ETV Bharat / state

୨୪ରେ ଅବପାତର ରୂପ ନେବ ଲଘୁଚାପ, ଓଡ଼ିଶାରେ କେତେ ରହିଛି ପ୍ରଭାବ ? - Odisha Weather - ODISHA WEATHER

Odisha Weather Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ତେବେ ଓଡ଼ିଶା ଉପରେ ଏହାର କେତେବ ପ୍ରଭାବ ରହିଛି ସେ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

୨୪ରେ ଅବପାତର ରୂପ ନେବ ଲଘୁଚାପ
୨୪ରେ ଅବପାତର ରୂପ ନେବ ଲଘୁଚାପ (ETV Bharat Odisha)
author img

By ETV Bharat Odisha Team

Published : May 22, 2024, 7:50 PM IST

ଓଡ଼ିଶାରେ କେତେ ରହିଛି ବାତ୍ୟା ପ୍ରଭାବ (ETV Bharat Odisha)

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପୂର୍ବ ଦିଗରେ ଗତି କରି ୨୪ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହାର ଗତି ଉତ୍ତର ପୂର୍ବ ଦିଗକୁ ରହି ଏହା ତୀବ୍ର ହେବାର ସମ୍ଭାବନା ରହିଛି । ସେହିପରି ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର-ପୂର୍ବ ଓ ଉତ୍ତର ପଶ୍ଚିମରେ ପହଞ୍ଚିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଯାହାକୁ ନେଇ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

୨୪ରେ ଅବପାତର ରୂପ ନେବ ଲଘୁଚାପ
୨୪ରେ ଅବପାତର ରୂପ ନେବ ଲଘୁଚାପ (ETV Bharat Odisha)

ଆଜି (ବୁଧବାର) ସକାଳ 5.30ରେ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର ପୂର୍ବ ଦିଗକୁ ଗତି କରିବ । 24 ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହାର ଗତି ଉତ୍ତର-ପୂର୍ବକୁ ରହି ତୀବ୍ର ହେବାର ସମ୍ଭାବନା ରହିଛି । ସେହିପରି ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର-ପୂର୍ବ ଓ ଉତ୍ତର ପଶ୍ଚିମରେ ପହଞ୍ଚିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୨୩ରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଯିବାକୁ ବାରଣ କରାଯାଇଛି । ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା ହୋଇଛି ।

ତେବେ ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବାଲେଶ୍ଵର ଓ ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶାରେ ଲଘୁଚାପର ସେଭଳି କିଛି ପ୍ରଭାବ ନଥିବା ବେଳେ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ଦକ୍ଷିଣ ଓ ଉପକୂଳ ଓଡିଶାରେ କାଳବୈଶାଖୀ ପ୍ରଭାବ ରହିବ । ଏଥିପାଇଁ ୩ ଦିନ ପର୍ଯ୍ୟନ୍ତ ପାଣିପାଗ ବିଭାଗ ସତର୍କ ଜାରି କରିଛି । ୨୫ ତାରିଖରେ ଘଡଘଡି ବିଜୁଳି ସହ ବର୍ଷା ଝଡ ପବନ ହେବ । ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ପବନ ବହିବ । ଓଡିଶାରେ ପ୍ରବଳ ବର୍ଷା ପାଇଁ ସେମିତି ସତର୍କ ସୂଚନା ଜାରି ହୋଇ ନାହିଁ । ଅନ୍ୟପଟେ ରାଜ୍ୟରେ କିଛି କିଛି ସ୍ଥାନରେ ଗରମ ଗୁଳୁଗୁଳି ଜାରି ରହିଥିବା ବେଳେ ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ..ସୃଷ୍ଟି ହେଲା ଲଘୁଚାପ; ୨୪ ସୁଦ୍ଧା ଅବପାତ, ଆଜି ବିଭିନ୍ନ ସ୍ଥାନରେ ବର୍ଷା ! - LOW PRESSURE FORMED

ସେପଟେ ଗତ ୨୪ ଘଣ୍ଟାରେ ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ ରେକର୍ଡ଼ ହୋଇଛି । ୮ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ ହୋଇଛି । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଅନୁଭବ ହେଉଥିବା ବେଳେ କୋରାପୁଟ ଜୟପୁରରେ ସର୍ବାଧିକ ୨୬.୬ ମିମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.