ETV Bharat / state

ନାହିଁ ବନ୍ୟା ସ୍ଥିତି; ବଢୁଛି ହୀରାକୁଦର ଜଳସ୍ତର; ଅପରାହ୍ନରେ ଗେଟ ଖୋଲିବା ନିଷ୍ପତ୍ତି କହିଲେ ସର୍ବୋଚ୍ଚ ଯନ୍ତ୍ରୀ - No flood threat to Odisha - NO FLOOD THREAT TO ODISHA

No flood threat to Odisha for now says Engineer-in-chief Bhakta Ranjan Mohanty: ବୌଦ୍ଧରେ ପ୍ରଚୁର ବର୍ଷା ହୋଇଛି । ହରଭଙ୍ଗାରେ 132 ମିଲିମିଟର, ବୌଦ୍ଧରେ 97 ମିଲିମିଟର, କଣ୍ଟାମାଳରେ 84 ମିଲିମିଟର ବର୍ଷା ହୋଇଛି । ଫଳରେ ବୌଦ୍ଧର କିଛି ଗାଁ ବର୍ଷା ଯୋଗୁଁ ବୁଡିଛି । ଫ୍ଲାସ ଫ୍ଲଡ ହୋଇ ପାରିବ । ଅଧିକ ପଢନ୍ତୁ

ବଢୁଛି ହୀରାକୁଦର ଜଳସ୍ତର
ବଢୁଛି ହୀରାକୁଦର ଜଳସ୍ତର (ETV Bharat Odisha)
author img

By ETV Bharat Odisha Team

Published : Aug 7, 2024, 6:19 PM IST

ଭୁବନେଶ୍ବର: ମହାନଦୀର ଉପର ଓ ତଳ ମୁଣ୍ଡରେ ପ୍ରଚୁର ବର୍ଷା ହୋଇଛି । ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଛି । ବର୍ତ୍ତମାନ ହୀରାକୁଦରୁ 14 ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଅଧିକ ଗେଟ ଖୋଲିବା ନେଇ ଆଜି ଅପରାହ୍ନରେ ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ବଢୁଛି ହୀରାକୁଦର ଜଳସ୍ତର (ETV Bharat Odisha)

ବଢୁଛି ହୀରାକୁଦ, ଜଳସ୍ତର 610 ଫୁଟ:
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି, "ବର୍ତ୍ତମାନ ହୀରାକୁଦ ଜଳସ୍ତର 610 ଫୁଟ ଅଛି । ଉପର ମୁଣ୍ଡରୁ ହୀରାକୁଦକୁ 2 ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି 2.5 ଲକ୍ଷ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଉଛି । ହୀରାକୁଦରୁ 14 ଗେଟ ଦ୍ୱାରା ଜଳ ନିଷ୍କାସନ ହେଉଛି । ଗତକାଲି ମହାନଦୀର ଉପର ମୁଣ୍ଡରେ ବହୁତ ବର୍ଷା ହୋଇଛି । ଖଇରମାଳ, ବାଙ୍କୀ, ସୋନପୁର, ନୟାଗଡରେ ବହୁତ ବର୍ଷା ହୋଇଛି । ତେଲ ସବ ବେସିନ ଅନ୍ତର୍ଗତ କଳାହାଣ୍ଡି ଓ ବଲାଙ୍ଗୀରରେ ଜୋର ବର୍ଷା ହୋଇଛି । ଫଳରେ ମହାନଦୀ ଜଳସ୍ତର ବଢିବ । ହୀରାକୁଦର ତଳ ସ୍ତରରେ ଖଇରମାଳ ପରେ ବାଙ୍କୀ, ବୌଦ୍ଧ, ସୋନପୁର, ନୟାଗଡ଼ରେ ଅତ୍ୟଧିକ ବର୍ଷା ହୋଇଛି ।"

ସାଢେ 4ରେ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର କମିଟି ବୈଠକ:
ହୀରାକୁଦ ବାବଦରେ ଆଜି ଅପରାହ୍ନ ସାଢେ 4ରେ ବସିବ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର କମିଟି ବୈଠକ । ବୈଠକ ଡାକିଛି ଜଳ ସମ୍ପଦ ବିଭାଗ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ମାନେ ଉପସ୍ଥିତ ରହିବେ । ହୀରାକୁଦର କେତେ ଗେଟ ଖୋଲିବା ନେଇ ମତାମତ ନିଆଯିବ । ସେହିପରି ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ସ୍ଥିତି ମୁକାବିଲା ନେଇ ସେମାନଙ୍କ ମତାମତ ନିଆଯିବ । ବୈଠକ ବେଳକୁ ଛତିଶଗଡ଼ରେ କେତେ ବର୍ଷା ହୋଇଛି ସେନେଇ ସବିଶେଷ ସୂଚନା ହସ୍ତଗତ ହୋଇଯାଇଥିବ । ଏହା ପରେ ହୀରାକୁଦର ଗେଟ ଖୋଲିବା ନେଇ ନିଷ୍ପତ୍ତି ହେବ ।

ଏହା ବି ପଢନ୍ତୁ- ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି; କମିଟି ଗଠନ କଲେ ନବୀନ, ଘେରିଲେ ବିଜେପି ଓ କଂଗ୍ରେସ, କହିଲେ 24ବର୍ଷ ଧରି ବିଜେଡି ଚୁପ ଥିଲା - polavaram politics

ମୁଣ୍ଡୁଳିରେ ଶୁକ୍ରବାର ପ୍ରଭାବିତ 6 ଲକ୍ଷ କ୍ୟୁସେକ :-
ଆସନ୍ତାକାଲି ସୁଦ୍ଧା ଖଇରମାଳରେ 6 ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରଭାହିତ ହେବ । ମୁଣ୍ଡଳୀରେ ବର୍ତ୍ତମାନ 4 ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରଭାବିତ ହେଉଛି । ଯାହା ଶୁକ୍ରବାର ଦିନ ବଢ଼ି 6 ଲକ୍ଷ କ୍ୟୁସେକ ହୋଇଯିବ । ଅନ୍ୟ ସବୁ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ।ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ଜଳକା, ବଂଶଧାରାରେ ଜଳସ୍ତର ବହୁତ ତଳେ ଅଛି । ତେଣୁ ଅନ୍ୟ କେଉଁଠି ବନ୍ୟା ପରି ପରିସ୍ଥିତି ନାହିଁ । ମହାନଦୀର ଉପର ଓ ତଳ ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢିଛି । ଛତିଶଗଡରେ ବହୁତ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବଢିବ । କିନ୍ତୁ ବନ୍ୟା ହେବନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.