ETV Bharat / state

ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏହି ଦିନ ଛୁଇଁବ ଓଡ଼ିଶା - Odisha Weather

Odisha Weather Update: ଅଧିକ ସକ୍ରିୟ ହେବାରେ ଲାଗିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହି ଦିନ ଓଡ଼ିଶାକୁ ସ୍ପର୍ଶ କରିବ ମୌସୁମୀ ବାୟୁ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jun 5, 2024, 9:15 PM IST

ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ (ETV Bharat Odisha)

ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶାକୁ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶା, ପରେ ରାଜ୍ୟର ଅନ୍ୟ ଅଞ୍ଚଳ ମୌସୁମୀ ଛୁଇଁବ । ମୌସୁମୀ ପାଇଁ ବର୍ତ୍ତମାନ ପାଗ ଅନୁକୂଳ ରହିଛି । ସେପଟେ ଆସନ୍ତାକାଲି ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ସହ କିଛି କିଛି ସ୍ଥାନରେ ବର୍ଷା ହେବ । ସେହପରି 8 ଓ 9 ତାରିଖରେ ରାଜ୍ୟର ଅନେକ ସ୍ଥାନରେ ହିଟୱେବ ରହିବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ । ପାଗ ଅନୁକୂଳ ଥିବାରୁ ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବ । ପରେ ଏହା ରାଜ୍ୟର ଅନ୍ୟ ଅଞ୍ଚଳ ଗୁଡିକୁ ସ୍ପର୍ଶ କରିବ । ସାଧାରଣତଃ ଜୁନ ଦ୍ଵିତୀୟ ସପ୍ତାହ 12 କିମ୍ବା 13 ତାରିଖରେ ମୌସୁମୀ ଓଡ଼ିଶାକୁ ଆସିଥାଏ । ସେପଟେ ଚଳିତଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ସମୟର ଦୁଇ ଦିନ ପୂର୍ବରୁ କେରଳ ଛୁଇଁଥିଲା । ଓଡ଼ିଶାରେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଆସନ୍ତାକାଲି ଠାରୁ ୯ ତାରିଖ ଯାଏ ରାଜ୍ୟର କିଛି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଅର୍ଥାତ ୬ ତାରିଖରେ ଉପକୂଳ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ସେହିପରି 7ରୁ 9 ତାରିଖରେ କାଁ ଭାଁ ସ୍ଥାନରେ ହିଟୱେଭ ରହିବ । 7 ଓ 8 ତାରିଖରେ ନୂଆପଡ଼ା ଓ ବଲାଙ୍ଗୀରରେ ହିଟୱେଭ ରହିବ । ସେହିପରି 9 ତାରିଖରେ ନୂଆପଡ଼ା, ବରଗଡ, ବଲାଙ୍ଗୀର ଓ ଝାରସୁଗୁଡାରେ ହିଟୱେଭ ରହିବାର ସମ୍ଭାବନା ରହିଛି । ସେପଟେ ଆସନ୍ତାକାଲି କିଛି କିଛି ଜିଲ୍ଲାରେ ବର୍ଷା ସହ ବିଜୁଳି ଘଟଘଡ଼ି ହେବାର ସମ୍ଭାବନା ରହିଛି । ଏହି ସମୟରେ 40ରୁ 50 କିମି ବେଗରେ ପବନ ବହିପାରେ ।

ଏହା ମଧ୍ୟ ପଢ଼ନ୍ତୁ...133 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବେଙ୍ଗାଲୁରୁରେ କୃତ୍ରିମ ବନ୍ୟା - Highest Rainfall In Single Day

ଗତକାଲି ରାଜ୍ୟର ୪ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ନୂଆପଡ଼ାରେ ଦିନ ତାପମାତ୍ରା ସବୁଠୁ ଅଧିକ ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବରଗଡ଼ ୪୧.୭, ଟିଟିଲାଗଡ଼ ୪୨, ସୁବର୍ଣ୍ଣପୁର ୪୦.୮, ବଲାଙ୍ଗୀର ୪୨ ଏବଂ ଭବାନୀପାଟଣାରେ ୪୦.୫ ଡିଗ୍ରୀ ରହିଥିଲା । ଭୁବନେଶ୍ବରରେ ୩୮.୪ଡିଗ୍ରୀ ଏବଂ କଟକରେ ୩୮.୨ ଡିଗ୍ରୀ ରହିଥିଲା । ଅନ୍ୟାନ୍ୟ ସହରରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.