ETV Bharat / state

ଡାକ୍ତରଙ୍କ ଘରେ ଚାଲିଥିଲା ବେଆଇନ ଲିଙ୍ଗ ନିରୂପଣ ! ସ୍ବାସ୍ଥ୍ଯ ବିଭାଗର ଚଢ଼ାଉ, ୫ ଅଟକ - Cuttack

Illegal sex determination in Cuttack: କଟକ ଫ୍ରେଣ୍ଡ୍ସ କଲୋନୀରେ ଏକ ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ରେଡ୍ । ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଚଢ଼ାଉ ହୋଇଛି । 3 ଦଲାଲଙ୍କ ସମେତ ଜଣେ ମହିଳା ଓ ସମ୍ପୃକ୍ତ ଡାକ୍ତରଙ୍କୁ ଅଟକ ରଖାଯାଇଛି । ଅଧିକ ପଢନ୍ତୁ..

Illegal sex determination in Cuttack
ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗ ସ୍ୱାସ୍ଥ୍ୟ ବିଭାଗ ସ୍କାନରରେ ଡାକ୍ତର
author img

By ETV Bharat Odisha Team

Published : Feb 9, 2024, 2:58 PM IST

ଡାକ୍ତରଙ୍କ ଘରେ ଚାଲିଥିଲା ବେଆଇନ ଲିଙ୍ଗ ନିରୂପଣ: ସ୍ବାସ୍ଥ୍ଯ ବିଭାଗର ଚଢ଼ାଉ, ୫ ଅଟକ

କଟକ: ସିଲଭର ସିଟି କଟକରେ ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗ । ଏନେଇ ଡାକ୍ତର ପୂଣ୍ୟଶ୍ଳୋକ ଦାସଙ୍କ ଫ୍ରେଣ୍ଡ୍ସ କଲୋନୀ ଘରେ ଚଢାଉ କରିଛି ସ୍ୱାସ୍ଥ୍ୟ ବିଭାଗ । ଚଢାଉ ସମୟରେ ଅଲଟ୍ରାସାଉଣ୍ଡ୍ ମେସିନ, ଜେଲି, ଆନୁସଙ୍ଗିକ ଯନ୍ତ୍ରପାତି, ଟଙ୍କା ଭର୍ତ୍ତି ବ୍ୟାଗ ଜବତ କରିଛି ବିଭାଗ । ଏହି ଘଟଣାରେ 3 ଜଣ ଦଲାଲଙ୍କ ସମେତ ଜଣେ ମହିଳା ଓ ସମ୍ପୃକ୍ତ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି ଟିମ୍ । ପୂର୍ବରୁ ମଧ୍ୟ 2 ଥର ଏହି ମାମଲାରେ ଧରାପଡ଼ି ନିଲମ୍ବିତ ହୋଇଥିଲେ ଡାକ୍ତର ପୁଣ୍ୟଶ୍ଳୋକ ଦାସ ।

କଟକ ସହର ଫ୍ରେଣ୍ଡ୍ସ କଲୋନୀଠାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚଢାଉ କରାଯାଇଛି । ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତର ପୂଣ୍ୟଶ୍ଳୋକ ଦାସଙ୍କ ଘରେ ଚଢାଉ କରିଛି ସ୍ୱାସ୍ଥ୍ୟ ବିଭାଗର ଟିମ୍ । ଚଢ଼ାଉ ସମୟରେ ଡାକ୍ତରଙ୍କ ଘରୁ ଅଲଟ୍ରାସାଉଣ୍ଡ୍ ମେସିନ, ଜେଲି, ଆନୁସଙ୍ଗିକ ଯନ୍ତ୍ରପାତି, ଟଙ୍କା ଭର୍ତ୍ତି ବ୍ୟାଗ ଜବତ ହୋଇଥିବା ବେଳେ ଡାକ୍ତର ପୂଣ୍ୟଶ୍ଳୋକ ଦାସ, 3 ଜଣ ଦଲାଲ ସମେତ ଜଣେ ଗର୍ଭବତୀ ମହିଳାଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି । ଉପଜିଲ୍ଲାପାଳ ଉପସ୍ଥିତ ଏହି ରେଡ କରାଯାଇଛି । ପୂର୍ବରୁ 2 ଥର ଧରା ପଡ଼ି ନିଲମ୍ବିତ ହୋଇଥିଲେ ଡାକ୍ତର ପୁଣ୍ୟଶ୍ଳୋକ ଦାସ । ଅନ୍ୟପଟେ ଡାକ୍ତର ପୁଣ୍ୟଶ୍ଳୋକ ଦାସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଏସସିବିରୁ ୫ ଦଲାଲ ଗିରଫ, ରୋଗୀଙ୍କୁ ପଠାଉଥିଲେ ଘରୋଇ ହସ୍ପିଟାଲ

ରେଡ୍ କରୁଥିବା ବିଭାଗୀୟ ଅଧିକାରୀଙ୍କ କହିବା ମୁତାବକ, ଏ ମାମଲାରେ ଥାନାରେ ଏତଲା ଦିଆଯିବ ଓ ତମାମ ଘଟଣା ଉପରେ ତଦନ୍ତ କରାଯାଇ ରିପୋର୍ଟ ଦାଖଲ କରାଯିବ । ତେବେ ଏହା ପୂର୍ବରୁ କଟକ ରକ୍ସି ଲେନ ମୂଳିଆ କଲୋନୀରେ ମଧ୍ୟ ସମାନ ଘଟଣାରେ କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ତିନୋଟି ଜାଗାରେ ଏକା ଥରକେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ କିଛି ଆପତ୍ତିଜନକ ଯନ୍ତ୍ରପାତି, ଔଷଧ ଠାବ ହୋଇଥିବା ସୂଚନା ଦେଇଥିଲେ ଚଢ଼ାଉରେ ସାମିଲ ଥିବା ଅଧିକାରୀ । ଗତବର୍ଷ ମଧ୍ୟ କଟକର ଫ୍ରେଣ୍ଡ୍ସ କଲୋନୀରେ ଏକ ଆବାସିକ ଘରେ ଭୃଣ ନିରୂପଣ ହେଉଥିବା ନେଇ ରେଡ୍ କରାଯାଇଥିଲା ।

ଦୀର୍ଘ ଦିନ ହେବ ପୁଣ୍ୟ ଶ୍ଳୋକ ନିଜ ଘରେ କ୍ଲିନିକ କରି ବେଆଇନ ଭାବରେ ଏହି କାରବାର ଚଳାଉଥିଲେ । ମୋଟା ଅଙ୍କର ଟଙ୍କା ନେଇ ଗର୍ଭବତୀ ମାନଙ୍କ ଗର୍ଭସ୍ତ ଶିଶୁର ଲିଙ୍ଗ ସମ୍ପର୍କ ରେ ଜଣାଉଥିବା ଅଭିଯୋଗ ହୋଇଛି । ତେବେ ଏସସିବି ମେଡିକାଲର ଅତି ନିକଟରେ ଏହି କାରବାର ଚାଲିଥିଲା ବେଳେ କିଭଳି ଘଟଣା ଏତେଦିନ ଧରି ଲୁଚି ରହିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କଟକରେ ଭୃଣ ନିରୂପଣ ଓ ହତ୍ୟାକୁ ନେଇ ଚିନ୍ତା ବଢ଼ୁଥିଲା ବେଳେ, କେବଳ ଚଢ଼ାଉ କରାଯାଇ ଏହି ଦିଗରେ କାର୍ଯ୍ୟନୁଷ୍ଠାନ ପ୍ରାୟତଃ ଶିଥିଳ ହୋଇ ପଡୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.