ETV Bharat / state

ତତଲା କଡେଇରେ ଭାଜି ହେଉଛି କଳାହାଣ୍ଡି, କଲବଲ ଲୋକେ - HEATWAVE

author img

By ETV Bharat Odisha Team

Published : Apr 19, 2024, 9:00 PM IST

Updated : Apr 19, 2024, 9:11 PM IST

Heatwave: କଳାହାଣ୍ଡିରେ ଗ୍ରୀଷ୍ମପ୍ରବାହ । ଝାଞ୍ଜିପବନ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଲେଣି ଜିଲ୍ଲାବାସୀ । ଖରା, ଗରମ, ଗୁଳୁଗୁଳି ସାଙ୍ଗକୁ ଅଣାୟତ୍ତ କରୁଛି ସିଭିୟର୍ ହିଟ୍ ୱେବ୍ । ଅଧିକ ପଢ଼ନ୍ତୁ,

ସିଜୁଛି କଳାହାଣ୍ଡି
ସିଜୁଛି କଳାହାଣ୍ଡି
ସିଜୁଛି କଳାହାଣ୍ଡି

ଭବାନୀପାଟଣା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ସମଗ୍ର ଓଡିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ପ୍ରଚଣ୍ଡ ତାତିରେ ସିଝୁଛି କଳାହାଣ୍ଡି । ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ସହରର ତାପମାତ୍ରା ଏବେ 40 ଡିଗ୍ରୀରୁ ଅଧିକ ରହୁଥିବାବେଳେ ସତେ ଯେପରି ତତଲା କଡେଇରେ ଭାଜି ହେଉଥିବା ଭଳି ମନେ ହେଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜରୁରୀ କାଳିନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ ।

ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ର ତାପରେ ଭୟଭୀତ ଜୀବଜଗତ । ଗତ କିଛି ଦିନ ହେବ କଳାହାଣ୍ଡିରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଖରା ଏବଂ ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧିଛି ତ ଆଉ କିଏ କଳା ଚଷମା ବ୍ୟବହାର କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଅପରପକ୍ଷେ ଲସି ଓ ଆମ୍ବ ରସ ଦୋକାନରେ ସମସ୍ତଙ୍କ ଭିଡ ଜମୁଛି । ଥଣ୍ଡା ପାନୀୟର ଚାହିଦା ବଢିଥିବା ବେଳେ ଲସି କିମ୍ବା ସରବତ ପିଇ ଆଶ୍ବସ୍ତ ଅନୁଭବ କରୁଛନ୍ତି ଲୋକେ । ଅନ୍ୟପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟାରେ ହନ୍ତସନ୍ତ ଜିଲ୍ଲାବାସୀ । ତାପମାତ୍ରାର ଅହେତୁକ ବୃଦ୍ଧି ସହ ବିଜୁଳି କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସକାଳ ହେଲେ ପ୍ରବଳ ଗରମ ଆରମ୍ଭ ହୋଇ ଯାଉଥିବାରୁ ଲୋକଙ୍କ ଚିନ୍ତା ବଢି ଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.... ରାଜ୍ୟରେ ଅଂଶୁଘାତରେ ଜଣେ ମୃତ, ୭୧ ଜଣ ଆକ୍ରାନ୍ତ - One Sunstroke Death

ଦିନ 10ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି । ଗତ ସପ୍ତାହେ ଧରି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଲୋକେ ବେଶ ସମସ୍ୟାର ସମ୍ମୁଖିନହେଉଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଅଂଶୁଘାତର ମୁକାବିଲା ପାଇଁ ବ୍ୟବସ୍ଥା କରିଛି ସ୍ୱାସ୍ଥ୍ୟ ବିଭାଗ । ଏଭଳି ଗରମ ସମୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ବନାଗ୍ନି ତଥା ବିଭିନ୍ନ ଜମିରେ ଲାଗିଥିବା ନିଆଁ ଚିନ୍ତା ବଢାଉଛି । ଏହାଛଡା ଜିଲ୍ଲାର ଅନେକ ଅଞ୍ଚଳରେ ବେଆଇନ ଇଟାଭାଟି ଯୋଗୁ ପରିବେଶ ଅଧିକ ଉତ୍ତପ୍ତ ହେବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ନାଳ ପୋଖରୀରେ ପାଣି ଶୁଖିଯିବା କାରଣରୁ ଗୃହପାଳିତ ପଶୁପକ୍ଷୀ ମାନଙ୍କ ସହିତ ଜଙ୍ଗଲର ବନ୍ୟଜନ୍ତୁ ମାନଙ୍କୁ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ୁଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Apr 19, 2024, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.