ETV Bharat / state

ଗଞ୍ଜେଇ ଚାଲାଣରେ ଧରାପଡିଲେ ଶିକ୍ଷକ, ଭିଜିଲାନ୍ସ କେସରେ ଫସିଥିଲେ ଫୁଲବାଣିରେ - Ganja Seized FROM TEACHER - GANJA SEIZED FROM TEACHER

Ganja Seized In Bhubaneswar: ଗଞ୍ଜେଇ ଚାଲାଣ କରି ଭୁବନେଶ୍ବରରୁ ଗିରଫ ହେଲେ ନିଲମ୍ବିତ ଶିକ୍ଷକ । ଗିରଫ ଶିକ୍ଷକ ଜଣଙ୍କ ହେଉଛନ୍ତି କନ୍ଧମାଳ ଗୋଟିଙ୍ଗିଆ ସାରଙ୍ଗ ଗଡର ବାଣେଶ୍ବର ପ୍ରଧାନ । ଅଧିକ ପଢନ୍ତୁ

ଗଞ୍ଜେଇ ଚାଲାଣରେ ଧରାପଡିଲେ ନିଲମ୍ବିତ ଶିକ୍ଷକ,୨ ଗିରଫ

author img

By ETV Bharat Odisha Team

Published : Mar 23, 2024, 10:01 PM IST

ଭୁବନେଶ୍ବର: ଗଞ୍ଜେଇ ଚାଲାଣ କରି ଫସିଲେ ନିଲମ୍ବିତ ଶିକ୍ଷକ । ଫୁଲବାଣୀର ଶିକ୍ଷକ ଭୁବନେଶ୍ୱରରେ ହେଲେ ଗିରଫ । ଗଞ୍ଜେଇ ଲୁଚାଇ ରଖିଥିବା ନେଇ ଧରିଲା ପୋଲିସ । ଚନ୍ଦ୍ରଶେଖରପୁର ଥାନା ଇଶାଣେଶ୍ବର ବସ୍ତିରେ କରୁଥିଲେ ବେଆଇନ ଗଞ୍ଜେଇ କାରବାର ।୧୫କେଜି ଗଞ୍ଜେଇ ସହ ସହଯୋଗୀକୁ ମିଶାଇ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ ।

ସୂଚନାଯୋଗ୍ୟ, ଗିରଫ ଶିକ୍ଷକ ଜଣଙ୍କ ହେଉଛନ୍ତି କନ୍ଧମାଳ ଗୋଟିଙ୍ଗିଆ ସାରଙ୍ଗ ଗଡର ବାଣେଶ୍ବର ପ୍ରଧାନ ବୟସ (୪୨) । ସେ ୨୦୧୬ରୁ ୨୦୧୯ ମସିହ ପର୍ଯ୍ୟନ୍ତ ଫୁଲବାଣୀ ଗଡମାହା, ବ୍ରାହ୍ମଣିଗାରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ ।ସେତେବେଳେ ସ୍କୁଲ ଟଙ୍କା ହେରଫେର ନେଇ ତାଙ୍କ ନାଁରେ ଏକ ଭିଜିଲାନ୍ସ କେସ ହୋଇଥିଲା ।ପରେ ତାଙ୍କୁ ସେତେବେଳେ ନିଲମ୍ବିତ କରାଯାଇଥିଲା ।ପରେ ସେ ୨୦୨୧ରୁ ଭୁବନେଶ୍ୱର ଆସିଥିଲେ । ଇଶାଣେଶ୍ବର ବସ୍ତିରେ ଏକ ଘର କରି ରହୁଥିଲେ ।ତେବେ ତାଙ୍କର ଶିକ୍ଷକ ଚାକିରି ଯିବା ପରେ ଆର୍ଥିକ ସ୍ଥିତି ଭଲ ନଥିଲା । ସେ ଟଙ୍କା ରୋଜଗାର ପାଇଁ ନୂଆ ଉପାୟ ବାଛି ନେଇଥିଲେ । ପାଖରେ ଥିବ ଏକ ଘରୋଇ ହସ୍ପିଟାଲରେ ସହାୟକ ଭାବେ କାମ କରୁଥିଲେ । ଯେହେତୁ ସେ କନ୍ଧମାଳ ଅଞ୍ଚଳର ହୋଇଥିଲେ ତେଣୁ ଗଞ୍ଜେଇ କାରବାର ଆରମ୍ଭ କରିଥିଲେ ।

କନ୍ଧମାଳରୁ ଗଞ୍ଜେଇ ଆଣି ଇଶାଣେଶ୍ବର ବସ୍ତିରେ ନିଜ ଘରେ‌ ରଖି ତାକୁ ସହଯୋଗୀ ଜରିଆରେ ବିକ୍ରି କରୁଥିଲେ ।ଏପରିକି ସସଯୋଗୀ ଗଣେଶ୍ୱର ମଲ୍ଲିକ ତାର ସମ୍ପର୍କିୟ ଥିଲେ । ସେ ଗଞ୍ଜେଇ ଆଣିବା ଓ ବିକିବା ସହଜ ହେଉଥିଲା । ଗାଁରେ ଓ ଭୁବନେଶ୍ଵରରେ ନିଜର ଧିରେ ଧିରେ ପତିଆରା ବଢୁଥିଲା । ଗଞ୍ଜେଇ ବିକିବା ପାଇଁ ବସ୍ତି ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ଦୋକାନ ଜରିଆରେ ମଧ୍ୟ କାରବାର ବଢାଉଥିଲା ।ଗଞ୍ଜେଇ କାରବାର ନେଇ ଆଗକୁ ନିର୍ବାଚନ ପାଇଁ ପୋଲିସ‌ ଧରପଗଡ ଜୋରସୋର କରିଛି । ଛୋଟ ଗଞ୍ଜେଇ ବେପାରିଠୁ ଆରମ୍ଭ କରି ବଡ଼ ବଡ଼ ସପ୍ଲାଏ ଓ ଚାଲାଣ ଆଧାରରେ ରେଡ କରୁଥିଲେ । ଏନେଇ ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ବାଣେଶ୍ବରକୁ ଗିରଫ କରିବା ସହ ସହଯୋଗୀ ଗଣେଶ୍ୱର ମଲ୍ଲିକକୁ ମଧ୍ୟ ଗିରଫ କରିଛି ।ସେମାନଙ୍କ ଠାରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି ।

ଏହାମ ଧ୍ୟ ପଢନ୍ତୁ.....ମନ୍ଦିର ଚୋରି ଘଟଣାରେ ପୋଲିସକୁ ସଫଳତା, ଧରାପଡିଲେ 5 ଚୋର

ଏନେଇ ଏସିପି ରମେଶଚନ୍ଦ୍ର ବିଶୋଇ କହିଛନ୍ତି ଯେ, ନିଶା କାରବାରକୁ ନେଇ ଜୋର୍ ଦାର ଅଭିଯାନ ଜାରି ରହିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଆହୁରି ଡ୍ରାଇଭ୍ ଜୋରଦାର ହେଉଛି ।ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରଯାଇଛି‌ । ଜଣାପଡିଛି ସେ କନ୍ଧମାଳରୁ ଆଣି ଏପରି କାରବାର କରୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.