ETV Bharat / state

ରାଜ୍ୟରେ ବଢିବ ଶୀତ, ଚଳିତ ବର୍ଷରେ ପ୍ରଥମଥର ଶୀତଲହରୀ ଆଲର୍ଟ

Cold Wave Alert: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ବାୟୁ । ଚଳିତ ଶୀତ ଋତୁରେ ରାଜ୍ୟରେ ପ୍ରଥମଥର ଜାରି ହେଲା ଶୀତ ଲହରୀ ଆଲର୍ଟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 26, 2024, 5:19 PM IST

ଶୀତଲହରୀ ଆଲର୍ଟ
ଶୀତଲହରୀ ଆଲର୍ଟ
ଶୀତଲହରୀ ଆଲର୍ଟ

ଭୁବନେଶ୍ବର: ଚଳିତ ଶୀତ ଋତୁରେ ରାଜ୍ୟରେ ପ୍ରଥମଥର ଶୀତ ଲହରୀ ନେଇ ଆଲର୍ଟ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ବାୟୁ । ଯାହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଏଥିସହ ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତ୍ତୀ ସମୟରେ ଏଥିରେ ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ଘଟିବାର ସମ୍ଭାବନା ରହିଛି।

ସେହିପରି ଆଗାମୀ ଦୁଇ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି଼ର ସମ୍ଭାବନା ରହିଛି । ଯେପରିକି ଅନୁଗୋଳ, ଢେଙ୍କାନାଳ,ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନୟାଗଡ଼, ଖୋର୍ଦ୍ଧା, କଟକ, ଗଞ୍ଜାମ, ଜଗତସିଂହପୁର, ପୁରୀ, ଗଜପତି, ରାୟଗଡ଼ା। ଏହି ସବୁ ଅଞ୍ଚଳରେ ଆଜି ମଧ୍ୟ ରାତ୍ରିରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ସମ୍ଭାବନା ଥିବାରୁ ଯାତାୟତରେ ବାଧା ଉପୁଜିବାର ଆଶଙ୍କା ରହିଛି । ଯାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...୧୫୦ବର୍ଷରେ IMD, ଏଣିକି ପଞ୍ଚାୟତ ସ୍ତରରେ ଯୋଗାଇବ ପାଣିପାଗ ସୂଚନା

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକା ଧରଣର ବର୍ଷା ହୋଇଛି । ବରଗଡ଼ର ଗାଇସିଲେଟରେ ୨୧.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କେତେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଥିବାବେଳେ ବଲାଙ୍ଗୀର-କଟକ-ଅନୁଗୁଳ ତାଳଚେର, ଟିଟିଲାଗଡ଼ ଫୁଲବାଣୀ ଓ ଢେଙ୍କାନାଳରେ ୫୦ ରୁ ୨୦୦ ମିଟରର କୁହୁଡି଼ ଦୃଶ୍ୟମାନ ହୋଇଛି । ରାଜ୍ୟରେ ଶୀତ ବର୍ତ୍ତମାନ ଜାରି ରହିଥିବାବେଳେ ଗତ 24 ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୦.୧ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟରେ ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଜାରି ହୋଇଛି ଶୀତଲହରୀ ଚେତାବନୀ । ସେପଟେ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ପାଗ ରହିଛି । ଶୀତ ଆହୁରି ବଢିବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେଣୁ ଶୀତର ଲହରୀ ତଥା କୁହୁଡ଼ି ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.