ETV Bharat / state

ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ବୋମା ଧମକ

ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ବୋମା ଧମକ । ଧମକ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କତା ଜାରି ।

BOMB THREAT CALL
BOMB THREAT CALL (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବୋମା ଆତଙ୍କ । ବିମାନ ବନ୍ଦରରେ ବୋମା ଥିବା ଧମକ ମିଳିଛି । ଧମକ ମିଳିବା ପରେ ହାଇ ଆଲର୍ଟ କରାଯାଇଛି । ବୋମା ଆତଙ୍କ ପରେ କଡା ଯାଞ୍ଚ ଆରମ୍ଭ କରିଛନ୍ତିି ବିମାନବନ୍ଦର କର୍ତ୍ତୃପକ୍ଷ । ୨୦ଟି ବିମାନରେ ବୋମା ଥାଇପାରେ ବୋଲି ଆତଙ୍କ ସୃଷ୍ଟି ହେବା ପରେ ବିମାନବନ୍ଦର ମୁଖ୍ୟ ସେଠାରେ ପହଞ୍ଚି ଘଟଣାର ଖୋଳତାଡ ଆରମ୍ଭ କରିଛନ୍ତି । ସେପଟେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ମଧ୍ୟ ବୋମା ଧମକ ମିଳିଛି ।

ଟୁଇଟରରେ ଆସିଥିଲା ଧମକ ପୂର୍ଣ୍ଣ କଲ:
ଏନେଇ ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, "ଏକ ବିମାନରେ ବୋମା ରହିଥିବା ନେଇ ଟ୍ବିଟରରେ ଏକ ମେସେଜ ଆସିଥିଲା । ଯାହା ବାଙ୍ଗାଲୋର-ଭୁବନେଶ୍ଵରର ଏୟାର ଆକାଶ ବିମାନ ଥିଲା । ଦୀର୍ଘ ସମୟ ପରେ ଜଣାପଡ଼ିଲା ଯେ, ଏହା ଏକ ହୋକ୍ସ କଲ । ବିମାନକୁ ଯାଞ୍ଚ କରି କ୍ଲିୟରାନ୍ସ ଦିଆଯାଇଥିଲା । ଏହି ବିମାନ ୪:୩୦ରେ ଆସିଥିବା ବେଳେ ଯାଞ୍ଚ ପରେ ପୁଣି ଥରେ ବାଙ୍ଗାଲୋରକୁ ଚାଲିଯାଇଛି ।"

BOMB THREAT CALL (ETV Bharat Odisha)

ଧମକପୂର୍ଣ୍ଣ କଲ ଆସିଲା ପରେ କ'ଣ ରହିଛି ପ୍ରୋସେଶ:

ବିମାନ ବନ୍ଦରର ନିର୍ଦ୍ଦେଶକ ଆହୁରି କହିଛନ୍ତି, "ଫେକ୍ କଲ ବା ତଥ୍ୟ ଆସିଲା ପରେ ଏକ ପ୍ରାଥମିକ ସ୍ତରରେ ଯାଞ୍ଚ କରାଯିବ । ବିଟିଏସ ରହିଥାଏ ଯାହା ବମ୍ ଥ୍ରେସ୍ଟ ଆସେଶମେଣ୍ଟ କମିଟି ରହିଛି । ତଥ୍ୟ ବା କଲ ଆଧାରରେ ଯାଞ୍ଚ କରିଥାନ୍ତି । ପରବର୍ତ୍ତୀ ସମୟରେ ଯଦି କିଛି ସମସ୍ୟା ଥାଏ ତେବେ ଏହା ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ରହିଥାଏ। ଏପରିକି ଯଦି କିଛି ଅସୁବିଧା ନଥାଏ ତେବେ ଏହା ପାଇଁ ମଧ୍ୟ ଏକ ନିର୍ଦ୍ଦେଶାବଳୀ ରହିଥାଏ । ପରବର୍ତ୍ତୀ ସମୟରେ ବିମାନକୁ ଯାଞ୍ଚ କରାଯାଇ ଥାଏ । ତେବେ ଏଥିରେ କୌଣସି ଯାତ୍ରୀଙ୍କ କୌଣସି ଅସୁବିଧା ହୋଇନାହିଁ । ବିମାନର ମଧ୍ୟ ଅସୁବିଧା ହୋଇନାହିଁ । ଏହା ଏକ ହୋସ୍କ ଥିଲା ।"

BOMB THREAT CALL (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ପାଇଁ ବିମାନ ଚଳାଚଳ ବାତିଲ, ଆଜି ସନ୍ଧ୍ୟା ୫ରୁ କାଲି ସକାଳ ୯ ଯାଏଁ ବିମାନ ସେବା ବନ୍ଦ, 40 ବିମାନ ଉଡାଣ ବାତିଲ

ଏହା ମଧ୍ୟ ପଢ଼ନ୍ତୁ...ଏୟାର ଇଣ୍ଡିଆ ବିମାନରେ ବୋମା ଧମକ, ଦିଲ୍ଲୀରେ ଜରୁରୀ ଅବତରଣ, ମୁମ୍ବାଇରୁ ଯାଉଥିଲା ନ୍ୟୁୟର୍କ

ଏହା ମଧ୍ୟ ପଢ଼ନ୍ତୁ...୧୩୫ ଯାତ୍ରୀଙ୍କୁ ନେଇ ଉଡୁଥିଲା ଏୟାର ଇଣ୍ଡିଆ, ପାଇଲଟ କହିଲେ 'ବିମାନରେ ବୋମା' - Bomb Threat on Air India Flight

BOMB THREAT CALL
BOMB THREAT CALL (ETV Bharat Odisha)

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ବି ଧମକ:

BOMB THREAT CALL
BOMB THREAT CALL (ETV Bharat Odisha)

ସେହିପରି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ମଧ୍ୟ ବୋମା ଧମକ ମିଳିଥିଲା । ବେଙ୍ଗାଲୁରୁ-ଝାରସୁଗୁଡ଼ା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ମିଳିଥିଲା । ବିମାନଟି ଆଜି ଦିନ ୧୨ଟା ୩୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିବା ବେଳେ ୧ଟା ୧୦ ମିନିଟରେ ଛାଡିବାର୍ ଥିଲା । କିନ୍ତୁ ବୋମା ସୂଚନା ମିଳିବା ପରେ ବିମାନକୁ ଅଟକାଇ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଆଉଥରେ ଯାଞ୍ଚ କରାଯାଇଥିଲା । ତେବେ ବିମାନରୁ ସେଭଳି କୌଣସି ବୋମା ମିଳି ନଥିବା ନେଇ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ।

BOMB THREAT CALL
BOMB THREAT CALL (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.