ETV Bharat / state

ବାରିପଦାରୁ 20 କେଜି ସୁନା ଜବତ, ଲଜିଷ୍ଟିକ ଗାଡ଼ିରେ ହେଉଥିଲା ଚାଲାଣ

ଲଜିଷ୍ଟିକ ଗାଡ଼ିରେ କୋଲକାତାରୁ ବାରିପଦାକୁ ଆସୁଥିଲା ସୁନା । 20 କେଜି ସୁନା ଜବତ କଲା ମୟୂରଭଞ୍ଜ ସିଟି ଆଣ୍ଡ ଜିଏସଟି ବିଭାଗ ।

GOLD SEIZED
GOLD SEIZED (ETV BHARAT ODISHA)
author img

By ETV Bharat Odisha Team

Published : 2 hours ago

ରାଇରଙ୍ଗପୁର: ବାରିପଦାରୁ ପୁଳା ପୁଳା ସୁନା ଜବତ । ଲଜିଷ୍ଟିକ ଗାଡ଼ି ସହ 20 କିଲୋ ସୁନା ଜବତ କଲା ମୟୂରଭଞ୍ଜ ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ । ଏମ୍‌କେସି ହାଇସ୍କୁଲ ଛକ ନିକଟରୁ ଗାଡ଼ି ସହ ସୁନା ଜବତ ହୋଇଛି । ଗତକାଲି (ଶୁକ୍ରବାର) କୋଲକାତାରୁ ବାରିପଦାକୁ ଆସୁଥିବା ବେଳେ ଧରାପଡ଼ିଲା ସୁନା ଗାଡି । ଏହାକୁ ବର୍ତ୍ତମାନ ସିଟି ଜିଏସଟି ଏନଫୋର୍ସମେଣ୍ଟ କାର୍ଯ୍ୟାଳୟକୁ ଅଣାଯାଇଛି । ଆଜି ଡକ୍ୟୁମେଣ୍ଟର ଭେରିଫିକେସନ କରାଯିବା ନେଇ ସୂଚନା ଦେଇଛନ୍ତି ଜିଏସଟି ବିଭାଗ ଡେପୁଟି କମିଶନ କୁଳମଣି ମଲ୍ଲିକ ।

ଲଜିଷ୍ଟିକ ଟ୍ରକରୁ ସୁନା ଜବତ:

GOLD SEIZED (ETV BHARAT ODISHA)

ମୁମ୍ବାଇରୁ କୋଲକାତା ଓ ପରେ ବାରିପଦାର ସୁନା ବ୍ୟବସାୟୀଙ୍କ ନିକଟକୁ ଏହି ସୁନା ଆସୁଥିବା କୁହାଯାଇଛି । ଆଜି ଲଜିଷ୍ଟିକ ଟ୍ରକରୁ ସୁନା ବାହାର କରାଯାଇ ତଦନ୍ତ କରାଯିବ । ପରେ ସିଟି ଆଣ୍ଡ ଜିଏସଟି ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି ଡେପୁଟି କମିଶନ କୁଳମଣି ମଲ୍ଲିକ ସୂଚନା ଦେଇଛନ୍ତି । ତେବେ ଆଗକୁ ଧନତେରସ ଥିବାରୁ ବିପୁଳ ପରିମାଣରେ ସୁନା ଆସୁଥିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ପୁଣି ଭୁବନେଶ୍ବର ଏୟାରପୋର୍ଟ କାର୍ଗୋରୁ ସୁନା ଜବତ - Gold Ornaments Seized

ଏହା ମଧ୍ୟ ପଢନ୍ତୁ-ETV Bharat Follow UP; ଏୟାରପୋର୍ଟରୁ ପୁଳା ପୁଳା ଗହଣା ଠାବ, ସୁନା ଓ ରୁପା ସହ ହୀରା ଜବତ, ରାଜଧାନୀର ବଡ ବଡ ନାମୀ ଦାମୀ ଦୋକାନକୁ ଯାଇଥାନ୍ତା ସୁନା - diamond ornaments seized

ଆଜି ହେବ ତଦନ୍ତ:

ଏନେଇ ଜିଏସଟି ବିଭାଗ ଡେପୁଟି କମିଶନ କୁଳମଣି ମଲ୍ଲିକ କହିଛନ୍ତି, '' କାଲି ଆମେ ମୋବାଇଲ ଆକ୍ଟିଭିଟି କରୁଥିବା ସମୟରେ ଜଣେ ସିକ୍ୟୁଏଲ ଲଜିଷ୍ଟିକ ଷ୍ଟାପ ସ୍ଥାନୀୟ ଜଣେ ଜୁଏଲାରୀ ସପରେ ସୁନା ଦେବା ସମୟରେ ତାଙ୍କ ପାଖରେ ଆମେ କିଛି ବିଲ ଦେଖିଥିଲୁ । ସେହି ସମୟରେ ତାଙ୍କ ଗାଡିରେ କିଛି ଜିନିତ ଥିଲା । ଡକ୍ୟୁମେଣ୍ଟ ଯାଞ୍ଚ କରିବା ସମୟରେ ସନ୍ଦେହ ହେଲା । ସେଥି ପାଇଁ ନୋଟିସ ଦେଇ ଆମେ ତାଙ୍କୁ ଅଫିସକୁ ନେଇ ଆସିଛୁ । ଆଜି ଭେରିଫିକେସନ ହେବ । ଡକ୍ୟୁମେଣ୍ଟରେ ଯଦି କିଛି ଭୁଲ ବାହାରେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗାଡିରେ 15ରୁ 20 କେଜି ଭିତରେ ସୁନା ଥାଇପାରେ । ଏହାଠାରୁ ଅଧିକ ମଧ୍ୟ ଥାଇପାରେ, ତଦନ୍ତ ପରେ ସତ ଜଣାପଡିବ । ''

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.