ETV Bharat / state

ଦାରା ସିଂଙ୍କୁ ଆଜୀବନ କାରାଦଣ୍ଡ; ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ମାମଲା ଲଢୁଛନ୍ତି ‘ନିର୍ଭୟା ଦୋଷୀ’ଙ୍କ ଆଇନଜୀବୀ ଏପି ସିଂ - SC Notice On Dara Singh Plea

author img

By ETV Bharat Odisha Team

Published : Jul 10, 2024, 7:51 AM IST

SC Notice To Odisha Govt On Dara Singh's Plea: ୧୯୯୯ ଜାନୁଆରୀ ୨୨ରେ କେନ୍ଦୁଝର ଜିଲ୍ଲାର ମୋହନପୁର ଗ୍ରାମରେ ଦାରା ସିଂଙ୍କ ନେତୃତ୍ୱରେ କିଛି ଲୋକ ଗ୍ରାହାମ୍ ଷ୍ଟେନ୍‌ସ ଏବଂ ତାଙ୍କର ଦୁଇ ପୁଅ ଫିଲିପ୍ ଏବଂ ଟିମୋଥ ଶୋଇଥିବା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଗ୍ରାହାମ୍‌ଙ୍କ ସମେତ ୩ ଜଣ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ଦାରା ସିଂ ଗିରଫ ହୋଇ ଦୀର୍ଘ ୨୨ ବର୍ଷ ଧରି କେନ୍ଦୁଝର ଜିଲ୍ଲା କାରାଗାରରେ ସଜା କାଟୁଛି । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ (@ETV Bharat Odisha)

କଟକ: ବହୁଚର୍ଚ୍ଚିତ ଅଷ୍ଟ୍ରେଲିୟ ମିସନାରୀ ଗ୍ରାହାମ୍ ଷ୍ଟେନସ୍ ଏବଂ ତାଙ୍କ ଦୁଇ ପୁଅଙ୍କୁ ପୋଡ଼ି ହତ୍ୟା କରିବା ମାମଲା । ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଜେଲରୁ ମୁକ୍ତ ହେବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଦାରା । ଆଜୀବନ କାରାଦଣ୍ଡରୁ ଛାଡ଼ ପାଇଁ କରିଥ‌ିବା ଦାରା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।

ସେ ଜେଲ୍‌ରେ ୨୪ ବର୍ଷ କଟାଇ ସାରିଲେଣି । ଏବଂ ସେ ଯୁବାବସ୍ଥାରେ ଏଭଳି ଏକ କାର୍ଯ୍ୟ କରିଥିଲେ ଓ ଏବେ ତାଙ୍କର ବୃଦ୍ଧାବସ୍ଥା । ଏବେ ସେ ଏହି କାର୍ଯ୍ୟକୁ ନେଇ ଅନୁଶୋଚନା କରୁଛନ୍ତି ବୋଲି ଦାରା ସିଂ ରୁଜୁ କରିଥିବା ନିଜ ପିଟିସନ୍‌ରେ ଦର୍ଶାଇଛନ୍ତି । ସେ ଏହି ଅବସରରେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଆସାମୀଙ୍କୁ ସୁପ୍ରିମ୍‌କୋର୍ଟ ୨୦୨୨ରେ କିପରି ଛାଡ଼ କରିଥିଲେ ସେ ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି । ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ ତାରିଖକୁ ଧାର୍ଯ୍ୟ ହୋଇଛି ।

୧୯୯୯ ଜାନୁଆରୀ ୨୨ରେ କେନ୍ଦୁଝର ଜିଲ୍ଲାର ମୋହନପୁର ଗ୍ରାମରେ ଦାରା ସିଂଙ୍କ ନେତୃତ୍ୱରେ କିଛି ଲୋକ ଗ୍ରାହାମ୍ ଷ୍ଟେନ୍‌ସ ଏବଂ ତାଙ୍କର ଦୁଇ ପୁଅ ଫିଲିପ୍ ଏବଂ ଟିମୋଥ ଶୋଇଥିବା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଗ୍ରାହାମ୍‌ଙ୍କ ସମେତ ୩ ଜଣ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ । ୨୦୦୩ରେ ନିମ୍ନ ଅଦାଲତ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ୨୦୦୫ରେ ହାଇକୋର୍ଟ ଦାରା ସିଂଙ୍କ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ଏହି ଆଦେଶ ମଧ୍ୟ ୨୦୧୧ରେ ସୁପ୍ରିମ୍‌କୋର୍ଟ କାଏମ୍ ରଖିଥିଲେ ।

ପ୍ରକାଶ ଯେ, ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କ କଥା ଦୁଇ ବର୍ଷ ତଳେ ଚର୍ଚ୍ଚାରେ ଥିଲା । ଦାରା ସିଂଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଲଢେଇ ଆରମ୍ଭ କରିଥିଲା ଦାରା ସେନା ।

୧୯୯୯ ମସିହାରେ ଘଟିଥିବା ଏହି ଘଟଣାରେ ଦାରା ସିଂ ଗିରଫ ହୋଇ ଦୀର୍ଘ ୨୨ ବର୍ଷ ଧରି କେନ୍ଦୁଝର ଜିଲ୍ଲା କାରାଗାରରେ ସଜା କାଟୁଛି । ଦାରା ସିଂର କାରାଗାର ଅବଧି ପୁରଣ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜେଲରୁ ବାହାରି ପାରୁ ନାହାଁନ୍ତି । ଏନେଇ ବହୁ ହିନ୍ଦୁ ସଂଗଠନ ବିଭିନ୍ନ ସମୟରେ ପ୍ରତିବାଦ କରିଆସୁଛନ୍ତି । ତାଙ୍କର ବାରମ୍ବାର ବେଲ ପାଇଁ ଆବେଦନ ହେଉଥିଲେ ସୁଦ୍ଧା ଖାରଜ ହୋଇଯାଉଛି ।

ଏବେ ଦାରା ସିଂଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଜେଲରୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଥିଲା ଦାରା ସେନା । ଦାରା ସେନା ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏପି ସିଂଙ୍କୁ ନିୟୋଜିତ କରାଯାଇଥିଲା । ନିର୍ଭୟା ଦୋଷୀଙ୍କ ମାମଲା ଲଢିଥିବା ଓ ପୁରୀ ରଥଯାତ୍ରା ପ୍ରସଙ୍ଗରେ ଚର୍ଚ୍ଚିତ ଓକିଲ ହେଉଛନ୍ତି ଏପି ସିଂ । ଦୁଇ ବର୍ଷ ତଳେ କେନ୍ଦୁଝର ଜିଲ୍ଲା କାରାଗାରକୁ ଆସି ଦାରା ସିଂ କୁ ଭେଟିଥିଲେ ଏପି ସିଂ। ତାଙ୍କୁ ଜେଲରୁ ମୁକୁଳାଇବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ଏପି ସିଂ ସେବେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ଦାରା ସିଂଙ୍କୁ ମୁକୁଳାଇବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ଦାରା ସେନା ପକ୍ଷରୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ 1999 ମସିହାରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗ୍ରାମରେ ମିଶିନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅଙ୍କୁ ଜିପ୍‌ରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା । ଯାହା ସାରା ଦେଶରେ ପାଲଟିଥିଲା ଚର୍ଚ୍ଚାର ବିଷୟ । ଘଟଣାରେ କେନ୍ଦୁଝର ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଓ ତାଙ୍କର କିଛି ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.