ETV Bharat / state

ସାରା ରାଜ୍ୟକୁ କବଳିତ କଲା ମୌସୁମୀ, ଏହିଦିନ ଠାରୁ ପ୍ରବଳ ଛେଚିବ - Odisha Weather - ODISHA WEATHER

IMD Odisha Weather Forecast: ରାଜ୍ୟର ସମସ୍ତ ୩୦ ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଜାରି ରହିଛି ବର୍ଷା । ଆଗକୁ ଆହୁରି ବଢ଼ିବ ବର୍ଷାର ପରିମାଣ । ଅଧିକ ପଢ଼ନ୍ତୁ

Monsoon
Monsoon (ETV Bharat Odisha)
author img

By ETV Bharat Odisha Team

Published : Jun 23, 2024, 7:58 PM IST

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଓଡିଶାକୁ ଛୁଇଁଛି । ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି । ସେପଟେ ଆଗକୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Monsoon (ETV Bharat Odisha)

ସାରା ରାଜ୍ୟରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସ୍ବାଭାବିକ ସମୟର ଦିନକ ପରେ ସବୁ ରାଜ୍ୟର ୩୦ଟି ଯାକ ଜିଲ୍ଲା ଛୁଇଁଛି ମୌସୁମୀ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଥିବାବେଳେ ୨୬ରୁ ବର୍ଷାର ପରିମାଣ ବଢିବ । ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଞ୍ଜାମ, ଝାରସୁଗୁଡା ଏବଂ ସୁନ୍ଦରଗଡ । ଏହିସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ପରେ ୨୭ ତାରିଖରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତା ୨୪ ଘଣ୍ଟାରେ ଉପକୂଳ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ଜାରି ରହିବ ବର୍ଷା । ଏହି ସମୟରେ ୩୦ରୁ ୪୦ କିମ ପବନ ବହିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ବିଭାଗ । ଅନ୍ୟପଟେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ତ୍ତମାନ ମୌସୁମୀ ବର୍ଷା ହୋଇଥିବାବେଳେ ଜୁନ ୧ରୁ ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ୮୮.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍‌ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ..ଓଡ଼ିଶାରେ ମୌସୁମୀ ସକ୍ରିୟ; ବିଭିନ୍ନ ଅଞ୍ଚଳରେ ବଢିବ ବର୍ଷାର ପରିମାଣ, ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ - Monsoon In Odisha

୪ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ପୁରୀ ଓ ବଲାଙ୍ଗୀରରେ ସ୍ଥିତି ଅତି ଉତ୍କଟ ରହିଥିବା ବେଳେ ୨୧ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ମାତ୍ର ୫ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଜଗତସିଂହପୁର ଓ ଢେଙ୍କାନାଳରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ପୁରୀରେ ସ୍ଵାଭାବିକ ଠାରୁ ୭୧ ପ୍ରତିଶତ କମ୍‌ ବର୍ଷା ହୋଇଥିବାବେଳେ, ମୟୂରଭଞ୍ଜରେ ୬୯ ପ୍ରତିଶତ କମ୍‌, ବାଲେଶ୍ଵରରେ ୬୫ ପ୍ରତିଶତ କମ୍‌ ଓ ବଲାଙ୍ଗୀରରେ ୬୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.