ETV Bharat / state

ବଙ୍ଗୋପସାଗରରେ ୨ଟି ଲଘୁଚାପ ! ଏହି ଦିନଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା - Odisha Weather

author img

By ETV Bharat Odisha Team

Published : Jul 13, 2024, 8:31 PM IST

Odisha Weather Update: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ରାଜ୍ୟରେ ଆସନ୍ତାକାଲି ଠାରୁ ବଢ଼ିବ ବର୍ଷା । ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ । ଅଧିକ ପଢ଼ନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ଆସନ୍ତା ୮ ଦିନରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ୨ଟି ଲଘୁଚାପ କ୍ଷେତ୍ର । ଆସନ୍ତା ୧୫ ଜୁଲାଇ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ପ୍ରଥମ ଲଘୁଚାପ କ୍ଷେତ୍ର । ୧୫ ଓ ୧୬ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ । ଏହି ସମୟରେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Odisha Weather Update (ETV Bharat Odisha)

ତେବେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର ଓ ଦେଓଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା (୭ରୁ ୧୧ସେମି) ସମ୍ଭାବନା ରହିଛି । ସେହିପରି ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ସେମି) ସମ୍ଭାବନା ରହିଛି ।

ସେହିପରି ଦ୍ବିତୀୟ ଲଘୁଚାପ କ୍ଷେତ୍ରଟି ୧୯ କିମ୍ବା ୨୦ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ଏହି ଲଘୁଚାପଟି ପ୍ରଥମ ଲଘୁଚାପ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଅବପାତର ରୂପ ନେଇପାରେ । ଏହି କ୍ଷେତ୍ର ପ୍ରଭାବରେ ୨୦ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି । ଆସୁଥିବା ୨ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଭରଣା ହେବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟି ହେବ ସିରିଜ ଲଘୁଚାପ । ୪ଟି ସିଷ୍ଟମର ଏକ ସିରିଜ୍ ସୃଷ୍ଟି ହେବାର ସମ୍ଭାବନା ରହିଛି । ଗ୍ଲୋବାଲ୍ ମଡେଲଗୁଡିକ ସୂଚାଉଛି ଯେ, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଏହା ପରବର୍ତ୍ତୀ ସମୟରେ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ବିଶେଷକରି ୧୪ ଜୁଲାଇରୁ ୨୨ ଜୁଲାଇ ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ବର୍ତ୍ତମାନ ଓଡ଼ିଶା ଉପକୂଳ ନିକଟରେ ଏକ ସାଇକ୍ଲୋନିକ୍ ସର୍କୁଲେସନ ବା ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୧୫ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଲଘୁଚାପ ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା । ଏହାସହ ତେଲେଙ୍ଗାନା, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମୁମ୍ବାଇ, ଗୁଜୁରାଟ, ସୌରାଷ୍ଟ୍ର ଏବଂ କୁଚରେ ବି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷାଦିନେ ଏହି ପନିପରିବାଠାରୁ ରୁହନ୍ତୁ ସତର୍କ, ନଚେତ ବଢ଼ିପାରେ ସଂକ୍ରମଣ - Vegetables To Avoid In Monsoon

ଜୁଲାଇ ୧୪ରୁ ୧୯ ମଧ୍ୟରେ ଗୁଜୁରାଟ ଉପରେ ଆଉ ଏକ ସାଇକ୍ଲୋନିକ୍ ସର୍କୁଲେସନ ସୃଷ୍ଟି ହୋଇପାରେ, ଯାହା ପ୍ରଭାବରେ ଜୁଲାଇ ୧୬ରୁ ୧୯ ପର୍ଯ୍ୟନ୍ତ ଗୁଜରାଟ ସମେତ ବିଭିନ୍ନ ରାଜ୍ୟରେ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଜୁଲାଇ ୧୯ରେ ଓଡିଶା ଉପକୂଳ ନିକଟରେ ଏକ ଶକ୍ତିଶାଳୀ ନିମ୍ନ-ଚାପରେଖା ସୃଷ୍ଟି ହୋଇପାରେ, ଯାହା ଘନୀଭୂତ ହୋଇ ଏକ ଅବପାତର ରୂପ ନେଇପାରେ । ଅବପାତ ପ୍ରଭାବରେ ଜୁଲାଇ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ପୂର୍ବ, ମଧ୍ୟ ଏବଂ ପଶ୍ଚିମ ଭାରତ ଉପରେ ପ୍ରବଳ ବର୍ଷା ଆଣିପାରେ । ଆଗାମୀ ୨୦ ଦିନ ମଧ୍ୟରେ ୩ରୁ ୫ ନିମ୍ନ ଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.