ETV Bharat / state

ବିଶ୍ୱବିଦ୍ୟାଳୟକୁ ଅବସରପ୍ରାପ୍ତ ପ୍ରଫେସର ଭରସା; ଅଧିକାଂଶ ବିଶ୍ଵବିଦ୍ୟାଳୟରେ ନାହାନ୍ତି ପ୍ରଫେସର - Retired Professors recruitment

Retired Professors recruitment in Universities: ଆଶାୟୀ ପ୍ରଫେସର ହାଉଯାଉ, କିନ୍ତୁ ନୂଆ ନିଯୁକ୍ତି ନାହିଁ । ବିଶ୍ୱବିଦ୍ୟାଳୟକୁ ଅବସରପ୍ରାପ୍ତ ପ୍ରଫେସର ଭରସା । ଅଧିକ ପଢ଼ନ୍ତୁ

ବିଶ୍ୱବିଦ୍ୟାଳୟକୁ ଅବସରପ୍ରାପ୍ତ ପ୍ରଫେସର ଭରସା

author img

By ETV Bharat Odisha Team

Published : Feb 2, 2024, 10:55 PM IST

ବିଶ୍ୱବିଦ୍ୟାଳୟକୁ ଅବସରପ୍ରାପ୍ତ ପ୍ରଫେସର ଭରସା

ଭୁବନେଶ୍ବର: ଅବସରପ୍ରାପ୍ତଙ୍କ କାନ୍ଧରେ ଉଚ୍ଚଶିକ୍ଷା ଭାର । ବିଶ୍ୱବିଦ୍ୟାଳୟକୁ ଅବସରପ୍ରାପ୍ତ ପ୍ରଫେସର ଭରସା । ଏପଟେ ଆଶାୟୀ ପ୍ରଫେସର ହାଉଯାଉ, କିନ୍ତୁ ନୂଆ ନିଯୁକ୍ତି ନାହିଁ । ଏପରିକି ରାଜ୍ୟରେ ଥିବା ୧୩ଟି ବିଶ୍ୱବିଦ୍ୟାଳୟରେ ବହୁ ସଂଖ୍ୟକ ଅବସରପ୍ରାପ୍ତ ପ୍ରଫେସର ନିଯୁକ୍ତି ନେଇ ଚାଲିଛି ପ୍ରସ୍ତୁତି । ପାଠ ପଢ଼ାଇବାକୁ ପ୍ରଫେସର ନାହାନ୍ତି କି ଫାଇଲ କାମ କରିବାକୁ କର୍ମଚାରୀ ନାହାନ୍ତି । କେଉଁଠି ଲାଇବ୍ରେରିରେ ଲାଇବ୍ରେରିଆନ୍‌ ଅଭାବ ତ ଆଉ କେଉଁଠି ପ୍ରାକ୍ଟିକାଲରେ ସହଯୋଗ କରିବା ପାଇଁ ଲାବରେଟୋରିଆନ୍‌ ନାହାନ୍ତି । ଏମିତି ନାହିଁ ନାହିଁରେ ଚାଲିଛି ରାଜ୍ୟର ଉଚ୍ଚଶିକ୍ଷା ବିଭାଗ । ଗୋଟିଏ କି ଦୁଇଟି ବିଶ୍ୱବିଦ୍ୟାଳୟ ନୁହେଁ, ବରଂ ସାରା ଓଡ଼ିଶାରେ ଥିବା ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି ।

ଭିଡି (ବିକ୍ରମ ଦେବ) ବିଶ୍ୱବିଦ୍ୟାଳୟ: ଏହି ବିଶ୍ୱବିଦ୍ୟାଳୟରେ ପିଜିରେ ୧୪ଟି ବିଭାଗ ରହିଥିବା ବେଳେ ୟୁଜିରେ ରହିଛି ୧୭ ବିଭାଗ । ତେବେ ଏହି ବିଶ୍ୱବିଦ୍ୟାଳୟରେ ରେଗୁଲାର ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୦ ରହିଛି । ଅନ୍ୟପଟେ ଅବସରପ୍ରାପ୍ତ ପ୍ରଫେସର ସଂଖ୍ୟା ୫ ରହିଥିବା ବେଳେ ଅବସରପ୍ରାପ୍ତ ଆସୋସିଏଟ୍‌ ପ୍ରଫେସର ୨୦ ଓ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୧୭୫ । ମୋଟ ୨୦୦ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ନିଯୁକ୍ତି ନେଇ ଚାଲିଛି ଯୋଜନା ।

