ଭୁବନେଶ୍ବର: ନବୀନ ନିବାସରେ ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ଡକାଯାଇଥିଲା । ପର୍ଯ୍ୟବେକ୍ଷକମାନେ ସେମାନଙ୍କର ରିପୋର୍ଟ ଦେଇଛନ୍ତି । ବୈଠକରେ ପର୍ଯ୍ୟବେକ୍ଷକଙ୍କ ସହ ୨୮ ନେତା ଉପସ୍ଥିତ ଥିଲେ । ମେଣ୍ଟ ପ୍ରସଙ୍ଗ ପଚାରିବାରୁ କିଛି ନ କହି ଚାଲିଗଲେ ଦେବୀ । ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରତି ବୁଥ, ବ୍ଲକ ଓ ଜିଲ୍ଲାୱାରୀ ସ୍ଥିତି ଆଲୋଚନା ହୋଇଛି । ଅଢ଼େଇ ଘଣ୍ଟା ଧରି ଜାରି ରହିଥିଲା ବୈଠକ । ତେବେ ମେଣ୍ଟ ସସପେନ୍ସ ଏବେ ବି ଜାରି ରହିଛି ।
ରାଜ୍ୟରେ ବିଜେପି-ବିଜେଡ଼ି ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ନବୀନ ନିବାସରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବୈଠକରେ ବିଜେଡିର ବରିଷ୍ଠ ନେତା ମାନେ ସାମିଲ ।ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ,ଉପସଭାପତି ଦେବୀ ମିଶ୍ର, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ ମାଲିକ,ସଂଜୟ ଦାସବର୍ମା ସାମିଲ । ଜିଲ୍ଲା ପର୍ଯ୍ୟବେକ୍ଷକ ମାନେ ମଧ୍ୟ ଗୋଟିଏ ପରେ ଗୋଟିଏ ନବୀନ ନିବାସ ଭିତରକୁ ପ୍ରବେଶ କରୁଛନ୍ତି । ନିର୍ବାଚନ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମେଣ୍ଟ ଆଲୋଚନା ନେଇ ବଡ଼ ନିଷ୍ପତ୍ତି ଆସିପାରେ ବୋଲି ଅନୁମାନ କରାଯାଉଛି ।
ସେହିପରି ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ସୁଧୀର ସାମଲ, ପ୍ରଶାନ୍ତ ମୁଦୁଲି, ଅରୁଣ ସାହୁ, ପ୍ରଦୀପ ଅମାତ, ମାନସ ମଙ୍ଗରାଜ, ରବୀନ୍ଦ୍ର ଜେନା ନବୀନ ନିବାସ ପହଞ୍ଚିଛନ୍ତି । ହେଲେ ମେଣ୍ଟ ନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ । ତେବେ ଦିନକୁ ଦିନ ବିଜେଡି-ବିଜେପି ମେଣ୍ଟକୁ ନେଇ ଦ୍ବନ୍ଦ୍ବ ବିଢିବାରେ ଲାଗିଛି । ସେପଟେ ରାଜ୍ୟବାସୀ କୌଣସି ସ୍ପଷ୍ଟ ସୂଚନା ପାଇ ପାରୁନାହାନ୍ତି ।
ଏହା ମଧ୍ୟ ପଢନ୍ତୁ.....ମେଣ୍ଟ ଦ୍ବନ୍ଦ୍ବ: ୟୁ-ଟର୍ଣ୍ଣ ନେଲେ ମନମୋହନ, କହିଲେ କେନ୍ଦ୍ରୀୟ କମିଟି ନେବ ନିଷ୍ପତ୍ତି
ଅନ୍ୟପଟେ ପୁଣି ବିଜେପି ରାଜ୍ୟ ସଭାପତି ମନମୋହଲ ସାମଲଙ୍କୁ ଦିଲ୍ଲୀ ଡାକରା ହୋଇଛି । ଆଜି ମେଣ୍ଟ ପ୍ରସଙ୍ଗକୁ ନେଇ ନିଜ ପ୍ରତିକ୍ରିୟାରେ ୟୁ-ଟର୍ଣ୍ଣ ନେଇଥିଲେ । ଗୋଟିଏ ଦିନରେ ଦୁଇ ଦୁଇ ଥର ଭିନ୍ନ ମତ ଦେଇଥିଲେ । ପ୍ରଥମେ ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି କହି ପରେ ନିଷ୍ପତ୍ତି କେନ୍ଦ୍ରୀୟ କମିଟି ନେବ ବୋଲି କହିଥିଲେ ।
ଏହା ମଧ୍ୟ ପଢନ୍ତୁ .....ମେଣ୍ଟ ଚର୍ଚ୍ଚାରେ ଫୁଲଷ୍ଟପ୍ ନୁହେଁ, କମା ଦିଆଯାଇଛି: ରାଜନୈତିକ ସମୀକ୍ଷକ
ଇଟିଭି ଭାରତ, ଭୁବନେଶ୍ବର