ETV Bharat / state

ଦୁଃଖ ଶୁଣିଲେ ରାଜ୍ୟପାଳ; ଅନାଥ ଛାତ୍ରୀଙ୍କୁ ମିଳିଲା ସହାୟତା, ପୂଜାଙ୍କ ମୁହଁରେ ଫେରିଲା ହସ, ପାଠ ପଢାରେ ଲାଗିବନି ଡୋରି - Governor helps orphan Girl

author img

By ETV Bharat Odisha Team

Published : Jul 31, 2024, 10:35 AM IST

Governor Raghubar Dash helps orphan Girl: କଥା ଦେଇ କଥା ରଖିଲେ ରାଜ୍ୟପାଳ । ଜଣେ ଅନାଥ ଛାତ୍ରୀକୁ ସହାୟତାର ହାତ ବଢାଇଲେ ରାଜ୍ୟପାଳ । ଅଧିକ ପଢନ୍ତୁ

Governor Raghubar Dash helps orphan Girl
Governor Raghubar Dash helps orphan Girl (ETV Bharat Odisha)

ଦେବଗଡ: ପ୍ରତିଶ୍ରୁତି ରକ୍ଷା କଲେ ରାଜ୍ୟପାଳ ରଘୁବର ଦାସ । ଗତ ମାର୍ଚ୍ଚ ମାସ ୩ ତାରିଖ ଦିନ ଦିନିକିଆ ବରଗଡ ଗସ୍ତରେ ଆସି ଜଣେ ଛାତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ରାଜ୍ୟପାଳ । ପିତାମାତାଙ୍କୁ ହରାଇଥିବା ଦେବଗଡ଼ ଜିଲ୍ଲାର ଜଣେ ଅନାଥ ବାଳିକାକୁ ପାଠ ପଢିବା ପାଇଁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରି ନିଜ ଉଦାରତାର ପରିଚୟ ଦେଇଛନ୍ତି ରଘୁବର ଦାସ ।

ଏହାମଧ୍ୟ ପଢନ୍ତୁ... ସୁନା ପୁଅଙ୍କ ରାସ୍ତାରେ ଅର୍ଥ ସାଜିଛି ବାଧକ: ଅକ୍ଟୋବରରେ ବିଶ୍ବ ପାୱାର ଲିଫଟିଙ୍ଗ୍ ଚମ୍ପିଆନସିପ, କେମିତି ପ୍ରସ୍ତୁତି କରିବେ ଚିନ୍ତାରେ ଅତିଶ - POWERLIFTER ATISH SEEKS GOVT HELP

ଗତ ମାର୍ଚ୍ଚ ମାସ 3 ତାରିଖ ଦିନ ରାଜ୍ୟପାଳ ରଘୁବର ଦାସ ଦିନିକିଆ ଦେବଗଡ଼ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଚାଷୀଙ୍କ ସହିତ ଏକ ଆଲୋଚନା କରୁଥିଲେ । ସେହି ସମୟରେ ନିଜ ଆପତ୍ତି ନେଇ ସେଠାକୁ ପହଞ୍ଚିଥିଲେ ନୂଆଗାଁ ଗ୍ରାମର ପିତାମାତାଙ୍କୁ ହରାଇଥିବା ଜଣେ 14 ବର୍ଷର ଅନାଥ ବାଳିକା ପୂଜା କିଷାନ । ରାଜ୍ୟପାଳଙ୍କ ଦୃଷ୍ଟି ପଡିଥିଲା ସେହି ଅନାଥ ବାଳିକାଙ୍କ ଉପରେ । ତାଙ୍କୁ ପାଖକୁ ଡାକି ଆପତ୍ତି ଶୁଣିଥିଲେ । ବାଳିକା ଜଣକ ନୂଆଗାଁ ଆବାସିକ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ପୂଜା କିଷାନ ଓ ସେ ବର୍ଷେ ପୂର୍ବରୁ ପିତାମାତାଙ୍କୁ ହରାଇ ଏକୁଟିଆ ଜୀବନଯାପନ କରୁଥିବାରୁ ତାଙ୍କ ଆର୍ଥିକ ସଙ୍କଟ ମଧ୍ୟରେ ପାଠପଢ଼ାରେ ସମସ୍ୟା ଦେଖାଦେଇଥିବା ନେଇ ଜଣାଇବା ସହ ସାହାଯ୍ୟ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଗୁହାରି କରିଥିଲେ ।

ଏହାମଧ୍ୟ ପଢନ୍ତୁ... ଆଖି ଓଦା କରିଦେଇ ଦୁଇ ଭାଇଙ୍କ ଦୁଃଖ କାହାଣୀ: ଆରପାରିରେ ବାପା-ମାଆ, ଶୁଦ୍ଧିକ୍ରିୟା ପାଇଁ ଅର୍ଥ ନାହିଁ - SEEKING GOVT HELP

ବାଳିକାଟିର ଗୁହାରି ଶୁଣି ତାଙ୍କୁ ପାଠ ପଢିବା ପାଇଁ ସହାୟତାର ହାତ ବଢ଼ାଇଥିଲେ ରାଜ୍ୟପାଳ । ସାତଦିନ ମଧ୍ୟରେ ଏକଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହି ଆର୍ଥିକ ସହାୟତା ପ୍ରଦାନରେ କିଛିଟା ବିଳମ୍ବ ହୋଇଥିଲେ ସୁଦ୍ଧା ଗତକାଲି 25 ତାରିଖ ଦିନ ଏହି ସହାୟତା ରାଶି ପୂଜାଙ୍କୁ ମିଳିଥିବା ନେଇ ରାଜଭବନ ପକ୍ଷରୁ ମିଳିଥିବା ଏକ ପ୍ରେସ ବିଜ୍ଞପ୍ତି ରୁ ସୂଚନା ମିଳିଛି । ପୂଜାଙ୍କ ବଡ ଭଉଣୀ ଲିଜା କିଷାନଙ୍କ ଆକାଉଣ୍ଟରେ ଏହି ଅର୍ଥ ପ୍ରଦାନ କରାଯାଇଥିବା ଜଣାଯାଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.