ଡିଡି (ଧରଣୀଧର) ବିଶ୍ୱବିଦ୍ୟାଳୟ: ଏହି ବିଶ୍ଵବିଦ୍ୟାଳୟରେ ପିଜିରେ ୨୦ଟି ବିଭାଗ ରହିଥିବା ବେଳେ ୟୁଜିରେ ରହିଛି ୧୯ ବିଭାଗ । ଏହି ବିଶ୍ଵବିଦ୍ୟାଳୟରେ ମଧ୍ୟ ରୋଗୁଲାର ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୦ । ଅନ୍ୟପଟେ ଅବସରପ୍ରାପ୍ତ ପ୍ରଫେସର ସଂଖ୍ୟା ୧୦ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୫୩ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୧୭୩ । ମୋଟ ୨୩୬ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଏହି ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ନେଇ ଚାଲିଛି ଯୋଜନା ।

ଏହା ମଧ୍ୟ ପଢ଼ନ୍ତୁ...AISHE 2021-22 ରିପୋର୍ଟ ଜାରି, ଅସ୍ଥାୟୀ ଓ ଅତିଥି ଶିକ୍ଷକରେ ଚାଲିଛି ପାଠପଢା

ସମ୍ବଲପୁର ବିଶ୍ୱବିଦ୍ୟାଳୟ: ଏହି ବିଶ୍ୱବିଦ୍ୟାଳୟରେ କେବଳ ପିଜିରେ ୨୮ଟି ବିଭାଗ ରହିଛି । ଏହି ବିଶ୍ୱବିଦ୍ୟାଳୟରେ ପ୍ରଫେସର ସଂଖ୍ୟା ୨୪ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୪୦ ଓ ଆସିଷ୍ଟାଣ୍ଟ ପ୍ରଫେସର ୭୧ ଜଣ ରହିଛନ୍ତି । ମୋଟ ଏହି ବିଶ୍ଵବିଦ୍ୟାଳୟରେ ୧୩୫ ଜଣ ଶିକ୍ଷାଦାନ କରୁଛନ୍ତି । ଅନ୍ୟପଟେ ଅବସରପ୍ରାପ୍ତ ପ୍ରଫେସର ସଂଖ୍ୟା ୩ ରହିଥିବା ବେଳେ ଅବସରପ୍ରାପ୍ତ ଆସୋସିଏଟ୍‌ ପ୍ରଫେସର ୧୬ ଓ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ୪୨ ଜଣ ନିଯୁକ୍ତି ନେଇ ଚାଲିଛି ଯୋଜନା ।

ରେଭେନ୍ସା ବିଶ୍ୱବିଦ୍ୟାଳୟ: ଏହି ବିଶ୍ୱବିଦ୍ୟାଳୟରେ ପିଜିରେ ୨୧ଟି ବିଭାଗ ରହିଥିବା ବେଳେ ୟୁଜିରେ ରହିଛି ୨୧ ବିଭାଗ । ତେବେ ଏହି ବିଶ୍ୱବିଦ୍ୟାଳୟରେ ପ୍ରଫେସର ସଂଖ୍ୟା ୨୯ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୭୧ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ୧୬୭ ଜଣ ରହିଛନ୍ତି । ମୋଟ ଏହି ବିଶ୍ଵବିଦ୍ୟାଳୟରେ ୨୬୭ ଜଣ ଶିକ୍ଷାଦାନ କରୁଛନ୍ତି । ଅନ୍ୟପଟେ ଏଠାରେ ଅବସରପ୍ରାପ୍ତ ପ୍ରଫେସର କିମ୍ବା ଆସୋସିଏଟ୍‌ ପ୍ରଫେସର ନଥିବା ବେଳେ କେବଳ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ୬ ଜଣ ନିଯୁକ୍ତି ନେଇ ଚାଲିଛି ଯୋଜନା ।

