ETV Bharat / state

ଅପରେସନ ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଡାକ୍ତର - Jharsuguda

Jharsuguda Govt Doctor In Vigilance Net: ଅସ୍ତ୍ରୋପଚାର ପାଇଁ ଲାଞ୍ଚ ନେଉଥିଲେ ଡାକ୍ତର । ମାଡ଼ି ବସିଲା ଭିଜିଲାନ୍ସ । ଅଧିକ ପଢ଼ନ୍ତୁ

ଭିଜିଲାନ୍ସ ଜାଲରେ ଡାକ୍ତର
Vigilance Raid
author img

By ETV Bharat Odisha Team

Published : Feb 10, 2024, 10:16 AM IST

Updated : Feb 10, 2024, 12:54 PM IST

Doctor in Vigilance Net

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ । ଅସ୍ତ୍ରୋପଚାର କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଡାକ୍ତର ସୌରଭ ସୁପ୍ରିତଙ୍କୁ ମାଡି଼ ବସିଲା ଭିଡିଲାନ୍ସ । ଦୁଇ ରୋଗୀଙ୍କ ଅପରେସନ ପାଇଁ 6 ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର ବାବୁ । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କୁ ଅଧିକ ପଚରାଉଚରା କରାଯାଉଛି । ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ସର୍ଜନ ଭାବେ କାର୍ଯ୍ୟରତ ଅଛନ୍ତି ସୌରଭ ସୁପ୍ରିତ ।

ଗତକାଲି (ଶୁକ୍ରବାର) ବେଲପାହାଡ଼ର ଦୁଇଜଣ ରୋଗୀ ଗୁରୁଦେବ ଗରଡିଆ ଓ ଜୟରାମ ଭଈଁସା ହାଇଡ୍ରୋସିଲ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅସ୍ତ୍ରୋପଚାର ପାଇଁ ଡାକ୍ତର ସୌରଭ ରୋଗୀଙ୍କ ପରିବାରକୁ ଲାଞ୍ଚ ମାଗିଥିଲେ । କନ୍ତୁ ଟଙ୍କା ଦେଇ ନଥିବାରୁ ତାଙ୍କୁ ଆସନ୍ତା ବୁଧବାର ଅସ୍ତ୍ରୋପଚାର କରାଯିବ ବୋଲି କହିଥିଲେ ଡାକ୍ତର । ଏହାପରେ ରୋଗୀଙ୍କ ପରିବାର ଲୋକେ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ଚକ୍ଷୁ ବିଭାଗ ଡାକ୍ତର, ଲାଞ୍ଚ ନେଇ ବନ୍ଧା ହେଲେ

ଗତକାଲି ସନ୍ଧ୍ୟା ସମୟରେ ରୋଗୀଙ୍କ ପରିବାର ସଦସ୍ୟ 6 ହଜାର ଟଙ୍କା ଯୋଗାଡ଼ କରି ହୋଟେଲ ଶଙ୍କର ନିକଟରେ ଡାକ୍ତରଙ୍କୁ ଲାଞ୍ଚ ଟଙ୍କା ଦେଉଥିଲା । ଏହି ସମୟରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ସୌରଭଙ୍କୁ ରେଡହ୍ୟାଣ୍ଡରେ ଧରିଥିଲା । ତାଙ୍କଠାରୁ 6 ହଡାର ଲାଞ୍ଚ ଟଙ୍କା ଜବତ କରାଯିବା ସହ ଝାରସୁଗୁଡା ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି । ତେବେ ପୂର୍ବରୁ ଡାକ୍ତର ବାବୁ ଜଣଙ୍କ ଏପରି କାର୍ଯ୍ୟ କରିଛନ୍ତି ନା ପ୍ରଥମ ଥର ପାଇଁ ଲାଞ୍ଚ ମାଗି ଧରାପଡିଛନ୍ତି ତାହା ପଚରାଉଚରା ପରେ ସ୍ପଷ୍ଟ ହେବ । ଡାକ୍ତର ସୌରଭଙ୍କ ଅନ୍ୟ କେହି ଏଥିରେ ସାମିଲ ଅଛନ୍ତି ନା ନାହାନ୍ତି ତାହା ମଧ୍ୟ ଜମାପଡିନି । କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । ମଣିଷ ଯେତେବେଳେ ଜୀବନ-ମରଣ ସହ ଲଢୁଥାଏ ସେତେବେଳେ ଭଗବାନ ସାଜି ଜୀବନ ରକ୍ଷା କରନ୍ତି ଡାକ୍ତର । କିନ୍ତୁ ରୋଗୀର ଜୀବନ ବଞ୍ଚାଇବା ପାଇଁ ଡାକ୍ତର ସୌରଭ ଲାଞ୍ଚ ନେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ।

ଗତ ନଭେମ୍ବର ମାସରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗର ଡାକ୍ତର । ମୋତିଆ ବିନ୍ଦୁ ଅପରେସନ ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଡାକ୍ତର ସଞ୍ଜୀବ କରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଡାକ୍ତର ନେଉଥିଲେ ଲାଞ୍ଚ ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Feb 10, 2024, 12:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.