ETV Bharat / state

ବୌଦ୍ଧ ଗସ୍ତରେ ରାଜ୍ୟପାଳ, ଶୁଣିଲେ ସାଧାରଣ ଲୋକଙ୍କ ସମସ୍ୟା

author img

By ETV Bharat Odisha Team

Published : Jan 24, 2024, 10:47 PM IST

Governor of Odisha meets Public and collects grievances in Boudh : ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳଙ୍କୁ ନାନା ଅସୁବିଧା ଜଣାଇଲେ ଛାତ୍ର, ଅସହାୟ ହିତାଧିକାରୀ ଓ ବରିଷ୍ଠ ନାଗରିକ । ଅଧିକ ପଢନ୍ତୁ

ବୌଦ୍ଧ ଗସ୍ତରେ ରାଜ୍ୟପାଳ , ଶୁଣିଲେ ସାଧାରଣ ଲୋକଙ୍କ ସମସ୍ୟା

ବୌଦ୍ଧ : ଆଜି ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ କରି ଫେରିଛନ୍ତି ଓଡିଶାର ରାଜ୍ୟପାଳ ରଘୁବର ଦାସ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ କଲ୍ୟାଣକାରୀ ଯୋଜନା ସାଧାରଣ ଲୋକ ଙ୍କ ନିକଟରେ ପହଞ୍ଚିଛି କି ନାହିଁ ସେ ନେଇ ସମୀକ୍ଷା କରିଥିଲେ । ରାଜ୍ୟପାଳ ପ୍ରଥମେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ସେଠାରେ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ କେନ୍ଦ୍ରର ଦିଦି ଓ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ରାଜ୍ୟପାଳ ବାଉଶୁଣୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା ମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା ହୋଇଥିଲେ ।

ବିଶେଷ ଭାବରେ ମହିଳା ମାନଙ୍କ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ନେଇ ରାଜ୍ୟପାଳ ଗୁରୁତ୍ବ ଆରୋପ କରିଥିଲେ । ଶିକ୍ଷା ଭଳି ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ତଥା ସମସ୍ତେ ପୂର୍ଣ୍ଣ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ । ତେବେ ସଭା ପରେ ପଞ୍ଚାୟତ କାର୍ଯ୍ୟାଳୟ ବାହାରେ ଅପେକ୍ଷାରତ ସ୍ଥାନୀୟ ନାଗରିକ ମାନଙ୍କ ଗହଣରେ ରାଜ୍ୟପାଳ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ଜଣେ ସ୍ଥାନୀୟ ଅସହାୟ ମହିଳା ନିଜ ଏକମାତ୍ର କନ୍ୟାର ଶିକ୍ଷାକୁ ନେଇ ତଥା ଚିକିତ୍ସା ପାଇଁ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ କାନ୍ଦି କାନ୍ଦି ରାଜ୍ୟପାଳଙ୍କୁ ଗୁହାରି କରିଥିବା ବେଳେ ଜଣେ ସ୍ଥାନୀୟ ଛାତ୍ର ବାଉଶୁଣୀ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା କୁନେଇ ରାଜ୍ୟପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାଉଶୁଣୀ ଅଞ୍ଚଳର ବିକାଶ ପ୍ରଶାସନିକ ଆନ୍ତରିକତା ଅଭାବରୁ ଠିକରେ ଆଗେଇ ପାରୁନଥିବା ବରିଷ୍ଠ ନାଗରିକ ରାଜ୍ୟପାଳଙ୍କ ସହ ଆଲୋଚନା କରିବା ସମୟରେ ବର୍ଣ୍ଣନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ବୌଦ୍ଧ ଗସ୍ତରେ ରାଜ୍ୟପାଳ, ମହିଳା ସଶକ୍ତିକରଣକୁ ଗୁରୁତ୍ଵ

ସେହିପରି ରାଜ୍ୟପାଳ କୃଷକ ମାନଙ୍କ ସହ ଆଲୋଚନା କରି କହିଛନ୍ତି ଯୋ ଦେଶର ବିକାଶ ରେ ସମସ୍ତଙ୍କ ଭାଗିଦାରୀ ରହିଛି ଖାସ କରି କୃଷକ ସମାଜର । କୃଷକ ମାନଙ୍କ ସମସ୍ୟା ସମ୍ପର୍କରେ ସେ ପଚାରି ବୁଝିଥିଲେ । ମୋଦି ସରକାରଙ୍କ ବିଭିନ୍ନ କୃଷି ଭିତ୍ତିକ ଯୋଜନା ଯଥା କିସାନ ସମ୍ମାନ ଯୋଜନା, ଫସଲ ବୀମା ଯୋଜନା ଆଦି ବିଷୟ ରେ ପଚାରି ବୁଝିଥିଲେ । ଏଥି ସହିତ କୃଷକ ମାନଙ୍କୁ ଅର୍ଗାନିକ ଫାର୍ମିଙ୍ଗ ବା ଜୈବିକ କୃଷି କରିବା ପାଇଁ ପରାମର୍ଷ ଦେଇଥିଲେ ରାଜ୍ୟପାଳ । ଏଭଳି ନାନାବିଧ ସମସ୍ୟାର ସମାଧାନ ନିମନ୍ତେ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.