ଏମ୍‌ଏସ୍‌ସିବି (ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ) ବିଶ୍ୱବିଦ୍ୟାଳୟ: ଏହି ବିଶ୍ଵବିଦ୍ୟାଳୟରେ କେବଳ ପିଜିରେ ୨୩ଟି ବିଭାଗ ରହିଛି । ତେବେ ଏହି ବିଶ୍ୱବିଦ୍ୟାଳୟରେ ପ୍ରଫେସର ସଂଖ୍ୟା ୧୯ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୩୯ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ୫୭ ରହିଛନ୍ତି । ଏଠାରେ ମୋଟ ୧୧୫ ଜଣ ଶିକ୍ଷାଦାନ କରୁଛନ୍ତି । ଅନ୍ୟପଟେ ଅବସରପ୍ରାପ୍ତ ପ୍ରଫେସର ସଂଖ୍ୟା ଏଠାରେ ୨ ରହିଥିବା ବେଳେ ଅବସରପ୍ରାପ୍ତ ଆସୋସିଏଟ୍‌ ପ୍ରଫେସର ୭ ଓ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୩୭ ରହିଛି । ମୋଟ ଏଠାରେ ୪୬ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ନିଯୁକ୍ତି ନେଇ ଚାଲିଛି ଯୋଜନା ।

ଏସ୍‌ଜେଏସ୍‌ (ଶ୍ରୀଜଗନ୍ନାଥ ସଂସ୍କୃତ) ବିଶ୍ୱବିଦ୍ୟାଳୟ: ଏହି ବିଶ୍ଵବିଦ୍ୟାଳୟରେ ପିଜିରେ ୮ଟି ଓ ୟୁଜିରେ ଗୋଟିଏ ବିଭାଗ ରହିଛି । ତେବେ ଏହି ବିଶ୍ଵବିଦ୍ୟାଳୟରେ ପ୍ରଫେସର ସଂଖ୍ୟା ୭ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୧୨ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୧୯ ରହିଛି । ମୋଟ ଏହି ବିଶ୍ଵବିଦ୍ୟାଳୟରେ ୩୮ ଜଣ ଶିକ୍ଷାଦାନ କରୁଛନ୍ତି । ଏଠାରେ ଅବସରପ୍ରାପ୍ତ ପ୍ରଫେସର ସଂଖ୍ୟା ୧ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୪ ଓ ଆସିଷ୍ଟାଣ୍ଟ ପ୍ରଫେସର ୧୩ ରହିଛି। ମୋଟ ଏଠାରେ ୧୮ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ନିଯୁକ୍ତି ନେଇ ଯୋଜନା ଚାଲିଛି ।

ଏଫ୍‌ଏମ (ଫକୀର ମୋହନ) ବିଶ୍ୱବିଦ୍ୟାଳୟ: ଏହି ବିଶ୍ଵବିଦ୍ୟାଳୟରେ କେବଳ ପିଜିରେ ୨୧ଟି ବିଭାଗ ରହିଛି । ଏଠାରେ ପ୍ରଫେସର ସଂଖ୍ୟା ୧୮ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୩୮ ଓ ଆସିଷ୍ଟାଣ୍ଟ ପ୍ରଫେସର ୬୧ ରହିଛି । ମୋଟ ଏହି ବିଶ୍ଵବିଦ୍ୟାଳୟରେ ୧୧୭ ଜଣ ଶିକ୍ଷାଦାନ କରୁଛନ୍ତି । ଏଠାରେ ଅବସରପ୍ରାପ୍ତ ପ୍ରଫେସର ସଂଖ୍ୟା ୧ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୪ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୨୫ ଜଣ । ମୋଟ ୩୦ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଏଠାରେ ନିଯୁକ୍ତି ନେଇ ଚାଲିଛି ଯୋଜନା ।

ରମାଦେବୀ ବିଶ୍ୱବିଦ୍ୟାଳୟ: ଏହି ବିଶ୍ଵବିଦ୍ୟାଳୟରେ ପିଜିରେ ୧୯ଟି ବିଭାଗ ଓ ୟୁଜିରେ ୨୨ ବିଭାଗ ରହିଛି । ଏହି ବିଶ୍ଵବିଦ୍ୟାଳୟରେ ପ୍ରଫେସର ସଂଖ୍ୟା ୧୩ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୩୮ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ୮୬ ଜଣ ରହିଛନ୍ତି । ମୋଟ ଆକାରରେ ଏହି ବିଶ୍ଵବିଦ୍ୟାଳୟରେ ୧୩୭ ଜଣ ଶିକ୍ଷାଦାନ କରୁଛନ୍ତି । ଅନ୍ୟପଟେ ଅବସରପ୍ରାପ୍ତ ପ୍ରଫେସର ସଂଖ୍ୟା ୩ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୨୨ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ୯୦ ଜଣ ରହିଛନ୍ତି । ମୋଟ ୧୧୫ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଏଠାରେ ନିଯୁକ୍ତି ନେଇ ଯୋଜନା ହେଉଛି ।

