ETV Bharat / state

ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସଚେତ-ପରମ୍ପରା ଯୋଡିଙ୍କ ସଂଗୀତରେ ଝୁମିଲେ ଦର୍ଶକ - ଗୋପାଳପୁର ବେଳାଭୂମି ମହୋତ୍ସବ

Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା । ମହୋତ୍ସବରେ ଧୁମ ମଚାଇଥିଲେ କଣ୍ଠଶିଳ୍ପୀ ଯୋଡ଼ି ସଚେତ ଓ ପରମ୍ପରା । ଅଧିକ ପଢ଼ନ୍ତୁ

ଗୋପାଳପୁର ବେଳାଭୂମି ମହୋତ୍ସବ
ଗୋପାଳପୁର ବେଳାଭୂମି ମହୋତ୍ସବ
author img

By ETV Bharat Odisha Team

Published : Jan 27, 2024, 9:01 PM IST

ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ରହିଥିଲା ବେଶ ଆକର୍ଷଣୀୟ । ବିଳମ୍ୱିତ ରାତି ପର୍ଯ୍ୟନ୍ତ ମହୋତ୍ସବରେ ଧୁମ ମଚାଇଥିଲେ କଣ୍ଠଶିଳ୍ପୀ ଯୋଡ଼ି ସଚେତ ଓ ପରମ୍ପରା । ଏହାସହ ଓଡ଼ିଆ କଣ୍ଠଶିଳ୍ପୀ ସ୍ବୟଂ ପାଢ଼ୀ ଓ ଦୀପ୍ତିରେଖା ପାଢ଼ୀ ମଧ୍ୟ ଗୀତ ଗାଇ ଦର୍ଶକଙ୍କ ମନମୁଗ୍ଧ କରିଥିଲେ । ମହୋତ୍ସବର ସଂନ୍ଧ୍ୟା ଆନୁଷ୍ଠାନିକ ଭାବରେ ଉଦଘାଟନ ହେବା ପରେ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ ।

ତେବେ ବିଶେଷ କରି ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭବାନୀପାଟଣାରୁ ଆସିଥିବା କଳାକାରଙ୍କ ଦ୍ବାରା ଘୁମୁରା ନୃତ୍ୟ, କାଳୀ ନୃତ୍ୟ ସହ ଆଧୁନିକ ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିବା ବେଳେ ଏହାରି ମଧ୍ୟରେ ମଞ୍ଚ ଉପରେ ଓଡ଼ିଆ କଣ୍ଠଶିଳ୍ପୀ ସ୍ବୟଂ ପାଢ଼ୀ ଓ ଦୀପ୍ତିରେଖା ପାଢ଼ୀ ବହୁ ଓଡ଼ିଆ ଗୀତ ଗାଇ ଦର୍ଶକଙ୍କୁ ଝୁମାଇଥିଲେ । ଆଉ ଶେଷରେ ମଞ୍ଚକୁ ଆସି ଶୀତୁଆ ରାତିକୁ ଆହୁରି ରଙ୍ଗୀନ କରିଥିଲେ ସୁନାମ ଧନ୍ୟ ବଲିଉଡ଼ କଣ୍ଠଶିଳ୍ପୀ ସଚେତ ଓ ପରମ୍ପରା ଯୋଡ଼ି । ମଞ୍ଚରେ ଏହି ଯୋଡି ବଲିଉଡର ବହୁ ସୁପରହିଟ ସଂଗୀତ ଗାଇବା ସହିତ ନୃତ୍ୟ ପରିବେଷଣ ବେଶ ଆକର୍ଷଣୀୟ ରହିଥିଲା । ମଞ୍ଚ ଉପରେ ସଚେତ-ପରମ୍ପରା ଯୋଡିଙ୍କ ସଂଗୀତ ସହ ନୃତ୍ୟକୁ ନେଇ ଉପସ୍ଥିତ ହଜାର ହଜାର ଦର୍ଶକ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଝୁମିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ଚାଲିଛି ଗୋପାଳପୁର ବେଳାଭୂମି ମହୋତ୍ସବ, ସନମପୁରୀଙ୍କ ଗୀତରେ ଝୁମିଲେ ଦର୍ଶକ

ସେପଟେ ଗୋପାଳପୁର ବେଳାଭୂମି ମହୋତ୍ସବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପଲ୍ଲୀଶ୍ରୀ ମେଳା ଏବଂ ରାମଦୋଲିର ମଜ୍ଜାକୁ ନେଇ ଦୁଲୁକୁଛୁ ଗୋପାଳପୁର ବେଳାଭୂମି । ଯାହାର ଭରପୁର ମଜ୍ଜା ଉଠାଉଛନ୍ତି ଜନସାଧାରଣ । ଆଜି ମହୋତ୍ସବର ତୃତୀୟ ସଂନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ପାଲଟିବେ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଓ ଶିଳ୍ପା ରାଓ । ଚଳିତବର୍ଷ ଆୟୋଜିତ ହୋଇଥିବା ଏହି ମହୋତ୍ସବ ଚାରି ଦିନ ଧରି ଆୟୋଜିତ ହେବାକୁ ରହିଥିବା ବେଳେ ୨୮ ତାରିଖରେ ଏହା ଉଦଯାପିତ ହେବ ।

ତେବେ ଦ୍ୱିତୀୟ ସଂନ୍ଧ୍ୟାରେ ମଞ୍ଚାସୀନ ଅତିଥି ଭାବରେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ ପଣ୍ଡା , ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସୋରଡା ବିଧାଯକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.