ETV Bharat / state

ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ, ଭୋଟ ଗଣତି ପାଇଁ ପ୍ରସ୍ତୁତ ବାଲେଶ୍ବର ଜିଲ୍ଲା ପ୍ରଶାସନ - Preparations For Vote Counting

author img

By ETV Bharat Odisha Team

Published : Jun 3, 2024, 6:38 PM IST

Extensive Preparations For Vote Counting: କାଲି ହେବ ଭୋଟ ଗଣତି । ଏନେଇ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

ଭୋଟ ଗଣତି ପାଇଁ ପ୍ରସ୍ତୁତ ବାଲେଶ୍ବର ଜିଲ୍ଲା ପ୍ରଶାସନ
ଭୋଟ ଗଣତି ପାଇଁ ପ୍ରସ୍ତୁତ ବାଲେଶ୍ବର ଜିଲ୍ଲା ପ୍ରଶାସନ (ETV Bharat Odisha)

ବାଲେଶ୍ବର: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ 1 ତାରିଖ ହୋଇଥିବା ବେଳେ ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ଲକ ହୋଇ ରହିଛି । କାହା ଭାଗ୍ୟରେ ସୁନା କଳସ ରହିଛି ତାହା ଆସନ୍ତାକିଲ ଅର୍ଥାତ 4 ତାରିଖ ଗଣତି ପରେ ହିଁ ସ୍ପଷ୍ଟ ହେବ । ତେବେ ଗଣତି ପ୍ରକ୍ରିୟାକୁ ସୁରଖୁରୁରେ ପରିଚାଳନା କରିବା ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଚାରୋଟି ସ୍ଥାନରେ ଗଣତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ।

ତେବେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲୋକସଭା ପାଇଁ ଗଣତି ହେବା ସହ ବାଲେଶ୍ବର ସଦର, ରେମୁଣା ଏବଂ ବସ୍ତା ନିର୍ବାଚନ ମଣ୍ଡଳୀ ପାଇଁ ଗଣତି ହେବ । ସେହିପରି ରେମୁଣା ଡିଗ୍ରୀ କଲେଜରେ ସୋର ଏବଂ ସିମୁଳିଆ ନିର୍ବାଚନ ମଣ୍ଡଳୀ ପାଇଁ ଗଣତି ହେବ । ଏହାସହ ସରକାରୀ ଆଇଟିଆଇରେ ଜଳେଶ୍ୱର, ଭୋଗରାଇ ପାଇଁ ଗଣତି ହେବ ଏବଂ ନୀଳଗିରି ଠାରେ ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ ଗଣତି ପ୍ରକ୍ରିୟା ହେବ । ସେହିପରି ଗଣତି କାର୍ଯ୍ୟ ସୁଚାରୁ ରୁପେ ପରିଚାଳନା ପାଇଁ ଟେବୁଲ ବ୍ୟବସ୍ଥା କରାଯାଇଛି । ସକାଳ 8ଟାରୁ ଗଣତି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଏବଂ ପରେ ଇଭିଏମ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।

ନିର୍ବାଚନ ମଣ୍ଡଳୀ ଅନୁସାରେ ଟେବୁଲର ବ୍ୟବସ୍ଥା ହୋଇଥିବା ବେଳେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଗଣତି ପାଇଁ 4ଟି ପୋଷ୍ଟାଲ ବାଲାଟ ଟେବୁଲ, 12ଟି ଲୋକସଭା ଗଣତି ଟେବୁଲ ଏବଂ 12ଟି ବିଧାନସଭା ଗଣତି ଟେବୁଲ କରାଯାଇଛି । ସେହିପରି ଭୋଗରାଇ ପାଇଁ 5ଟି ପୋଷ୍ଟାଲ ବାଲାଟ ଟେବୁଲ, 5ଟି ଲୋକସଭା ଟେବୁଲ ଏବଂ 5ଟି ବିଧାନସଭା ଟେବୁଲ କରାଯାଇଛି । ବସ୍ତା ପାଇଁ ମଧ୍ୟ 5ଟି ପୋଷ୍ଟାଲ ବାଲାଟ ଟେବୁଲ ସହ ଲୋକସଭା ପାଇଁ 10 ଏବଂ ବିଧାନସଭା ପାଇଁ 10ଟି ଟେବୁଲରେ ଗଣତି ହେବ । ବାଲେଶ୍ୱର ସଦର ପାଇଁ ପୋଷ୍ଟାଲ ବାଲାଟ ଟେବୁଲ 4ଟି, 12 ଟି ଲେଖାଏଁ ବିଧାନସଭା ଏବଂ ଲୋକସଭା ଟେବୁଲ କରାଯାଇଛି । ରେମୁଣା ପାଇଁ ପୋଷ୍ଟାଲ ବାଲାଟ ଟେବୁଲ 5ଟି କରାଯାଇଥିବା ବେଳେ ବିଧାନ ସଭା ଓ ଲୋକସଭା ପାଇଁ 10ଟି ଲେଖାଏଁ ଟେବୁଲ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଭୋଟ ଗଣତି ପାଇଁ ପ୍ରସ୍ତୁତି, ବୌଦ୍ଧରେ ପୋଲିସର ଫ୍ଲାଗ ମାର୍ଚ୍ଚ - Preparation For Vote Counting

ନୀଳଗିରି ପାଇଁ 5ଟି ପୋଷ୍ଟାଲ ବାଲାଟ ଟେବୁଲ କରାଯାଇଥିବା ବେଳେ ବିଧାନସଭା 13 ଏବଂ ଲୋକସଭା ଗଣତି ପାଇଁ 13ଟି ଟେବୁଲ କରାଯାଇଛି । ସୋର ପାଇଁ ପୋଷ୍ଟାଲ ବାଲାଟ ଟେବୁଲ 5, ବିଧାନସଭା ଟେବୁଲ 10 ଓ ଲୋକସଭା ଟେବୁଲ 10ଟି କରାଯାଇଛି । ସିମୁଳିଆ ପାଇଁ ପୋଷ୍ଟାଲ ବାଲାଟ ଟେବୁଲ 5ଟି ଏବଂ ବିଧାନସଭା ପାଇଁ 11ଟି, ଲୋକସଭା ପାଇଁ 11ଟି ଟେବୁଲ କରାଯାଇଛି । ବିଧାନସଭା ପାଇଁ ସମୁଦାୟ 88ଟି ଏବଂ ଲୋକସଭା ପାଇଁ 88ଟି ଲୋକସଭା ପାଇଁ ଟେବୁଲ କରାଯାଇଥିବା ବେଳେ ପୋଷ୍ଟାଲ ବାଲାଟ ବାଲେଶ୍ୱର ଲୋକସଭାକୁ ମିଶାଇ 52ଟି ଟେବୁଲ କରାଯାଇଛି । ତେବେ ଆସନ୍ତାକାଲି ପ୍ରାର୍ଥୀଙ୍କ ଭାଗ୍ୟର ତାଲା ଖୋଲିବାକୁ ଯାଉଥିବା ବେଳେ ଫଳାଫଳ ପରେ କିଏ ପିନ୍ଧିବି ମୁକୁଟ ତାହା ସ୍ପଷ୍ଟ ହେବ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.