ETV Bharat / state

ସ୍ତ୍ରୀର ହତ୍ୟା ଷଡଯନ୍ତ୍ର ରଚିଥିଲା ସ୍ବାମୀ, ଲୁଟର ରୂପ ଦେଇ ଖସିଯିବାକୁ କରିଥିଲା ଉଦ୍ୟମ - HUSBAND MURDERS WIFE

କୋରାପୁଟରେ ସ୍ବାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣା । ପାରିବାରିକ କଳହକୁ ନେଇ ସ୍ବାମୀ ରଚିଥିଲା ସ୍ତ୍ରୀ ହତ୍ୟା ଷଡଷନ୍ତ୍ର । 3 ଜଣଙ୍କୁ ଗିରଫ କଲା ପୋଲିସ ।

HUSBAND MURDERS WIFE
HUSBAND MURDERS WIFE (ETV BHARAT ODISHA)
author img

By ETV Bharat Odisha Team

Published : Nov 6, 2024, 3:22 PM IST

କୋରାପୁଟ: ସ୍ବାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ଲୁଟ ରୂପ ଦେଇ ଘଟଣାକୁ ଚପାଇବାକୁ କରାଯାଉଥିଲା ଉଦ୍ୟମ । ସ୍ତ୍ରୀଙ୍କୁ ହତ୍ୟା କରିବାର ଯୋଜନା କରିଥିଲା ସ୍ବାମୀ । ପାରିବାରିକ କଳହକୁ ନେଇ ସ୍ବାମୀ ରଚିଥିଲା ସ୍ତ୍ରୀ ହତ୍ୟା ଷଡଯନ୍ତ୍ର । ଘଟଣାକୁ 2 ଦିନ ନପୁରୁଣୁ ସତ ସାମ୍ନାକୁ ଆଣି ଅଭିଯୁକ୍ତ ସ୍ବାମୀ ମହେନ୍ଦ୍ର ଖରା ସମେତ ତାର 2 ସହଯୋଗୀକୁ ଗିରଫ କରିଛି ପୋଲିସ । ଗତ ସୋମବାର ଦିନ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧଣା ପଞ୍ଚାୟତ ହରିଆମୁଣ୍ଡା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତକ ହେଉଛନ୍ତି ସାବି ଖରା ।

ସ୍ତ୍ରୀର ହତ୍ୟା ଷଡଯନ୍ତ୍ର ରଚିଥିଲା ସ୍ବାମୀ:

HUSBAND MURDERS WIFE (ETV BHARAT ODISHA)

ସୁନାବେଡା SDPO ମନବ୍ରତୀ ଶତପଥୀ କହିଛନ୍ତି, ‘ପାରିବାରିକ କଳହକୁ ନେଇ ସ୍ବାମୀ ରଚିଥିଲା ସ୍ତ୍ରୀର ହତ୍ୟା ଷଡଯନ୍ତ୍ର । ଅଭିଯୁକ୍ତ ମହେନ୍ଦ୍ର ଖରା ତାର ଦୁଇ ସହଯୋଗୀ ଖୁଡିବି ଗ୍ରାମର ମହେଶ ମାଲି ଏବଂ ସୋମନାଥ ଭୋଇଙ୍କ ସହ 8 ଦିନ ଆଗରେ ହତ୍ୟା ଯୋଜନା କରିଥିଲା । ଯୋଜନା ମୁତାବକ ସୋମବାର ସାବି ଖରା ଓ ମହେନ୍ଦ୍ର ଖରା ଆଧାରକାର୍ଡ ଅପଡେଟ କରିବା ପାଇଁ ନନ୍ଦପୁର ଯାଇ ସନ୍ଧ୍ୟା 6ଟା ସମୟରେ ଘରକୁ ଫେରୁଥିଲେ । ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ରହିଥିବା ବେଳେ ନିକଟ ଜଙ୍ଗଲରୁ 5 ଜଣ ଆସି ହଠାତ ଠେଙ୍ଗାରେ ମହେନ୍ଦ୍ର ଖରାକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ମହେନ୍ଦ୍ର ଚେତା ହରାଇ ପଡିବା ପରେ ସ୍ତ୍ରୀ ସାବିଙ୍କ ଠାରୁ ସୁନା ଗହଣା ଛଡାଇ ନେଇ ମୁଖ୍ୟ ଅଭିଯୁକ୍ତକୁ ଗଛରେ ବାନ୍ଧି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଆକ୍ରମଣକାରୀ ।''

ଏହା ମଧ୍ୟ ପଢନ୍ତୁ-ପୂର୍ବତନ ସମିତିସଭ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ - Suspicious Death of Khordha Man

ଏହା ମଧ୍ୟ ପଢନ୍ତୁ-ଜେଲ ଫେରନ୍ତାଙ୍କୁ ଘରୁ ଡାକିନେଇ ହତ୍ୟା ! ଅଭିଯୋଗ ଆଣିଲେ ପରିବାର ଲୋକେ

ଥାନାରେ ଅଭିଯୋଗ କରିଥିଲା ହତ୍ୟାକାରୀ?

ମହେନ୍ଦ୍ରଙ୍କ ଚେତା ଫେରିବା ପରେ ଚିତ୍କାର କରିବାରୁ ଜଣେ ବାଇକ୍ ଆରୋହୀ ଘଟଣା ସ୍ଥଳରୁ ମହେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସାବିଙ୍କ ସୁନା ଗହଣା ଲୁଟି ନେଇ ହତ୍ୟା କରି ରାସ୍ତା କଡବ୍ରିଜ ନିକଟରେ ମୃତଦେହ ଫିଙ୍ଗି ଦେଇ ଚାଲିଯାଇଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏନେଇ ନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିବା ସହ କୋରାପୁଟ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ତଦନ୍ତ ଆରମ୍ଭ କରିବାର 24 ଘଣ୍ଟା ନ ପୁରୁଣୁ ମାମଲାର ପର୍ଦ୍ଦାଫାସ କରିଛି । ପ୍ରକୃତ ହତ୍ୟାକାରୀ ମୃତକଙ୍କ ସ୍ବାମୀ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.