ETV Bharat / state

ନିର୍ବାଚନକୁ ଦୃଷ୍ଟିରେ ରଖି ଉଦଘାଟନ ହୋଇଥିଲା ଭୀମଭୋଇ ହସ୍ପିଟାଲ: ସ୍ବାସ୍ଥ୍ୟମନ୍ତ୍ରୀ - Health Minister visits Hospital

author img

By ETV Bharat Odisha Team

Published : Jun 25, 2024, 2:31 PM IST

HEALTH MINISTER VISITS BBMC HOSPITAL: ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ବଲାଙ୍ଗୀର: ଜିଲ୍ଲାରେ ନୂଆ କରି ପ୍ରତିଷ୍ଠା ହୋଇଥିବା ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଆଜି ଯାଏଁ ହୋଇପାରିନି କାର୍ଯ୍ୟକ୍ଷମ । ଉଦଘାଟନର 2 ମାସ ପରେ ମଧ୍ୟ ଚାଲିପାରୁ ନାହିଁ ଡାକ୍ତରଖାନା । କେବଳ ନିର୍ବାଚନୀ ବୈତରଣୀ ପାର ହେବାକୁ ହୋଇଥିଲା ମିଛ ଉଦଘାଟନ । ଏପରି କହି ପୂର୍ବ ସରକାରଙ୍କୁ ଦୋଷ ଲଦିବା ସହ ଡାକ୍ତରଖାନାକୁ ଖୁବଶୀଘ୍ର ଲୋକଙ୍କ ସେବାରେ ନିୟୋଜିତ କରିବା ପାଇଁ ନୂଆ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜିଲ୍ଲା ଗସ୍ତରେ ଆସି ଏହାର ସମୀକ୍ଷା କରିଥିଲେ ମନ୍ତ୍ରୀ ।

ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ପାଇଁ ଅସ୍ଥାୟୀ ଭାବରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବ୍ୟବହାର କରାଯାଉଥିଲା । ତେବେ ଏଠି ଶଯ୍ୟା ଅଭାବ ସାଙ୍ଗକୁ ଆନୁସାଙ୍ଗିକ ସୁବିଧା ସୁଯୋଗର ଅଭାବ ପାଇଁ ସରକାର ନୂଆ ଡାକ୍ତରଖାନାର ପରିକଳ୍ପନା କରିଥିଲେ। ଭୀମ ଭୋଇ ମେଡିକାଲ୍ କଲେଜ ପରିସରରେ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରାଜ୍ୟ ସରକାରଙ୍କ 150 କୋଟି ଟଙ୍କା ଅନୁଦାନରେ ନିର୍ମାଣ ଆରମ୍ଭ ହୋଇଥିଲା । ଗତ ମାର୍ଚ୍ଚ ଦୁଇ ତାରିଖରେ ଏହା 305 କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ସମ୍ପୂର୍ଣ ହୋଇଥିବାର କୁହାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ଡାକ୍ତରଖାନାରେ 20ଟି ବିଭାଗ କାର୍ଯ୍ୟକ୍ଷମ ହେବା ସହ ଲୋକେ ଉତ୍ତମ ମାନର ଚିକିତ୍ସା ପାଇବେ ବୋଲି କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଭୀମଭୋଇ ହସ୍ପିଟାଲରୁ ନବଜାତ ନିଖୋଜ ଘଟଣା, ଅଭିଯୁକ୍ତ ଦମ୍ପତି ଅଟକ

ସମାନ ଭାବରେ 50 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଓ 100 ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ ମଧ୍ୟ ଏଥିରେ ସାମିଲ ଥିଲା । ହେଲେ ଏହି ଉଦଘାଟନକ ତିନି ମାସରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଏଯାଏଁ ଏହା ଲୋକଙ୍କ କାର୍ଯ୍ୟରେ ଲାଗି ପାରିନାହିଁ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏନେଇ କଲେଜ ଡିନ ଡ଼ାକ୍ତର ସ୍ଵୟମ୍ ପ୍ରଭା ପ୍ରଧାନ କହିଛନ୍ତି ଯେ, ଆନୁଷଙ୍ଗିକ ସୁବିଧା ମେସିନ ଇତ୍ୟାଦି ଏଯାଏଁ ଏଠି ଲାଗି ପାରି ନାହିଁ । ଶଯ୍ୟା ମଧ୍ୟ ଆସି ନାହିଁ। ତେଣୁ ଏହା କାର୍ଯ୍ୟକ୍ଷମ ହୋଇ ପାରି ନାହିଁ । ଆହୁରି 4ମାସ ଏହାକୁ କାର୍ଯ୍ୟ କ୍ଷମ ହେବାରେ ସମୟ ଲାଗିବ ବୋଲି ସେ କହିଛନ୍ତି ।

ସେପଟେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀର ଗସ୍ତରେ ଆସି ଏହାର ସମୀକ୍ଷା କରିଛନ୍ତି । ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ନୂଆ ଡାକ୍ତରଖାନାକୁ ନେଇ ସେ ପୂର୍ବ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି । ତେବେ ନିର୍ବାଚନ ପାଇଁ ତରବରିଆ ଭାବରେ ଏହି ଡାକ୍ତରଖାନାକୁ ଉଦଘାଟନ କରାଯାଇଥିଲା । ଯାହାର ନିର୍ମାଣ କାମ ମଧ୍ୟ ଏଯାଏଁ ସରି ନାହିଁ ବୋଲି ସେ କହିଛନ୍ତି । ବିଜେପି ସରକାର ଆଗକୁ ପଦକ୍ଷେପ ନେବ ଓ ଏହି ଡାକ୍ତରଖାନାକୁ ଶୀଘ୍ର କେମିତି ଲୋକଙ୍କ ସେବାରେ ଉତ୍ସର୍ଗୀକୃତ କରାଯାଇ ପାରିବ ତାହା ସେ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.