ETV Bharat / state

ଘରୋଇ ହସ୍ପିଟାଲର ପଞ୍ଜିକରଣ ପ୍ରକ୍ରିୟା ସରଳ କରିବାକୁ ଦାବି - Private Medical registration issue - PRIVATE MEDICAL REGISTRATION ISSUE

Private Medical registration issue: ଅଲ୍ ଓଡ଼ିଶା ଘରୋଇ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫରୋମର ସାଧାରଣ ବୈଠକ ଅନୁଷ୍ଠିତ । ଘରୋଇ ହସ୍ପିଟାଲଗୁଡ଼ିକର ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ଦାବି । ଅଧିକ ପଢନ୍ତୁ

ଘରୋଇ ହସ୍ପିଟାଲର ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ଦାବି

author img

By ETV Bharat Odisha Team

Published : Mar 24, 2024, 7:50 PM IST

ଘରୋଇ ହସ୍ପିଟାଲର ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ଦାବି

ଭୁବନେଶ୍ବର: ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାରଙ୍କର ନାହିଁ ପ୍ରୋତ୍ସାହନ । ଆଜି ମଧ୍ୟ ବାକି ପଡ଼ିଛି ବିଏସକେୱାଇ ଅର୍ଥ । ଏଭଳି ଅଭିଯୋଗ ଆଣିଛି ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ । ଆଜି ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ବିଭିନ୍ନ ସମସ୍ୟା ବିଷୟରେ ସରକାରଙ୍କୁ ଅବଗତ କରାଯାଇଛି । ଘରୋଇ ମେଡ଼ିକାଲଗୁଡ଼ିକର ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ଦାବି ହୋଇଛି ।

୧୯୯୨ ମସିହାର ଓଡିଶାରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଆସିବା ପରଠାରୁ ଘରୋଇ ହସ୍ପିଟାଲଗୁଡିକ ସରକାରଙ୍କର ବିଭିନ୍ନ ପରିବର୍ତ୍ତନ ନୀତି ଫଳରେ ପଞ୍ଜୀକରଣ ପାଇଁ ପ୍ରତିବର୍ଷ ଅଧ‌ିକରୁ ଅଧ‌ିକ ସମସ୍ୟାର ସମ୍ମଖୀନ ହେଉଛନ୍ତି । ତାହାର କାରଣ ହେଉଛି ସରକାରଙ୍କର ଦୂରଦୃଷ୍ଟିର ଅଭାବ ବୋଲି କହିଛି ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିଶମେଣ୍ଟ ଫୋରମ । ସେହିପରି ସଂଘ କହିଛି ଯେ, ସରକାରୀ ଡାକ୍ତରଖାନାଗୁଡିକୁ ଭାରତର ଅନ୍ୟାନ୍ୟ ରାଜ୍ୟ ପରି ଶୃଙ୍ଖଳିତ ଅଗ୍ନି ନିରାପତ୍ତା ନିୟମ ଏବଂ ପ୍ରଦୂଷଣ ନିୟମ ଅନୁସାରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଭାବରେ ପଞ୍ଜିକରଣ କରୁନାହାନ୍ତି । ପ୍ରଦୂଷଣ କିମ୍ବା ଅଗ୍ନି ନିରାପତ୍ତା ନିୟମ ଆସିଲେ ବେସରକାରୀ ଡାକ୍ତରଖାନାଗୁଡିକକୁ ଯୋଗ୍ୟ ହେବାକୁ ଅନେକ ବର୍ଷ ଲାଗୁଛି । ଏହାରି ଭିତରେ ବେସରକାରୀ ଡାକ୍ତରଖାନାରେ ଜୁଲମ୍ ସହିବାକୁ ପଡୁଛି ।

ଏହା ମଧ୍ୟ ପଢନ୍ତୁ.......ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ, ବଦଳି ଦାବି କଲେ ଗାଁଲୋକ

ଯଦି ଏହି ନିୟମରେ ସରଳୀକରଣ ଆସିପାରନ୍ତା, ତାହାଲେ ଘରୋଇ ଡାକ୍ତରଖାନାଗୁଡ଼ିକର ପଞ୍ଜୀକରଣରେ ଅନେକ ସୁବିଦ୍ଧାରେ ହୋଇପାରନ୍ତା । ସେପଟେ ଲୋକାଭିମୁଖୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ସରକାର ନିଜ ସରକାରୀ ଡାକ୍ତରଖାନା ଭିତରେ ସୀମିତ ରଖିପାରିବାର ଶକ୍ତି ରହିଛି । ତେବେ ପୁଣି ବେସରକାରୀ ଡାକ୍ତରଖାନାଗୁଡିକ ସହିତ ଏମଓୟୁ କାହିଁକି ବୋଲି ପ୍ରଶ୍ନ କରିଛି ସଂଘ । ଯଦି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବେସରକାରୀ ଡାକ୍ତରଖାନାଗୁଡିକ ରଖାଯାଇଛି, ତାହାଲେ କାହିଁକି 'ରେଫରାଲ' ବୋଲି ଗୋଟିଏ ଅସୁବିଧାଜନକ ସର୍ତ୍ତ ରଖାଯାଇଛି ବୋଲି ପ୍ରଶ୍ନ କରିଛି ସଂଘ ।

ସରକାରୀ ଡାକ୍ତରଖାନାର ସିଡିଏମଓ ରେଫର୍ କଲେ ଜଟିଳ ରୋଗୀର ଚିକିତ୍ସା ବେସରକାରୀ ଡାକ୍ତରଖାନାରେ କରାଯିବ । ବରଂ ସରକାର ସେହି ରେଫରାଲ୍ ସିଷ୍ଟମ୍ ଉଠାଇ ନିଜେ ସରକାରୀ ଡାକ୍ତରଖାନାରେ ଜରୁରୀ ଚିକିତ୍ସା କରାଇ ପାରିବେ ବୋଲି କହିଛି ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିଶମେଣ୍ଟ ଫୋରମ । ସେପଟେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ବେସରକାରୀ ଡାକ୍ତରଖାନାଗୁଡିକ ଲକ୍ଷ ଲକ୍ଷ ଟଙ୍କାର ଅର୍ଥ ଆଜି ପର୍ଯ୍ୟନ୍ତ ମିଳିପାରି ନଥିବା ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.