ETV Bharat / state

ବାରିପଦା ବସଷ୍ଟାଣ୍ଡରେ ରକ୍ତପାତ; ୮ ଆହତ, ଘଟଣାସ୍ଥଳରେ ପୋଲିସ ମୁତୟନ - Baripada bus stand Group clash

author img

By ETV Bharat Odisha Team

Published : Jun 22, 2024, 12:51 PM IST

Group clash in Baripada bus stand: ଘରୋଇ ବସ ସମୟକୁ ନେଇ ବାରିପଦା ବସଷ୍ଟାଣ୍ଡରେ ରକ୍ତପାତ । ୮ ଆହତ ହୋଇଥିବା ବେଳେ ୪ ଜଣକୁ ଅଟକ ରଖି ପୋଲିସର ପଚରାଉଚରା । ଅଧିକ ପଢନ୍ତୁ

Group clash in Baripada bus stand
Group clash in Baripada bus stand (ETV Bharat Odisha)

ରାଇରଙ୍ଗପୁର: ଅଶାନ୍ତ ବାରିପଦା ବସଷ୍ଟାଣ୍ଡ । ଘରୋଇ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳ । ଦୁଇ ଗୋଷ୍ଠୀ ମଧ୍ୟରେ ମାରଣାସ୍ତ୍ରରେ ଆକ୍ରମଣ । ଏହି ଆକ୍ରମଣରେ ୨ଗୁରୁତର ଓ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ ବନ୍ଦ ଡାକରା ଦେଲା ବସ ସଂଘ । ଅନ୍ୟପଟେ ୪ଜଣକୁ ବାରିପଦା ଟାଉନ ଥାନା ପୋଲିସ ଦ୍ୱାରା ଅଟକ ରଖାଯାଇ ତଦନ୍ତ ଜାରି ରହିଛି ।

ଘରୋଇ ବସ ଚଳାଚଳ ସମୟକୁ ନେଇ ଶୁକ୍ରବାର ସନ୍ଧ୍ୟା ସମୟରେ ବାରିପଦା ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ରହିଛି । ଅନ୍ୟପଟେ ଏନେଇ ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଅଶାନ୍ତ ବାଲେଶ୍ବର, ଲୋକଙ୍କ ମଧ୍ୟରୁ ଭୟ ଦୂରେଇବା ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ - Police Flag March In Balasore

ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା' ଦୁର୍ଗା ନାମକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳର ଆରମ୍ଭ ହୋଇଥିବା ଜଣାପଡିଛି । ମା' ଦୁର୍ଗା ବସଟି ରାଇରଙ୍ଗପୁରରୁ ଆସୁଥିବା ବେଳେ ସଠିକ ସମୟରେ ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରୁନଥିଲା । ଶୁକ୍ରବାର ସନ୍ଧ୍ୟାରେ ବସଟି ଆସି ବାରିପଦା ଘରୋଇ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହାକୁ ନେଇ ବସଷ୍ଟାଣ୍ଡରେ ରକ୍ତପାତ ହୋଇଥିଲା । କିଛି ବସ ମାଲିକଙ୍କୁ କିଛି ଲୋକେ ମାରଣାସ୍ତ୍ର ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ରଞ୍ଜିତା ଓ ବାସୁଦେବ ବସର ମାଲିକ ତପନ କୁମାର ପୃଷ୍ଟି ଓ ଶୀତିକଣ୍ଠ ନାୟକ ଗୁରୁତର ଆହତ ହୋଇଥିବା ବେଳେ ସୁପରଭାଇଜର ଓ କର୍ମଚାରୀ ମିଶି ୬ଜଣ ଆହତ ହୋଇଥିଲେ ।

ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ପିଆରଏମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଯଥାଶୀଘ୍ର ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନକଲେ ଜିଲ୍ଲାବ୍ୟାପୀ ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲି ବାରିପଦା ବସ ମାଲିକ ସଂଘର ସଭାପତି ସୁନିଲ କୁମାର ଦାଶ କହିଛନ୍ତି । ଏନେଇ ବାରିପଦା ଟାଉନ ଥାନାରେ ବସ ମାଲିକ ସଂଘ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ବସଷ୍ଟାଣ୍ଡରେ ପରିସ୍ଥିତିକୁ ଶାନ୍ତ ରଖିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଏହି ଘଟଣାରେ ମା' ଦୁର୍ଗା ବସ ସମେତ ବସ ଚାଳକଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ୪ଜଣକୁ ବାରିପଦା ଟାଉନ ଥାନା ପୋଲିସ ଅଟକ ରଖି ପଚରାଉଚରା କରିଥିବା ସୂଚନା ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.