ETV Bharat / state

ସ୍କୁଲରେ ଛାତ୍ରଙ୍କୁ ଶ୍ରମିକ ଭଳି ଖଟେଇଲେ, ଗାଡ଼ିଆରେ ଥାଳି ଧୁଆଇଲେ; ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ, ସହକାରୀ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ - STUDENTS LABOUR ISSUE

author img

By ETV Bharat Odisha Team

Published : Jul 23, 2024, 8:21 AM IST

Updated : Jul 23, 2024, 12:22 PM IST

Students labour issue in School: ଏନେଇ ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଧନକଉଡ଼ା ବିଇଓ ଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିଲେ l ଅଧିକ ପଢନ୍ତୁ

Students labour issue
Students labour issue (Etv Bharat Odisha)

ସମ୍ବଲପୁର: ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ଛାତ୍ରଙ୍କୁ ଶ୍ରମିକ ଭଳି ଖଟେଇବା ଏବଂ ଗାଡ଼ିଆରେ ବିପଦ ଜନକ ପରିସ୍ଥିତିରେ ଥାଳି ଧୁଆଇବା ଘଟଣା ପଡିଛି ମହଙ୍ଗା । ସ୍କୁଲ ପରିସରରେ ଛାତ୍ର ମାନଙ୍କୁ ଶ୍ରମିକ ଭଳିଆ କାମ କରେଇବା ତଥା ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଥାଳି ଧୋଇବାକୁ ସ୍କୁଲ ପରିସରର 100 ମିଟର ବାହାରେ ଥିବା ଗାଡ଼ିଆକୁ ଯିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଏନେଇ ଉଭୟ ଶିକ୍ଷକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଧନକଉଡ଼ା ବ୍ଲକ ଶିକ୍ଷା ଅଧିକାରୀ ।

ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ (ETV Bharat Odisha)

ଏନେଇ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସୂଚନା ଦେଇଛନ୍ତି ଯେ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଜଟୁପଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଉଷା ହାରାଙ୍କ ନିଲମ୍ବନ କରାଯାଇଥିବା ବେଳେ, ସହକାରୀ ଶିକ୍ଷକ ସଇରେନ୍ଦ୍ରି ହାତୀଙ୍କ ଗୋଟିଏ ମାସ ର ଦରମା ବନ୍ଦ କରାଯାଇଛି ।

students labour issue
students labour issue (ETV Bharat Odisha)

ସୂଚନାଯୋଗ୍ୟ ଯେ ଗତ 18 ତାରିଖ ରେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ର ଜଟୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢା ସମୟରେ କେତେକ ଛାତ୍ର ଫାଉଡ଼ା ଧରି ସ୍କୁଲ ପରିସର ଭିତରେ ସ୍କୁଲ ୟୁନିଫର୍ମ ପିନ୍ଧି ଅନା ବନା ଘାସ ଓ ଛୋଟ ଗଛ କାଟୁଥିବା ର ଦେଖୁବାକୁ ମିଳିଥିଲା l କେବଳ ଏତିକି ନୁହେଁ ସ୍କୁଲ ସବୁ ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇ ସାରି ସ୍କୁଲ ପରିସର ବାହାରକୁ ଯାଇ ଏକ ଗାଡ଼ିଆ ରେ ଅତି ବିପଦ ଜନକ ପରିସ୍ଥିତିରେ ଥାଳି ଧୋଉଥିବା ଦେଖିବାକୁ ମିଳିଥିଲା l ଏହା ଦ୍ୱାରା ଯେକୌଣସି ସମୟରେ ଅଘଟଣ ଘଟିବାର ସମ୍ଭାବନା ରହିଥିଲା l ପାଣିରେ ବୁଡି ଛାତ୍ର ଛାତ୍ରୀ ଙ୍କ ଜୀବନ ଯିବାର ର ସମ୍ଭାବନା ମଧ୍ୟ ରହିଥିଲା

ସେତେବେଳେ ଏନେଇ ସମ୍ବଲପୁର ସହର ର ସଚେତନ ନାଗରିକ ଉଦବେଗ ପ୍ରକାଶ କରିଥିଲେ l ଶିକ୍ଷକ ଙ୍କ ଏହିଭଳି ଅବହେଳା ଓ ଖାମଖିଆଳି ମନୋବୃତି ଛାତ୍ର ଛାତ୍ରୀ ଙ୍କୁ ବିପଦରେ ପକେଇ ପାରେ ବୋଲି ମତ ପ୍ରକାଶ ପାଇଥିଲା l

