ETV Bharat / state

ପୂରା କରିପାରିଲେନି ବ୍ରତ, କାଳିଆ ଦୁଆରେ ଉଡିଗଲା ହବିଷ୍ୟାଳୀଙ୍କ ପ୍ରାଣବାୟୁ

ହବିଷ୍ୟାକେନ୍ଦ୍ରରେ ରହୁଥିବା ହବିଷ୍ୟାଳୀଙ୍କ ମୃତ୍ୟୁ । ଚିକିତ୍ସା ଅବହେଳା ଆଣିଲେ ପରିବାର ଲୋକ । ଖଣ୍ଡନ କଲା ପ୍ରଶାସନ ।

ହବିଷ୍ୟାଳୀଙ୍କ ମୃତ୍ୟୁ
ହବିଷ୍ୟାଳୀଙ୍କ ମୃତ୍ୟୁ (SJTA)
author img

By ETV Bharat Odisha Team

Published : 3 hours ago

ପୁରୀ: ଆସିଥିଲେ କାଳିଆ ଦୁଆରେ ହବିଷ କରିବା ପାଇଁ ବ୍ରତ ପୂରା ହେବା ପୂର୍ବରୁ ଜଗନ୍ନାଥ ଧାମରେ ଉଡିଗଲା ପ୍ରାଣବାୟୁ । ଗତକାଲି(ଶନିବାର) ହବିଷ୍ୟାଳୀ ଶିବିରରେ ରହୁଥିବା ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଛି । ହବିଷ୍ୟାଳୀ ଜଣକ ହେଲେ 69 ବର୍ଷୀୟ ରତ୍ନମଣି ମଙ୍ଗରାଜ । ସେ ପୁରୀ କଣାସ ବ୍ଲକ୍ ବେହେଣ୍ଟା ଗ୍ରାମର ବାସିନ୍ଦା । ସେ କାର୍ତ୍ତିକ ବ୍ରତ ପାଳନ ପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଶିବିରର ବୃନ୍ଦାବତି ନିବାସରେ ରହୁଥିଲେ । ସେପଟେ ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କେମିତି ହେଲା ମୃତ୍ୟୁ ?

ହବିଷ୍ୟାଳୀଙ୍କ ମୃତ୍ୟୁ (ETV Bharat Odisha)

ମୃତ ରତ୍ନମଣି ବୃନ୍ଦାବତୀ ଭକ୍ତ ନିବାସର ପ୍ରଥମ ମହଲାର ୧୦୩ ରୁମ୍‌ରେ ରହି କାର୍ତ୍ତକ ବ୍ରତ କରୁଥିଲେ । ତେବେ ଗତକାଲି ସକାଳେ ରତ୍ନମଣୀ ଶୌଚହେବା ନିମନ୍ତେ ବୃନ୍ଦାବତୀ ନିବାସ ପରିସରରେ ଥିବା ଶୌଚାଳୟକୁ ଶୌଚ ହେବାକୁ ଯାଇଥିଲେ । ତେବେ କୌଣସି କାରଣରୁ ଶୌଚାଳୟ ଭିତରେ ପଡିଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୃନ୍ଦାବତୀ ନିବାସ ଠାରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ରତ୍ନମଣୀଙ୍କୁ ଚିକିତ୍ସା ନିମନ୍ତେ ପୁରୀ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କର ତାଙ୍କର ଚିକିତ୍ସା କରିବା ସମୟରେ ହାତରେ ଗଭୀର ଆଘାତ ସହ ଭାଙ୍ଗିଥିବା ଜଣାପଡିଥିଲା ।ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ମହିଳା ମେଡସିନ୍ ୱାର୍ଡରେ ଆଡମିଟ୍ କରାଯାଇ ଚିକିତ୍ସା କରାଯାଉଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାନରେ ରାତି ପ୍ରାୟ 8.30 ସମୟରେ ତାଙ୍କର ମୁତ୍ୟୁ ଘଟିଛି ।

ଝିଅ ଆଣିଲେ ଚିକିତ୍ସାରେ ଅବହେଳା ଅଭିଯୋଗ:

Habisyali Dies
Habisyali Dies (ETV Bharat Odisha)