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ: ଏହି ବିଶ୍ଵବିଦ୍ୟାଳୟରେ ପିଜିରେ ୨୩ଟି ଓ ୟୁଜିରେ ୨୧ଟି ବିଭାଗ ରହିଛି । ଏହି ବିଶ୍ଵବିଦ୍ୟାଳୟରେ ପ୍ରଫେସର ୨୩, ଆସୋସିଏଟ୍‌ ପ୍ରଫେସର ୩୫ ଓ ଆସିଷ୍ଟାଣ୍ଟ ପ୍ରଫେସର ୮୬ ଜଣ ରହିଛନ୍ତି । ଏହିଭଳି ମୋଟ ୧୪୪ ଜଣ ଏହି ବିଶ୍ଵବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି । ଅନ୍ୟପଟେ ଏଠାରେ କୌଣସି ଅବସରପ୍ରାପ୍ତ ପ୍ରଫେସର ନଥିବା ବେଳେ ଅବସରପ୍ରାପ୍ତ ଆସୋସିଏଟ୍‌ ପ୍ରଫେସର ୩୨ ଜଣ ଓ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ୮୦ ଜଣ ରହିଛନ୍ତି । ଏପରି ମୋଟ ୧୧୨ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ନିଯୁକ୍ତି ନେଇ ଚାଲିଛି ଯୋଜନା ।

ଏହା ମଧ୍ୟ ପଢ଼ନ୍ତୁ...ପିଲାଙ୍କ ଭବିଷ୍ୟତ ସହ ଖେଳ, ନକଲି ଶିକ୍ଷକଙ୍କ ତଥ୍ୟ ଦେଉନାହାଁନ୍ତି ୧୧ ଜିଲ୍ଲା ଶିକ୍ଷା ଅଧିକାରୀ

ଖଲିକୋଟ ବିଶ୍ୱବିଦ୍ୟାଳୟ: ଏହି ବିଶ୍ଵବିଦ୍ୟାଳୟରେ ପିଜିରେ ୧୬ଟି ବିଭାଗ ରହିଥିବା ବେଳେ ୟୁଜିରେ ରହିଛି ୧୭ ବିଭାଗ । ଏହି ବିଶ୍ଵବିଦ୍ୟାଳୟରେ ପ୍ରଫେସର ସଂଖ୍ୟା ୧୬ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୩୨ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସଂଖ୍ୟା ୬୪ ରହିଛି । ମୋଟ ଏହି ବିଶ୍ଵବିଦ୍ୟାଳୟରେ ୧୧୨ ଜଣ ଶିକ୍ଷାଦାନ କରୁଛନ୍ତି । ଏଠାରେ କୌଣସି ଅବସରପ୍ରାପ୍ତ ପ୍ରଫେସର ନଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୧୭ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ୮୫ ଜଣ ରହିଛନ୍ତି । ମୋଟ ୧୦୨ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଏଠାରେ ନିଯୁକ୍ତି ନେଇ ଚାଲିଛି ଯୋଜନା।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ଏହି ବିଶ୍ଵବିଦ୍ୟାଳୟରେ ଉଭୟ ପିଜି ଓ ୟୁଜିରେ ୧୭ଟି ଲେଖାଏଁ ବିଭାଗ ରହିଛି । ଏହି ବିଶ୍ଵବିଦ୍ୟାଳୟରେ ପ୍ରଫେସର ସଂଖ୍ୟା ୧୮ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୩୬ ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସଂଖ୍ୟା ୭୨ ରହିଛି । ମୋଟ ୧୨୬ ଜଣ ଏହି ବିଶ୍ଵବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି । ଅନ୍ୟପଟେ ଅବସରପ୍ରାପ୍ତ ପ୍ରଫେସର ସଂଖ୍ୟା ଏଠାରେ ୦ ଥିବାବେଳେ ଆସୋସିଏଟ୍‌ ପ୍ରଫେସର ୧୪ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ୮୧ ଜଣ ଅଛନ୍ତି । ମୋଟ ୯୫ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଏଠାରେ ନିଯୁକ୍ତି ନେଇ ଚାଲିଛି ଯୋଜନା ।

