ETV Bharat / state

ରାଜଧାନୀରେ ପୁଣି ଲାଇନ୍‌ଚ୍ୟୁତ ହେଲା ମାଲଗାଡି; ଏକାଧିକ ଟ୍ରେନ୍ ବାତିଲ, ୬ଟି ଟ୍ରେନର ଯାତାୟତ ସମୟ ବଦଳିଲା, 3 ଦିନରେ 2ୟ ଘଟଣା - GOODS TRAIN DERAIL IN BHUBANESWAR

author img

By ETV Bharat Odisha Team

Published : Jul 29, 2024, 8:49 AM IST

Updated : Jul 29, 2024, 9:13 AM IST

Goods train derailed at Mancheswar rail yard: ପୁଣି ରାଜଧାନୀରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ । ରେଳ ଚଳାଚଳ ପ୍ରଭାବିତ । ଏକାଧିକ ଟ୍ରେନ ବାତିଲ । ଅଧିକ ପଢନ୍ତୁ

ରାଜଧାନୀରେ ପୁଣି ଲାଇନ୍‌ଚ୍ୟୁତ ହେଲା ମାଲଗାଡି, ରେଳ ଚଳାଚଳ ପ୍ରଭାବିତ
ରାଜଧାନୀରେ ପୁଣି ଲାଇନ୍‌ଚ୍ୟୁତ ହେଲା ମାଲଗାଡି, ରେଳ ଚଳାଚଳ ପ୍ରଭାବିତ (ETV Bharat Odisha)

ଭୁବନେଶ୍ବର: ପୁଣି ରାଜଧାନୀରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ଗତକାଲି ମଧ୍ୟରାତ୍ରିରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ରାତି ପ୍ରାୟ ୧ଟା ୩୫ ମିନିଟରେ ଏହି ଅଘଟଣ ଘଟିଥିବା ରେଲବାଇ ପକ୍ଷରୁ ସୂଚନା ଦିଆଯାଇଛି । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଓ ଟ୍ରାକ ମରାମତି କାର୍ଯ୍ୟ ଚାଲିଛି । ବର୍ତ୍ତମାନ ଉଭୟ ଡାଉନ୍ ଓ ଅପ୍‌ ଲାଇନ୍‌ରେ ପୁଣି ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ୨ଟି ଟ୍ରେନ୍‌ ବାତିଲ ଓ ୬ଟି ଟ୍ରେନ୍‌ର ଯାତାୟତ ସମୟରେ ପରିବର୍ତ୍ତନ କରିବାକୁ ପଡିଛି । ଆଜି ପାଇଁ ପଲାସା-କଟକ ଓ ପୁରୀ-କଟକ ପାସେଞ୍ଜର ଟ୍ରେନ ବାତିଲ ହୋଇଛି ।

ପୁଣି ରାଜଧାନୀରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ
ପୁଣି ରାଜଧାନୀରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ (ETV Bharat Odisha)

ନିକଟରେ ଲାଇନଚ୍ୟୁତ ହୋଇଥିଲା ଏକ ମାଲଗାଡି:-
3 ଦିନ ପୂର୍ବରୁ ଭୁବନେଶ୍ବର ଷ୍ଟେସନଠାରୁ ମାତ୍ର ୫ଶହ ମିଟର ଦୂରରେ ଏକ ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଥିଲା । ଟ୍ରେନର ୨ଟି ୱାଗନ ସମ୍ପୂର୍ଣ ଭାବରେ ଲାଇନ୍‌ଚ୍ୟୁତ ହୋଇଥିଲା । ରେଳବାଇ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା । ଏପରିକି ଲିଙ୍ଗରାଜ ଷ୍ଟେସନ ନିକଟରେ ଗୋଟିଏ ଲାଇନରେ ୪ଟି ଟ୍ରେନ ଚାଲି ଆସିଥିଲା । ତେବେ ଏହାକୁ ଟେକ୍ନିକାଲ ଏରର ବୋଲି କହିଥିଲା ରେଳ ବିଭାଗ । ତେବେ ଏଭଳି ଘଟଣା ଆଜି ନୁହେଁ ଏଭଳି ଘଟଣା ବାରମ୍ବାର ଘଟୁଥିବା ନଜରକୁ ଆସୁଛି । କେଉଁଠି ଟ୍ରେନ ଲାଇନ୍‌ଚ୍ୟୁତ ହେଲାଣି ତ ଆଉ କେଉଁଠି ଗୋଟିଏ ଲାଇନରେ ଦୁଇରୁ ଅଧିକ ଟ୍ରେନ ଆସିଗଲାଣି । କେତେବେଳେ ବଗି ଛାଡି ଇଞ୍ଜିନ ପଳାଇଯିବାର ନଜିର ମଧ୍ୟ ରହିଛି । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:- ଭୁବନେଶ୍ବରରେ ଷ୍ଟେସନ ନିକଟରେ ଅଘଟଣ; ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ପ୍ରଭାବିତ - Goods train derail

ମୌସୁମୀ ସମୟରେ ଆଲର୍ଟ ରେଳ ବିଭାଗ:-
ସୂଚନା ଅନୁଯାୟୀ, ମୌସୁମୀ ସମୟରେ ସାଙ୍କେତିକ ପ୍ରଣାଳୀ ସଠିକ ଭାବରେ କାର୍ଯ୍ୟକାରିତା ଉପରେ ତୀକ୍ଷ୍ମ ନଜର ରଖାଯିବ । ଦୈନିକ ଭାବରେ ରେଳ ବ୍ରିଜ୍ ଏବଂ ଟ୍ରାକକୁ ଯାଞ୍ଚ କରାଯିବ । ନିୟମିତ ରକ୍ଷଣାବେକ୍ଷଣ ସହିତ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ, ସାଙ୍କେତିକ ପ୍ରଣାଳୀରେ ସଠିକ୍ ଭାବରେ କାର୍ଯ୍ୟକାରିତା ସୁନିଶ୍ଚିତ କରାଯିବ । ୟାର୍ଡ ଡ୍ରେନ୍ ସଫା କରିବା ଦ୍ୱାରା ୟାର୍ଡରେ ଡ୍ରେନେଜ୍ ବ୍ୟବସ୍ଥା ଉନ୍ନତି ଆଣିବା, ଟ୍ରାକ୍ ସର୍କିଟ୍ ବିଫଳତା ପାଇଁ ଚିହ୍ନିତ ଅସୁରକ୍ଷିତ ସ୍ଥାନଗୁଡିକରେ ନଜର ରଖିବା, ପଏଣ୍ଟ ଏବଂ ଟ୍ରାକ୍ ସର୍କିଟର ଟ୍ରାକ୍ ଏବଂ ସିଗନାଲ୍ ଅଧିକାରୀଙ୍କ ଦ୍ୱାରା ମିଳିତ ଯାଞ୍ଚ କରାଯିବା ଆଦି ପ୍ରକ୍ରିୟା ଏବେ ରେଳବାଇ ଫୋକସରେ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 29, 2024, 9:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.