତ୍ତା ଆଧୁନିକୀକରଣ ଦୃଷ୍ଟିରୁ ଟ୍ରେନ ଧକ୍କା ପରିହାର ପ୍ରଣାଳୀ (କବଚ୍)ର ୧୬୧୧ କିଲୋମିଟର ଉଚ୍ଚ ବ୍ୟବହୃତ ନେଟୱାର୍କ (HUN) ଏବଂ ୬୦୪ କିଲୋମିଟର ହାଇ- ଡେନସିଟି ନେଟୱାର୍କ (HDN) ପାଇଁ ଅନୁମତି ଦିଆଯାଇଛି। ପୂର୍ବତଟ ରେଳପଥ ଅଧୀନରେ ୫୫୮ କିଲୋମିଟର ପାଇଁ ସ୍ୱୟଂଚାଳିତ ବ୍ଲକ ସିଗନାଲିଂ କାର୍ଯ୍ୟକୁ ଅନୁମୋଦନ କରାଯାଇଛି। ଏଥିସହ ହାତୀ କରିଡରରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଏକ ହାତୀ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ (EIDS) କୁ ଅନୁମତି ଦିଆଯାଇଛି। ଟ୍ରେନର କେନ୍ଦ୍ରୀୟ ମନିଟରିଂ ଏବଂ ନିୟନ୍ତ୍ରଣ ପାଇଁ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳରେ ଏକ ଟ୍ରେନ୍‌ ମ୍ୟାନେଜମେଣ୍ଟ ପ୍ରଣାଳୀ ସ୍ଥାପନ କରାଯାଇଛି ।"

ଏହା ବି ପଢନ୍ତୁ...ସ୍ବାଧୀନତା ଦିବସରେ ଗ୍ରାଣ୍ଡ ସେଲିବ୍ରେସନ, ରାମୋଜୀ ଫିଲ୍ମ ସିଟିରେ ଉଡ଼ିଲା ତ୍ରିରଙ୍ଗା - Independence Day Celebration

3 ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ଲାଇନ ପ୍ରକଳ୍ପ ଅନୁମୋଦନ:

"ପୂର୍ବତଟ ରେଳପଥ ଅଧୀନରେ ୩ ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ଲାଇନ ପ୍ରକଳ୍ପ ଅନୁମୋଦନ କରାଯାଇଛି। ଗୁଣୁପୁର-ଥେରୁବାଲି ନୂତନ ଲାଇନ (୭୩.୬୨ କିଲୋମିଟର), ଜୁନାଗଡ଼ ରୋଡ୍-ନବରଙ୍ଗପୁର ନୂତନ ଲାଇନ (୧୧୬.୨୧ କିଲୋମିଟର) ଏବଂ ଭଦ୍ରାଚଲମ ଦେଇ ମାଲକାନଗିରି-ପାଣ୍ଡୁରଙ୍ଗାପୁରମ ନୂତନ ଲାଇନ (୧୭୩.୬୨ କିଲୋମିଟର) ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରକଳ୍ପଗୁଡିକ ଦୂର ତଥା ଆଦିବାସୀ ଅଞ୍ଚଳ ସହିତ ସଂଯୋଗକୁ ବୃଦ୍ଧି କରାଇବ । ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକରେ ସମୃଦ୍ଧତା ଏବଂ ବିକାଶକୁ ବୃଦ୍ଧି କରିବ। ଏହାସହ, ଟିଟିଲାଗଡ଼, ସମ୍ବଲପୁର ଏବଂ ଖୋର୍ଦ୍ଧା ରୋଡରେ ୩ ଟି ରେଳ ଫ୍ଲାଏଓଭର ମଞ୍ଜୁର ହେବା ସହିତ ୭୪୦ କିଲୋମିଟର ଟ୍ରାକ ଫେନସିଂ (ଟ୍ରକ ପାର୍ଶ୍ୱରେ ବାଡ଼ ଦେବା) ସହିତ ଟ୍ରେନ ଗତିଶୀଳତା ଏବଂ ନିରାପତ୍ତାକୁ ଆହୁରି ଉନ୍ନତ କରାଯିବ ।"
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.