କଳାହାଣ୍ଡି ବିଶ୍ୱବିଦ୍ୟାଳୟ: ଏହି ବିଶ୍ଵବିଦ୍ୟାଳୟରେ ପିଜିରେ ୧୬ଟି ଓ ୟୁଜିରେ ୧୭ ବିଭାଗ ରହିଛି । ଏହି ବିଶ୍ଵବିଦ୍ୟାଳୟରେ ପ୍ରଫେସର ସଂଖ୍ୟା ୧୬ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୩୨ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୬୪ ରହିଛି । ମୋଟ ଏହି ବିଶ୍ଵବିଦ୍ୟାଳୟରେ ୧୧୨ ଜଣ ଶିକ୍ଷାଦାନ କରୁଛନ୍ତି । ଅନ୍ୟପଟେ ଅବସରପ୍ରାପ୍ତ ପ୍ରଫେସର ସଂଖ୍ୟା ଏଠାରେ ୦ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ୧୯ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୮୯ । ଏଭଳି ୧୦୮ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଏଠାରେ ନିଯୁକ୍ତି ନେଇ ଚାଲିଛି ଯୋଜନା ।

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ: ଏହି ବିଶ୍ଵବିଦ୍ୟାଳୟରେ ପିଜିରେ ୯ଟି ବିଭାଗ ରହିଥିବା ବେଳେ ୟୁଜିରେ ରହିଛି ୩ ବିଭାଗ । ଏହି ବିଶ୍ଵବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସଂଖ୍ୟା ୦ ରହିଛି । ଅନ୍ୟପଟେ ଅବସରପ୍ରାପ୍ତ ପ୍ରଫେସର ସଂଖ୍ୟା ୯ ରହିଥିବା ବେଳେ ଅବସରପ୍ରାପ୍ତ ଆସୋସିଏଟ୍‌ ପ୍ରଫେସର ୧୮ ଜଣ ଓ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ୩୬ ଜଣ ଏଠାରେ ଶିକ୍ଷାଦାନ କରୁଛନ୍ତି । ମୋଟ ୬୩ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ନିଯୁକ୍ତି ନେଇ ଚାଲିଛି ଯୋଜନା ।

ତେବେ ଏହି ୧୩ଟି ବିଶ୍ଵବିଦ୍ୟାଳୟରେ ମୋଟ ପିଜି ବିଭାଗରେ ୨୯୮ ବିଭାଗ ରହିଥିବା ବେଳେ ୟୁଜିରେ ରହିଛି ୧୫୭ଟି ବିଭାଗ । ଏହି ସମସ୍ତ ବିଶ୍ଵବିଦ୍ୟାଳୟରେ ରେଗୁଲାର ପ୍ରଫେସର ସଂଖ୍ୟା ୨୬୦, ଆସୋସିଏଟ୍‌ ପ୍ରଫେସର ୫୧୮ ଓ ଆସିଷ୍ଟାଣ୍ଟ ପ୍ରଫେସର ୧୦୨୨ ରହିଛି । ଏହି ସମସ୍ତ ବିଶ୍ୱବିଦ୍ୟାଳୟରେ ମୋଟ ୧୮୦୦ ଜଣ ପ୍ରଫେସର ଶିକ୍ଷାଦାନ କରୁଛନ୍ତି । ଅନ୍ୟପଟେ ଏହି ସମସ୍ତ ବିଶ୍ଵବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଫେସରଙ୍କ ସଂଖ୍ୟା ୩୪ ରହିଥିବା ବେଳେ ଅବସରପ୍ରାପ୍ତ ଆସୋସିଏଟ୍‌ ପ୍ରଫେସର ୨୨୬ ଓ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୯୩୨ ରହିଛି । ମୋଟ ୧୧୯୨ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ନେଇ ଚାଲିଛି ଯୋଜନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.