ETV Bharat / state

ଗୋଲମୁଣ୍ଡା ବିଡିଓଙ୍କୁ 23 ଘଣ୍ଟା ମାରାଥନ ଜେରା: ଖୋଲୁଛି ସମ୍ପତ୍ତିର ଗୁମର, ଲାଞ୍ଚ ନେଇ ଫସିଥିଲେ ମ୍ୟାଡାମ - Vigilance Arrests Golamunda BDO

author img

By ETV Bharat Odisha Team

Published : Aug 2, 2024, 12:29 PM IST

Updated : Aug 2, 2024, 10:24 PM IST

Vigilance Arrests Golamunda BDO: ଲାଞ୍ଚ ନେଇ ଗିରଫ ହେଲେ ଗୋଲମୁଣ୍ଡା BDO ଅକ୍ଷମିତା କାର୍ତ୍ତିକ । 18 ଘଣ୍ଟା ଜେରା ପରେ ବାନ୍ଧିଲା ଭିଜିଲାନ୍ସ । ଗତକାଲି ସରକାରୀ ଗାଡିରୁ ଜବତ ହୋଇଥିଲା ଲକ୍ଷାଧିକ ଟଙ୍କା । ତେବେ 23 ଘଣ୍ଟା ଧରି ଜେରା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି ।

GOLAMUNDA BDO
GOLAMUNDA BDO (ETV BHARAT ODISHA)

ଭବାନୀପାଟଣା: ମହଙ୍ଗା ପଡିଲା ଲାଞ୍ଚ କାରବାର । ଲାଞ୍ଚ ନେଇ ଫସିଲେ BDO । ଗୋଲମୁଣ୍ଡା BDO ଅକ୍ଷମିତା କାର୍ତ୍ତିକଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ । ବିଡ଼ିଓ ବ୍ୟବହାର କରୁଥିବା ସରକାରୀ ଗାଡିରୁ ଗତକାଲି ଜବତ ହୋଇଥିଲା ନଗଦ 4 ଲକ୍ଷ 92 ହଜାର ଟଙ୍କା । ଏତେ ଟଙ୍କା ମ୍ୟାଡାମ କେଉଁଠୁ ଆଣିଲେ ସେନେଇ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ପରେ ତାଙ୍କୁ 23 ଘଣ୍ଟା ଧରି ଜେରା କରିଥିଲା ଭିଜିଲାନ୍ସ । ତଥାପି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ବିଡିଓ ।

GOLAMUNDA BDO (ETV BHARAT ODISHA)

ଭିଜିଲାନ୍ସ ହାତରେ ଲାଞ୍ଚୁଆ ବିଡିଓ:

ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ ଗତକାଲି ଲାଞ୍ଚ ଟଙ୍କା ନେଇ ଭବାନୀପାଟଣାରୁ ଗୋଲମୁଣ୍ଡା ଯାଉଥିବା ବେଳେ ଜୁନାଗଡ ଥାନା ଜାରିଂ ନିକଟରେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ସମୟରେ ତାଙ୍କ ଗାଡିରୁ 4 ଲକ୍ଷ 92 ହଜାର ଟଙ୍କା ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହା ପରେ ମ୍ୟାଡାମଙ୍କୁ ଜେରା କରାଯାଇଥିଲା । ଦୀର୍ଘ 23 ଘଣ୍ଟା ଧରି ଲାଞ୍ଚୁଆ ବିଡ଼ିଓଙ୍କୁ ଜେରା କରିଥିଲା ଭିଜିଲାନ୍ସ ବିଭାଗ । ଏହି ସମୟରେ ଅନେକ ତଥ୍ୟ ଭିଜିଲାନ୍ସ ବିଭାଗ ହାତରେ ଲାଗିଥିବା ନେଇ ସୂଚନା । ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ ଓ ରାୟଗଡା ଜିଲ୍ଲାରେ ନିଯୁକ୍ତ ଥିବା ସମୟରେ ଅନେକ ବିଭାଗୀୟ ଜାଲିଆତିରେ ସାମିଲ ହୋଇ କୋଟି କୋଟି ଟଙ୍କା ଲୁଟ କରିଥିବା ସୂଚନା ପାଇଛି ଭିଜିଲାନ୍ସ ।