ବିଇଓ ବା ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ଆଜି ନିଜେ ଜଟୁପଡ଼ା ସ୍କୁଲ ପରିଦର୍ଶନ କରିବା ପରେ କହିଛନ୍ତି ଯେଉଁସବୁ ଅଭିଯୋଗ ହୋଇଥିଲା ସବୁ ସତ l ସେ କହିଛନ୍ତି ଯେ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ସହ ସେ ନିଜେ କଥା ବାର୍ତ୍ତା ହୋଇଛନ୍ତି l ଛାତ୍ର ଛାତ୍ରୀ ମାନେ ସ୍କୁଲ ପରିସର ବାହାରେ ଥିବା ଗାଡ଼ିଆ କୁ ଥାଳି ଧୋଇବାକୁ ଯିବା ଘଟଣା ଓ ଗଛ କାଟିବା ତଥା ଘାସ କାଟିବା ଘଟଣା କୁ ସ୍ୱୀକାର କରିଛନ୍ତି l ସ୍କୁଲ ରେ କରେଣ୍ଟ ନଥିବା ସମୟରେ ଛାତ୍ର ଛାତ୍ରୀ ପ୍ରାୟତଃ ଏହି ଗାଡ଼ିଆକୁ ଯାଇ ଥାଳି ଓ କଂସା ବାସନ ଧୁଅନ୍ତି ବୋଲି ଜଣାପଡିଛି l ଏହା ସହ ସ୍କୁଲ ଭିତରେ ପାଠ ପଢା ସମୟରେ ଗଛ କାଟିବା ଓ ଘାସ କାଟିବା ଘଟଣା କୁ ମଧ୍ୟ ସ୍ୱୀକାର କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ l ତେବେ ଏହି ଘଟଣା ଘଟିବା ସମୟରେ ହେଡ଼ ମିଷ୍ଟ୍ରେସ ଉଷା ହାରା ସ୍କୁଲ ରେ ନଥିଲେ l ସେ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇ ସ୍କୁଲ ଛାଡି ଯାଇ ଥିବାରୁ ଦାୟିତ୍ୱ ରେ ଅବହେଳା କରିଥିବା ଅଭିଯୋଗ ରେ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ସଇରେନ୍ଦ୍ରି ହାତୀ ଙ୍କ ଗୋଟିଏ ମାସର ଦରମା ବନ୍ଦ କରାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସୂଚନା ଦେଇଛନ୍ତି l

ଏହା ବି ପଢନ୍ତୁ- ଏଣିକି ନିୟମିତ ଯାଞ୍ଚ ହେବ ସ୍କୁଲ ବସ୍ - SCHOOL BUS SAFETY

ଅନ୍ୟପଟେ ଆଉ 2 ଗୋଟି ପୃଥକ ପୃଥକ ଘଟଣା ରେ ଆଉ 2 ଶିକ୍ଷକ ନିଲମ୍ବିତ ହୋଇଛନ୍ତି l ଧନକଉଡ଼ା ବ୍ଲକ ର ଗଡ଼ମୁଣ୍ଡା ଉଚ୍ଚ ପ୍ରାଥମିକ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଅନୁପମା ବେହେରାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର କରିଥିବା ଅଭିଯୋଗ ରେ ନିଲମ୍ବନ କରାଯାଇଛି l ଅନ୍ୟପଟେ ଧନକଉଡ଼ା ସଦେଇପାଲି ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ର ଆସିସଷ୍ଟାଣ୍ଟ ଟିଚର ବବନ ସିଂ ସପ୍ତମ ଶ୍ରେଣୀ ର ଜଣେ ଛାତ୍ର ଙ୍କ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ରେ ନିଲମ୍ବନ ହୋଇଛନ୍ତି l ଗତ ଶୁକ୍ରବାର ଦିନ ସମ୍ପୃକ୍ତ ଶିକ୍ଷକ ସ୍କୁଲ 7ମ ଶ୍ରେଣୀର ଜଣେ ଛାତ୍ର ଙ୍କୁ ମାଡ଼ ମାରିଥିଲେ l ଏନେଇ ଗ୍ରାମବାସୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ଜଣେଇବା ପରେ ସେ ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଏହାର ସୂଚନା ଦେଇଥିଲେ l ଆଜି ବ୍ଲକ ଶିକ୍ଷା ଅଧିକାରୀ ଏହାର ତଦନ୍ତ କରିବା ପରେ ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି l ଏଭଳି ଭାବେ ଆଜି 3 ଶିକ୍ଷକ/ଶିକ୍ଷୟତ୍ରୀ ନିଲମ୍ବିତ ହୋଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

Last Updated : Jul 23, 2024, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.