ETV Bharat / state

ବିଜେଡି ଦେଲାନି ଟିକଟ, ରାଜ୍ୟର ୮ ସ୍ଥାନରୁ ସ୍ବାଧୀନ ଲଢ଼ିବେ ଦମ୍ପତି - Couple to contest from 8 places - COUPLE TO CONTEST FROM 8 PLACES

Couple to contest from 8 places: ବାରବାଟୀ-କଟକ ବିଧାନସଭା ପାଇଁ ଟିକଟ ଦେବାକୁ କଥା ଦେଇ ଠକିଦେଲା ବିଜେଡି । ରାଜ୍ୟର ୮ ସ୍ଥାନରୁ ଲଢ଼ିବାକୁ ନିଷ୍ପତ୍ତି ନେଲେ ଦମ୍ପତି । ପତ୍ନୀ ୪ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସ୍ବାମୀ ମଧ୍ୟ ୪ଟି ଆସନରୁ ଲଢ଼ିବାକୁ ଦେଲେ ସୂଚନା । ଅଧିକ ପଢ଼ନ୍ତୁ

Couple to contest from 8 places
Couple to contest from 8 places (ETV BHARAT ODISHA)
author img

By ETV Bharat Odisha Team

Published : May 4, 2024, 8:28 PM IST

Couple to contest from 8 places (ETV BHARAT ODISHA)

କଟକ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ମୈଦାନରେ ପ୍ରାର୍ଥୀଙ୍କ ଗହଳି ସେତିକି ବଢ଼ିବାରେ ଲାଗିଛି । ବର୍ତ୍ତମାନ ବିଭିନ୍ନ ନିର୍ବାଚନୀ କ୍ଷେତ୍ର ପାଇଁ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ପ୍ରାର୍ଥୀପତ୍ର ଦାଖଲ କରିବା ଆଳରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀ ନାମାଙ୍କନ ଭରିବା ନିହାତି ଦରକାର । ଅଧିକାଂଶ ଲୋକ ଗୋଟିଏ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ଦାଖଲ କରିଥାନ୍ତି । କିନ୍ତୁ କିଛି ଲୋକ ଦୁଇଟି ସ୍ଥାନକୁ ବାଛି ଥାଆନ୍ତି । ହେଲେ କେହି ୮ଟି ସ୍ଥାନରୁ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ଆପଣ ଶୁଣିଛନ୍ତି କି ?

କଟକର ଏକ ଦମ୍ପତିଙ୍କ କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ଦେଖା ଦେଇଛି । ଶ୍ରୀରାମ ପାଣ୍ଡେ ଓ ତାଙ୍କ ପତ୍ନୀ ଶୋଭା ପାଣ୍ଡେ ଚାରି ଚାରିଟି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ଶ୍ରୀରାମଙ୍କ ପତ୍ନୀ ଶୋଭା ପାଣ୍ଡେ କଟକ ଓ ପୁରୀ ଲୋକସଭା ସହ ବାରବାଟୀ-କଟକ ଓ ଚୌଦ୍ବାର-କଟକ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ସ୍ବାମୀ ଶ୍ରୀରାମ ପାଣ୍ଡେ କେନ୍ଦ୍ରାପଡା ଓ ସମ୍ବଲପୁର ଲୋକସଭା ସହ ମାହାଙ୍ଗା ଓ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା କହିଛନ୍ତି । ଏହି ୮ଟି ଯାକ ନିର୍ବାଚନମଣ୍ଡଳୀରେ ତାଙ୍କ ଦଖଲ ରହିଛି ଏବଂ ଉଭୟ ପତିପତ୍ନୀଙ୍କୁ ସେହି ସବୁ ଅଞ୍ଚଳରୁ ଜନସମର୍ଥନ ମିଳିବ ବୋଲି କହିଛନ୍ତି ସ୍ବାମୀ ଶ୍ରୀରାମ ପାଣ୍ଡେ । ତେବେ ଉଭୟ ପତିପତ୍ନୀଙ୍କ ଏହି ନାମାଙ୍କନ ଦାଖଲ କରିବା ସମଗ୍ର ସହରରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।

ଏହା ମଧ୍ୟ ପଢ଼ନ୍ତୁ...ନାମାଙ୍କନ ଭରିଲେ କଟକ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁରେଶ ମହାପାତ୍ର - Lok Sabha Election 2024

ତେବେ ଶ୍ରୀରାମ ପଣ୍ଡାଙ୍କ କହିବା କଥା, "ମୁଁ କଟକ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ । ମୋ ପତ୍ନୀ କଟକ ଜିଲ୍ଲା ବିଜେଡିର ଉପସଭାପତି । ଗତ ସିଏମ୍‌ସି ନିର୍ବାଚନରେ ମୋ ପତ୍ନୀ ବିଜେପିରୁ ନାମାଙ୍କନ ଦାଖଲ କରିଥିଲେ । ହେଲେ ବାରବଟୀ ପାଇଁ ବିଧାୟକ ଟିକଟ ଦେବ ବୋଲି କହି ନାମାଙ୍କନ ପ୍ରତ୍ୟାହାର କରିବାକୁ ବିଜେଡି ବାଧ୍ୟ କରିଥିଲା । ହେଲେ କଟକ ବାହାରୁ ପ୍ରାର୍ଥୀ ଦେଲେ । ଆମ ସହ ଏପର୍ଯ୍ୟନ୍ତ କୌଣସି ଆଲୋଚନା କଲେ ନାହିଁ । ସେଥିପଇଁ ମୋ ପତ୍ନୀ ଆଜି କଟକ ଓ ପୁରୀ ଲୋକସଭା ସହିତ ବାରବାଟୀ-କଟକ ଓ ଚୌଦ୍ବାର-କଟକ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ମୁଁ ସମ୍ବଲପୁର ଓ କେନ୍ଦ୍ରାପଡ଼ା ଲୋକସଭା ସମେତ ଆଳି ଓ ମାହାଙ୍ଗା ବିଧାନସଭାରୁ ନାମାଙ୍କନ ଭରିବି ।" ତେବେ ସେ ୪୫ ବର୍ଷ ଧରି ରାଜନୀତିରେ ଥିବାରୁ ସବୁ ସ୍ଥାନରେ ତାଙ୍କର ସଂଗଠନ ଅଛି ଓ ସେ ଲୋକଙ୍କ ଭରପୁର ସମର୍ଥନ ପାଇବେ ବୋଲି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.