ETV Bharat / state

ବଢ଼ୁଛି ଶୀତ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ, ୭ ଦିନରେ ୭ ରଙ୍ଗ - GHODALAGI BESHA RITUAL

ଶୀତ ଦାଉରୁ ରକ୍ଷା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୀତ ବସ୍ତ୍ର ପରିଧାନ । ଶ୍ରୀମନ୍ଦିରରେ ଘୋଡଲାଗି ନୀତି ବା ଓଢ଼ଣ ଷଷ୍ଠୀ ପର୍ବ ।

GHODALAGI RITUAL IN SRIMANDIR
GHODALAGI RITUAL IN SRIMANDIR (ETV Bharat Odisha)
author img

By ETV Bharat Odisha Team

Published : Dec 7, 2024, 1:02 PM IST

ପୁରୀ: ଆଜି ମାର୍ଗଶୀର ଶୁକ୍ଳ ପକ୍ଷ ଷଷ୍ଠୀ ତିଥି । ଶ୍ରୀମନ୍ଦିରରେ ଘୋଡ଼ଲାଗି ନୀତି ବା ଓଢଣ ଷଷ୍ଠୀ ପର୍ବ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରନ୍ତି ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବାୟତମାନେ ମହାପ୍ରଭୁଙ୍କ ଏହି ଘୋଡ ବା ଶୀତବସ୍ତ୍ର ବେଶ୍ ନିଷ୍ଠାର ସହ ପ୍ରସ୍ତୁତ କରିଛନ୍ତି । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଘୋଡ଼ଲାଗି ଅବସରରେ ଶ୍ରୀଜୀଉମାନେ ବିଭିନ୍ନ ବାରରେ ବିଭିନ୍ନ ରଙ୍ଗର ଘୋଡ ପରିଧାନ କରିଥାନ୍ତି ।

ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ :

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶ କହିଛନ୍ତି," ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜୀଉ । ଓଢ଼ଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ସହ ମଇଲମ ସରିବା ପରେ ଠାକୁରମାନଙ୍କୁ ପାଗ ଓ ଘୋଡ଼ ଲାଗି କରାଯିବା ପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥାଏ । ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା ମଧ୍ୟ କରାଯାଇଥାଏ । ବିଭିନ୍ନ ବାର ଅନୁସାରେ ଶ୍ରୀଜୀଉମାନେ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ତେଣୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବାୟତ ବେଶ୍ ନିଷ୍ଠା ଓ ଭକ୍ତିର ସହ ମହାପ୍ରଭୁଙ୍କ ଏହି ଘୋଡ ବା ଶୀତବସ୍ତ୍ର ପ୍ରସ୍ତୁତ କରିଛନ୍ତି ।

GHODALAGI RITUAL IN SRIMANDIR (ETV Bharat Odisha)

କେଉଁ ଦିନ କେଉଁ ରଙ୍ଗର ଘୋଡ଼ ପରିଧାନ କରନ୍ତି ମହାପ୍ରଭୁ ?

ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶ କହିଛନ୍ତି," ଏଥିରେ ୨୨ ହାତିଆ ସୂତା ପୁଟା, ପତନୀ ଓ ଗୀତଗୋବିନ୍ଦ ପାଟରେ ଠାକୁରଙ୍କ ନୂତନ ଶୀତବସ୍ତ୍ର ସହ ଘୋଡ ଲାଗି ବେଶ ପାଇଁ ଖଟ ପାଛୁଡି, ତୂଳିପଟା, ଥୋଡ ପାହାଡିଆ, ଫୁଲଛେଦା ଆଦି ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦରଜୀ ସେବାୟତ ମାନେ ଜିମା ଦେଇଛନ୍ତି । ପରେ ଶ୍ରୀଜିଉମାନେ ଏହି ଶୀତବସ୍ତ୍ର ପରିଧାନ କରିଥାନ୍ତି । ଏହାସହ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ପାର୍ଶ୍ଵ ଦେବାଦେବୀ ମଦନମୋହନ, ସୁଦର୍ଶନ, ଗରୁଡ, ପତିତପାବନ, ଗୁଣ୍ଡିଚା ମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷିଣକାଳୀ ଓ କାକୁଡିଖାଇ ଠାକୁରାଣୀ ମଧ୍ୟ ଶୀତବସ୍ତ୍ର ପରିଧାନ କରିଥାନ୍ତି । ଆଜି ଶନିବାର ଓଢଣ ଷଷ୍ଠୀ ଅବସରରେ ମହାପ୍ରଭୁ କଳା, ରବିବାର ଲାଲ୍, ସୋମବାର କଳାଛିଟା ମିଶା ଶୁକ୍ଳ ରଙ୍ଗ, ମଙ୍ଗଳବାରରେ ବାରପଟିଆ ବା ପଞ୍ଚରଙ୍ଗ, ବୁଧବାରରେ ନୀଳରଙ୍ଗ, ଗୁରୁବାରରେ ହଳଦିଆ ରଙ୍ଗ, ଶୁକ୍ରବାର ଦିନ ଧଳା ରଙ୍ଗ ଘୋଡ ପରିଧାନ କରିଥାନ୍ତି ।

ସପ୍ତାହରେ ୭ ରଙ୍ଗର ଘୋଡ଼ ?

  • ରବିବାର - ଲାଲ ରଙ୍ଗ
  • ସୋମବାର - କଳା ଛିଟା ମିଶା ଶୁକ୍ଳ ରଙ୍ଗ
  • ମଙ୍ଗଳବାର - ବାରପଟିଆ ବା ପଞ୍ଚରଙ୍ଗ
  • ବୁଧବାର - ନୀଳରଙ୍ଗ
  • ଗୁରୁବାର - ହଳଦିଆ ରଙ୍ଗ
  • ଶୁକ୍ରବାର - ଧଳା ରଙ୍ଗ
  • ଶନିବାର - କଳା ରଙ୍ଗ
GHODALAGI RITUAL IN SRIMANDIR
GHODALAGI RITUAL IN SRIMANDIR (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ... ଆଜି ବନକଲାଗି ନୀତି, ଶ୍ରୀମନ୍ଦିରରେ 4 ଘଣ୍ଟା ପାଇଁ ଦର୍ଶନ ବନ୍ଦ

ଏହା ମଧ୍ୟ ପଢନ୍ତୁ ...ପ୍ରଥମା ଅଷ୍ଟମୀରେ ମହାପ୍ରଭୁଙ୍କ ପୋଢୁଆଁ ନୀତି, ପହଞ୍ଚିଲା ମାମୁଁ ଘର ଭାର

ଏହା ମଧ୍ୟ ପଢନ୍ତୁ ...ଝଲସିବ ଶ୍ରୀମନ୍ଦିର, ଗୁମୁଟ ଦ୍ୱାରରୁ ନେଇ ରତ୍ନ ପଲଙ୍କ ହେବ ରୂପା ଛାଉଣୀ

ପ୍ରାବରଣ ଯାତ୍ରା କ'ଣ ?

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳା କ୍ରମରେ ଶ୍ରୀଜୀଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥିାନ୍ତି । ଏହି ଲୀଳାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ । ଏହି ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଲାଭ ମିଳିଥାଏ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ରଖିଛନ୍ତି । ପରମ୍ପରା ଅନୁଯାୟୀ ସରସ୍ବତୀ ପୂଜା ପୂର୍ବଦିନ ପର୍ଯ୍ୟନ୍ତ ଠାକୁର ମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି । ଓଢ଼ଣ ଷଷ୍ଠୀଠାରୁ ଶୀତର ପ୍ରକୋପ ବଢ଼ିଥାଏ ବୋଲି ବିଶ୍ୱାସ ଥିବାରୁ ମହାପ୍ରଭୁଙ୍କୁ ଘୋଡ ଲାଗି କରାଯାଇଥାଏ ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.