ଗୋଲମୁଣ୍ଡା ବିଡିଓଙ୍କୁ ଜେରା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ସରକାରୀ ଗାଡିକୁ କରିଥିଲେ ଲାଞ୍ଚ ସଂଗ୍ରହ ଯାନ: ଭିଜିଲାନ୍ସ ହାବୁଡରେ ଗୋଲମୁଣ୍ଡା ବିଡିଓ, ରଙ୍ଗବୋଳା ଟଙ୍କା ନେଇ ଫସିଲେ କିରାଣୀ - Odisha Vigilance Raid

ଏକାଧିକ ସ୍ଥାନରେ ଚଢାଉ: ଭିଜିଲାନ୍ସ ହାତରେ ବିଡି଼ଓ ଧରାପଡିବା ପରେ ତାଙ୍କର ଏକାଧିକ ଠିକଣା ସ୍ଥାନରେ ଚଢାଉ କରାଯାଇଥିଲା । କୋରାପୁଟରେ ଥିବା ପୈତୃକ ବାସଭବନ, ରାୟଗଡ଼ରେ ଥିବା ସ୍ଵାମୀଙ୍କ ଘର, ଗୋଲାମୁଣ୍ଡା ସରକାରୀ ବାସଭବନ ଓ ଭୁବନେଶ୍ୱରରେ ଥିବା ପ୍ଲାଟରେ ଚଢାଉ କରାଯାଇଥିଲା । ମ୍ୟାଡାମଙ୍କ ସମ୍ପତ୍ତି ପରିମାଣ କେତେ ତାହା ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

କୋର୍ଟଚାଲାଣ ହେଲେ ବିଡିଓ:

ଦୀର୍ଘ ୨୩ ଘଣ୍ଟା ଧରି ଲାଞ୍ଚୁଆ ବିଡ଼ିଓଙ୍କୁ ଜେରା କରିବା ପରେ କୋର୍ଟ ଚାଲାଣ କଲା ଭିଜିଲାନ୍ସ । ଅନେକ ତଥ୍ୟ ଭିଜିଲାନ୍ସ ବିଭାଗ ହାତରେ ଲାଗିଥିବା ନେଇ ସୂଚନା। ପୂର୍ବରୁ ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ନିଯୁକ୍ତ ଥିବା ସମୟରେ ମଧ୍ୟ ଅନେକ ବିଭାଗୀୟ ଜାଲିଆତିରେ ସାମିଲ ହୋଇ କୋଟି କୋଟି ଟଙ୍କା ଲୁଟ କରିଥିବା ସୂଚନା ପାଇଛି ଭିଜିଲାନ୍ସ ବିଭାଗ । ତେବେ ବିଡ଼ିଓ ଏତେ ଟଙ୍କା କେଉଁଠୁ ଆଣିଲେ ସେନେଇ ଭିଜିଲାନ୍ସକୁ ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ବିଡ଼ିଓଙ୍କ ଗୋଲାମୁଣ୍ଡା ଠାରେ ଥିବା କାର୍ଯ୍ୟାଳୟ ସରକାରୀ ବାସଭବନ, କୋରାପୁଟରେ ଥିବା ପୈତୃକ ବାସଭବନ,ଭୁବନେଶ୍ୱରରେ ଥିବା ବିକାଳପୂର୍ଣ୍ଣ ଆପର୍ଟମେଣ୍ଟ ସମେତ ରାୟଗଡ଼ାରେ ଥିବା ସ୍ବାମୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢାଉ କରିଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଗଚ୍ଛିତ ରହିଥିବା ସହ ବର୍ତ୍ତମାନ ନବରଙ୍ଗପୁରରେ ଏକ ବିଶାଳ କୋଠା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଜଣାପଡିଛି । କୋରାପୁଟରେ ତାଙ୍କର ଅନ୍ୟ ଏକ ଘରେ ମଧ୍ୟ ଆଜି ସନ୍ଧ୍ୟାରୁ ଚଢାଉ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । ସେପଟେ ଜଣକ ଠାରୁ ନୁହେଁ ବରଂ ୪ରୁ୫ ଜଣକ ଠାରୁ ଏହି ଟଙ୍କା ସେ ନେଇକି ଯାଉଥିବା ନେଇ କୋରାପୁଟ ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ ଦ୍ବିବେଦୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Aug 2, 2024, 10:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.