ETV Bharat / state

ରଘୁନାଥପାଲ୍ଲୀରେ ମାଳ ମାଳ ସମସ୍ୟା, ବିଧାୟକ ଉପରେ ଅସନ୍ତୁଷ୍ଟ ଜନତା - general election 2024 - GENERAL ELECTION 2024

Water Problem in Raghunathapali: ନିର୍ବାଚନ ପୂର୍ବରୁ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ କାର୍ଯ୍ୟକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ବିଧାୟକ ଜନତାଙ୍କୁ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Water Problem
Water Problem
author img

By ETV Bharat Odisha Team

Published : Apr 1, 2024, 10:31 AM IST

Updated : Apr 1, 2024, 11:35 AM IST

Water Problem

ରାଉରକେଲା: ସାଧାରଣ ନିର୍ବାଚନକୁ ନେଇ ସରଗରମ ସୁନ୍ଦରଗଡ ରାଜନୀତି । ମାଳ ମାଳ ପ୍ରତିଶ୍ରୁତି ନେଇ ଜନତାଙ୍କ ପାଖକୁ ଯାଉଛନ୍ତି ନେତା । ହେଲେ ନିର୍ବାଚନ ପୂର୍ବରୁ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ କାର୍ଯ୍ୟକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ବିଧାୟକ ଜନତାଙ୍କୁ ଅବହେଳା କରୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବାସିନ୍ଦା ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରଘୁନାଥପାଲ୍ଲୀ ସେକ୍ଟର ୧୬ ପିଏଚ କଲୋନୀ ବସ୍ତିରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି । କିନ୍ତୁ ଏଠାକାର ବାସିନ୍ଦା ଆଜିବି ମୌଳିକ ସୁବିଧାରୁ ବଞ୍ଚିତ । ଏଠାକୁ ନେତା ଆସନ୍ତି ଏବଂ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ପ୍ରତିଶ୍ରୁତି ପାଣିର ଗାର ସଦୃଶ । ତେବେ ନିର୍ବାଚନକୁ ନେଇ କଣ ରହିଛି ଭୋଟରଙ୍କ ମୁଡ୍‌ ଏନେଇ ପରଖିଲା ଇଟିଭି ଭାରତ । ପାଣି ସମସ୍ୟା ଠାରୁ ଆରମ୍ଭ କରି ରାସ୍ତା ସମସ୍ୟା, ଡ୍ରେନେଜ ସମସ୍ୟା ଓ ବେକାରୀ ପରି ଅନେକ ସମସ୍ୟା ରହିଛି ଏହି ଅଞ୍ଚଳରେ । ବସ୍ତିରେ ଆଜିବି ପିଇବା ପାଣି ପାଇଁ ହନ୍ତସନ୍ତ ସାଧାରଣ ଲୋକେ । ଗ୍ରୀଷ୍ମ ଋତୁ ଆରମ୍ଭରୁ ଦେଖାଦେଲାଣି ଜଳକଷ୍ଟ । ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଲେଣି ସ୍ଥାନୀୟ ବାସିନ୍ଦା । ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଆଜିବି ଲୋକଙ୍କ ପାଖରେ ଅପହଞ୍ଚ । ପାଣି ପାଇଁ ନାହିଁ ନଥିବା ଅବସ୍ଥାରେ ପହଞ୍ଚିଛନ୍ତି ବସ୍ତି ବାସିନ୍ଦା । ପାଇପ ଲାଗିଛି କନେକ୍ସନ ହୋଇଛି କିନ୍ତୁ ପାଣି ଆସିବାର ନାଁ ନାହିଁ । ଏଥି ସହ ଡ୍ରେନେଜ ସମସ୍ୟା ମଧ୍ୟ ବ୍ୟାପକ ରହିଛି ।

ଏହା ମଧ୍ୟ ପଢନ୍ତୁ-ଜଳକଷ୍ଟରେ ଜର୍ଜରିତ ଗ୍ରାମବାସୀ; ଷ୍ଟାଣ୍ଡପୋଷ୍ଟ ଲାଗିଛି, ହେଲେ ପାଣି ଆସୁନି

ସବୁଠାରୁ ବଡ଼ କଥା ଏଠାରେ ଲୋକଙ୍କ ପାଇଁ ଶୌଚାଳୟ ଖଣ୍ଡିଏ ବି ନାହିଁ । ପୁରୁଷ ଏବଂ ମହିଳା ଆଜି ମଧ୍ୟ ଖୋଲାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି । ଏନେଇ ସ୍ଥାନୀୟ ନେତା ଏବଂ ପ୍ରଶାସନଙ୍କୁ କହିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯେଉଁଠାରେ ରାଜ୍ୟ ସରକାର ଲୋକଙ୍କୁ ଜାଗା ମିଶନରେ ଜାଗା ପାଇଁ ପଟ୍ଟା ପ୍ରଦାନ କରିଛନ୍ତି ସେତେବେଳେ ମଧ୍ୟ ଏହି ହରିଜନ ବସ୍ତିରୁ ଗୋଟିଏ ଲୋକଙ୍କୁ ହେଲେ ମଧ୍ୟ ସର୍ଭେରେ ସାମିଲ କରାଯାଇନାହିଁ । ଏହି ଚାଷୀ ବହୁଳ ଅଞ୍ଚଳ ଏବଂ ଶିଳ୍ପାଞ୍ଚଳ ରଘୁନାଥପାଲ୍ଲୀ ମଣ୍ଡଳୀରେ ଆଜିବି ବେକାରୀ ସମସ୍ୟା ରହିଛି । ବିଧାୟକ ଆଜି ପର୍ଯ୍ୟନ୍ତ କେବେ ବେରୋଜଗାର ବା ସାଧାରଣ ଲୋକଙ୍କ ଅସୁବିଧାକୁ ନେଇ ଅଞ୍ଚଳରେ କେବେ କେଉଁଠି ମୁହଁ ଖୋଲି ନାହାନ୍ତି ନିଜ ଅଞ୍ଚଳ ଛାଡି କେବଳ ଭୁବନେଶ୍ୱରରେ ରୁହନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଗୋଟିଏ ପକ୍ଷରେ ରାଜ୍ୟ ସରକାର ଉନ୍ନତିର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପକ୍ଷରେ ଏହାର ଅସଲ ଚିତ୍ର ସବୁଠାରୁ ଭିନ୍ନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 1, 2024, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.