ETV Bharat / state

ରାଉରକେଲାରେ ସ୍ବାସ୍ଥ୍ୟ ବିଭାଗ ଟିମ, ଅଂଶୁଘାତକୁ ନେଇ ଦେଲେ ସ୍ପଷ୍ଟୀକରଣ - Health Department Team Visit

author img

By ETV Bharat Odisha Team

Published : Jun 1, 2024, 6:35 PM IST

Health Department Team Visit Rourkela: ରାଉରକେଲା ସହରରେ ଅଂଶୁଘାତ ଜନିତ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ତନାଘନା । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ବିଶେଷଜ୍ଞ ଟିମ ରାଉରକେଲା ସରକାରୀ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କୁ ଭେଟିବା ସହ ଅଧିକାରୀ ମାନଙ୍କ ସହ ମିଟିଂ କରିଥିଲେ । ଅଧିକ ପଢନ୍ତୁ

Health Department Team Visit Rourkela
Health Department Team Visit Rourkela (ETV Bharat Odisha)

ରାଉରକେଲା: ପ୍ରଚଣ୍ଡ ଖରାରେ ଓଡିଶା ଜଳୁଛି । ବିଶେଷ କରି ସୁନ୍ଦରଗଡ଼଼ ଜିଲ୍ଲା ତଥା ରାଉରକେଲା ସହରରେ ସ୍ଥିତି ଅସମ୍ଭାଳ ହେଲାଣି । ଏଥିପାଇଁ ରାଉରକେଲା ସହରରେ ଅଂଶୁଘାତ ପରିସ୍ଥିତି ଅନୁଧ୍ୟାନ ଲାଗି ପହଁଚିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ବିଶେଷଜ୍ଞ ଟିମ । ଏହି ଟିମରେ ପାଞ୍ଚ ଜଣ ସଦସ୍ୟ ସାମିଲ ଅଛନ୍ତି । ରାଉରକେଲା ଆସି ଚାଲିଛି ଘନ ଘନ ଯାଞ୍ଚ ଏବଂ ମିଟିଂ । ଗତ ଦୁଇ ଦିନ ତଳେ ରାଉରକେଲା ସହରରେ ଭୟର ବାତାବରଣ ଖେଳାଇଥିଲା ଗ୍ରୀଷ୍ମପ୍ରବାହ । ବହୁ ସଂଖ୍ୟକ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିଲେ ଏବଂ ବହୁ ଅମୂଲ୍ୟ ଜୀବନ ମଧ୍ୟ ନେଇଛି ଅଂଶୁଘାତ । ବର୍ତ୍ତମାନ ସୁଦ୍ଧା ରାଉରକେଲାରେ ୧୨ଟି ମୁଣ୍ଡ ଗଡ଼ାଇଥିବା ନେଇ ସୂଚନା ରହିଛି । ତେବେ ସରକାରୀ ରିପୋର୍ଟ ଅନୁସାରେ ଖାସ କରି ଅଂଶୁଘାତ ଯୋଗୁଁ ଚାରି ଜଣଙ୍କ ଜୀବନ ଯାଇଛି ବୋଲି ସୂଚନା ରହିଛି । ଅସ୍ବାଭାବିକ ଭାବରେ ଅନ୍ୟ ଆଠ ଜଣଙ୍କ ଜୀବନ ଯାଇଛି ଯାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ କାରଣ ଜଣା ପଡିବ ବୋଲି କହିଛନ୍ତି ଡାକ୍ତର ।

ଏହା ମଧ୍ୟ ପଢନ୍ତୁ ....ସୁନ୍ଦରଗଡ଼ରେ ମୁଣ୍ଡ ନେଉଛି ଅସହ୍ୟ ତାତି ! ରାଉରକେଲାରେ ସ୍ଥିତି ସାଙ୍ଘାତିକ - Sunstroke Death In Rourkela

ତେବେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ବର୍ତ୍ତମାନ ଭୟାବହ ସ୍ଥିତି ରାଉରକେଲା ସହରରେ ଉପୁଜିଛି ଏବଂ ଭୟଙ୍କର ପରିସ୍ଥିତି ଧାରଣ କରିବା ନେଇ ସନ୍ଦେହ ମଧ୍ୟ ଉପୁଜିଛି । ତେବେ ରାଉରକେଲାରେ ହୋଇଥିବା ମୃତ୍ୟୁର ସଠିକ କାରଣ ଏବଂ ଲୋକଙ୍କ ମଧ୍ୟରେ ଥିବା ଏହି ଆତଙ୍କ ସମୀକ୍ଷା ପାଇଁ ରାଉରକେଲା ଗସ୍ତରେ ଆସିଛି ରାଜ୍ୟ ଟିମ । ରାଜ୍ୟ ଟିମ ଆସି ରାଉରକେଲା ଟିମ ଆଜି ସକାଳେ ଟିମର ଚିଫ ସହ ମୋଟ ଛଅ ଜଣ ଆସି ପହଞ୍ଚିଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟ ମଲ୍ଟି ଡିସିପ୍ଲିନାରୀ ଟିମ ଆସି ରାଉରକେଲାରେ ପହଞ୍ଚିଛନ୍ତି । ତେବେ ଛଅ ଜଣିଆ ଟିମ ସରକାରୀ ହସ୍ପିଟାଲର ଅଧିକାରୀଙ୍କ ସହ ବୈଠକ କରିଥିଲେ ।

ଏହାପରେ ରାଉରକେଲା ମହାନଗର ନିଗମ କମିଶନର ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ଉପରିସ୍ଥ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଥିଲା । ଏହାସହ ଭିଡିଓ କନଫେରେନ୍ସରେ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ । ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଂଶୁଘାତ ପୀଡିତ ରୋଗୀଙ୍କ ସହ ଆଲୋଚନା କରିଥିଲେ ଏବଂ ବୁଲି ସମସ୍ତ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ । ତେବେ ରାଜ୍ୟ ଟିମ ସୂଚନା ଦେଇଛି ଯେ ଗ୍ରୀଷ୍ମପ୍ରବାହ ଯୋଗୁଁ ହିଁ ଏଭଳି ସ୍ଥିତି ଉପୁଜିଛି ଏବଂ ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.