ତେବେ ମୃତ ରତ୍ନମଣି ଝିଅ କବିତା ପଟୁଆଳ ଅଭିଯୋଗ କରିଛନ୍ତି କି, ‘ମାଆ ରତ୍ନମଣୀଙ୍କ ମୃତ୍ୟୁ ଚିକିତ୍ସା ଅବେହେଳା ଯୋଗୁଁ ହେଇଛି। ପୁରୀ ମେଡିକାଲରେ ଡାକ୍ତର ମାନେ ସଠିକ୍ ଭାବେ ଚିକିତ୍ସା କଲେ ନାହିଁ । ଅବଢ଼ା ଖାଇବା ଯୋଗୁଁ ତାଙ୍କର ଗ୍ୟାସ ସମସ୍ୟା ଥିବା ଡ଼ାକ୍ତର କହିଛନ୍ତି। ତେବେ ହବିଷ୍ୟାଳି ଶିବିରରେ ଅନେକ ଥିବା ବେଳେ ସମସ୍ତେ ଅବଢ଼ା ସେବନ କରୁଛନ୍ତି । ହେଲେ କାହାର କିଛି ସମସ୍ୟା ହୋଇନଥିବା ବେଳେ ତାଙ୍କର ମା’ଙ୍କ ମୃତ୍ୟୁ କେମିତି ହେଲା । ଚିକିତ୍ସା ଅବହେଳା ପାଇଁ ମୋ ମା’ ମୃତ୍ୟୁବରଣ କଲେ। ’

ଏହା ମଧ୍ୟ ପଢନ୍ତୁ:

ହବିଷ୍ୟାଳିଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଣ୍ଟିଲେ ବ୍ରତ ସାମଗ୍ରୀ, ବୁଝିଲେ ଦୁଃଖ

କାଲିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳୀଙ୍କ ଧାରଣା, ମନ୍ତ୍ରୀ କହିଲେ ସବୁ ସୁବିଧା ହୋଇଛି

ଧର୍ମ ମାସ କାର୍ତ୍ତିକରେ ହବିଷ୍ୟାଳି ହଇରାଣ ନେଇ ତେଜିଲା ରାଜନୀତି, ବିଜେଡିକୁ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ

ହବିଷ୍ୟାଳୀ ବ୍ରତ ପାଇଁ ୬ରୁ ଆବେଦନ, 2500 ମା’ଙ୍କ ପାଇଁ ବ୍ୟବସ୍ଥା - Habishyalis Registration

ଅଭିଯୋଗକୁ ଜିଲ୍ଲା ପ୍ରଶାସନର ଖଣ୍ଡନ:

ସେପଟେ ଚିକିତ୍ସା ଅବହେଳାକୁ ପୁରୀ ଜିଲ୍ଲା ପ୍ରଶାସନ ଖଣ୍ଡନ କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି ଯେ, ବୃନ୍ଦାବତୀ ନିବାସରେ ରହୁଥିବା ଜନୈକ ହବିଷ୍ୟାଳୀ ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସ । ଗତକାଲି ସକାଳ ୧୦ ଘଟିକା ୮ମିନିଟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେ ଦୁର୍ବଳତା, ପେଟ ଓ ଛାତି ଯନ୍ତ୍ରଣାରେ ପୀଡିତ ଥିବା ଜଣାଇଥିଲେ। ତାଙ୍କର ପେଟରେ ଅସୁବିଧା ଓ ବାନ୍ତି ହେଉଥିଲା। କ୍ଲିନିକାଲ୍ ଫଳାଫଳ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ରାତି ୮ଟାରେ ରୋଗୀଙ୍କ ଅବସ୍ଥା ଖରାପ ହେବାରୁ ଓ ଅକ୍ସିଜେନ ସାଚ୍ୟୁରେସନ୍ ସ୍ତର ଶତକଡ଼ା ୬୦ ରହିବାରୁ, ବିପି ସ୍ତର କମ ହେବାରୁ, ଆଇସିୟୁ କଲ କରାଯାଇ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଦିଆଗଲା । କିନ୍ତୁ ରୋଗୀ ସଂଧ୍ୟା ୮.୩୦ ରେ ଆଇସିୟୁକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ଦେହାନ୍ତ ହୋଇଯାଇଥିଲେ । ମୃତ୍ୟୁର କାରଣ, ସେପ୍ଟିସେମିଆ, କ୍ରନିକ୍ କିଡନୀ ରୋଗ ସହିତ ଆକ୍ୟୁଟ୍ ଗ୍ୟାଷ୍ଟ୍ରୋଏଣ୍ଟେରିଟ୍ସ୍ ବୋଲି ଡ଼ାକ୍ତର କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.