ETV Bharat / state

ଥାନା ସାମ୍ନାରୁ ହଟିଲା ଅଚିହ୍ନା ଗାଡି, କବାଡ଼ିଆ ଖାନାକୁ ଗଲା ୬୯୩ଟି ଅଜଣା ଗାଡି - unclaimed vehicles disposed - UNCLAIMED VEHICLES DISPOSED

UNCLAIMED VEHICLES DISPOSED:ଥାନା ଆଗରୁ ହଟିଲା ପୁରୁଣା ଅଚିହ୍ନା ଗାଡି । ଟେଣ୍ଡର ଜରିଆରେ କବାଡ଼ିଆ ଖାନାକୁ ଗଲା ୬୯୩ଟି ଅଜଣା ଗାଡି । ଅଧିକ ପଢନ୍ତୁ

ଥାନା ସାମ୍ନାରୁ ହଟିଲା ଅଚିହ୍ନା ଗାଡି ,କବାଡ଼ିଆ ଖାନାକୁ ଗଲା ୬୯୩ଟି ଅଜଣା ଗାଡି

author img

By ETV Bharat Odisha Team

Published : May 2, 2024, 7:12 AM IST

ଥାନା ସାମ୍ନାରୁ ହଟିଲା ଅଚିହ୍ନା ଗାଡି ,କବାଡ଼ିଆ ଖାନାକୁ ଗଲା ୬୯୩ଟି ଅଜଣା ଗାଡି

ଭୁବନେଶ୍ବର: ଥାନା ଆଗରୁ ହଟିଲା ପୁରୁଣା ଅଚିହ୍ନା ଗାଡି । ୬୯୩ ଅନକ୍ଲେମ ଗାଡ଼ିକୁ ସ୍କ୍ରାପ କଲା ପୋଲିସ୍ । ଟେଣ୍ଡର ଜରିଆରେ କବାଡିଆକୁ ହସ୍ତାନ୍ତର କରାଯାଇଛି । ବିଭିନ୍ନ ଥାନା ଆଗରେ ଦୀର୍ଘ ଦିନ ଧରି ପଡି ରହିଥିବା ପୁରୁଣା ଗାଡ଼ିକୁ ହଟାଇଛି ପୋଲିସ । ଚୋରା‌ ଗାଡି ବା ଦୁର୍ଘଟଣାଗ୍ରସ୍ତ ଗାଡି ଦୀର୍ଘଦିନ ଧରି ଥାନା ଆଗରେ ପଡ଼ି ଖତ ଖାଉଥିବା ବେଳେ ଟେଣ୍ଡର ଜରିଆରେ କବାଡିଆକୁ ଦେଇ ଥାନା ଆଗରୁ ହଟାଇଛି ପୋଲିସ ।ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଯେଉଁ ଗାଡି ଥାନା ଆଗରେ ପଡ଼ି ରହିଥିଲା । ଜଣା ପଡିପାରୁ ନଥିଲା ଗାଡିର ମାଲିକ କିଏ । ଗାଡ଼ିର ଚେସିସ ନମ୍ବର ଓ ଗାଡି ନମ୍ବର ଜଣାପଡୁନଥିଲା । ସେସବୁ ଗାଡିଗୁଡ଼ିକ ଥାନାରେ ପଡ଼ିରହି ଅଳିଆ ଓ ଅଯଥାରେ ଜାଗା ମାଡି ବସିଥିଲା । ସେହି ଗାଡ଼ିଗୁଡିକୁ ଚିହ୍ନଟ କରଯାଇଥିଲା । ପରେ ସଠିକ ଭାବେ ଏକ ପବ୍ଲିକ ପବ୍ଲିକେସନ କରାଯାଇଥିଲା । ପରେ ନୋଟିଫିକେସନ କରାଯାଇ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସ୍କ୍ରାପ ପାଇଁ ଟେଣ୍ଡର କରାଯାଇଥିଲା ।ଏନେଇ ଟେଣ୍ଡର ହାତେଇ ଥିବା କବାଡିଆକୁ ୬୯୩ଟି ଗାଡି ହସ୍ତାନ୍ତର କରାଯାଇଛି ।

ଯେଉଁଥିରେ ୬୬୬ଟି ଦୁଇ ଚକିଆ ସହ ୯ଟି ତିନିଚକିଆ ଅଟୋ ଓ ୧୮ ଚାରି ଚକିଆ ଯାନକୁ ହଟାଯାଇ ଥିଲା । ଯାହାକି ସେସବୁ ଗାଡିଗୁଡ଼ିକ ବ୍ୟବହାର ଉପଯୋଗୀ ନ ହୋଇ ବରଂ ସ୍କ୍ରାପ କରଯିବ । ଏନେଇ ଟେଣ୍ଡର ହାତେଇ ଥିବା ସ୍କ୍ରାପ କବାଡିଆ ସେସବୁ ଗାଡ଼ିକୁ ସ୍କ୍ରାପ କରିବେ । ଅନେକ ସମୟରେ ପୋଲିସ କୌଣସି ମାମଲାରେ ଗାଡିଗୁଡିକୁ ଜବତ କରି ଥାନାରେ ରଖିଥାଏ । ପରେ ଏହାର କେସ ସମୟରେ କିଛି ଗାଡି ମୁକୁଳିଥାଏ ଓ ଅନ୍ୟ କିଛି ସେହିଭଳି ଥାନରେ ପଡ଼ି ରହିଥାଏ । ଯାହାର ନମ୍ବର ଓ ଚେସିସି ନମ୍ବର ଠାବ କରିବା ସମ୍ଭବ ହୋଇଥାଏ । ସେହି ଗାଡିଗୁଡ଼ିକ ଦୀର୍ଘଦିନ ପଡି ରହି ଖତ ଖାଇବା ସହ ମାଟିରେ ମିଶିଯାଏ ।ସେସବୁ ଗାଡ଼ିକୁ କୋର୍ଟ ନିୟମ ଆନୁସାରେ ହଟାଯାଇଛି ।

ଏହା ମଧ୍ୟ ପଢନ୍ତୁ......ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ଚେକିଂ ନାଁରେ କରୁଥିଲେ ଲୁଟ୍ - Police Arrested Robbers Gang

ତବେ ଏସବୁ ଗାଡି ଗୁଡିକ ସ୍କ୍ରାପ ହୋଇ ପୁନଃବ୍ୟବହାର ହେବା କଥା ନୁହେଁ । ଗାଡି ଗୁଡ଼ିକର ପୁରୁଣା ପାର୍ଟସ ବା କୋୖଣସି ପାର୍ଟ ଚୋରାରେ ବିକ୍ରି ହେବାର ସମ୍ଭବନା ରହିଛି ।କାରଣ ସେସବୁ ରୋକିବା ମଧ୍ୟ ଚାଲେଞ୍ଜିଂ ହେବ ।ନଚେତ୍ ପୂର୍ବରୁ ଏକ ଚୋରା ବାଇକ ଗ୍ୟାଙ୍ଗ ଗାଡି ଚୋରି ପରେ ସ୍କ୍ରାପ କରି ପାର୍ଟସ ବିକ୍ରି କରିବାର ନଜିର ରହିଛି । ସେସବୁ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.