ETV Bharat / state

ମନୋରଞ୍ଜନ କାର୍ଯ୍ୟକ୍ରମ ମନକୁ ହାଲୁକା ସହ ଏକତା ବଢାଏ: ମୁଖ୍ୟ ଶାସନ ସଚିବ

author img

By ETV Bharat Odisha Team

Published : Feb 24, 2024, 11:10 AM IST

Annual Function 2024: ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ଦୁଇ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ । ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଅଧିକ ପଢନ୍ତୁ

Annual Function 2024
Annual Function 2024

Annual Function 2024

ଭୁବନେଶ୍ବର: ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ଦୁଇ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ । ଗତକାଲି (ଶୁକ୍ରବାର) କାର୍ଯ୍ୟକ୍ରମର ଦ୍ଵିତୀୟ ତଥା ଉଦଯାପନୀ ଦିବସର ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ।

ତେବେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ ଯେ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ମାନବ ସମ୍ବଳ ପରିଚାଳନା, ପେନସନ ମାମଲା ଠାରୁ ଆରମ୍ଭ କରି ଜମିଜମା ସଂକ୍ରାନ୍ତୀୟ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଭାଗରେ ହେଉଛି । କାର୍ଯ୍ୟବ୍ୟସ୍ତ ଜୀବନ ଶୈଳୀ ମଧ୍ୟରେ ସାଂସ୍କୃତିକ ଓ କ୍ରୀଡା ଆଦି କାର୍ଯ୍ୟକ୍ରମର ଆୟୋଜନ ସଂସଦର ପ୍ରଶଂସନୀୟ ପ୍ରୟାସ । କର୍ମମୟ ଜୀବନରେ ମନୋରଞ୍ଜନର ଆବଶ୍ୟକତା ରହିଛି । ଏହା ମନକୁ ହାଲୁକା କରିବା ସହ କର୍ମଚାରୀଙ୍କ ମଧ୍ୟରେ ଏକତା ଓ ଭ୍ରାତୃତ୍ୱ ବଜାୟ ରଖିବାରେ ସହାୟକ ହୋଇଥାଏ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦୀର୍ଘ ବର୍ଷ ଧରି ବାର୍ଷିକ ସଂସ୍କୃତିକ ଉତ୍ସବ ଆୟୋଜନ କରୁଥିବା ଆନନ୍ଦର କଥା । ଏହି ଅବସରରେ ସେ ସଂସଦ ଦ୍ୱାରା ଆୟୋଜିତ କ୍ରୀଡ଼ା, କଳା ଓ ଅନ୍ୟାନ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଜୟଦେବ ସମାରୋହର ଦ୍ବିତୀୟ ସନ୍ଧ୍ୟା, ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ଶାସ୍ତ୍ରୀୟ ସଙ୍ଗୀତ

ସେହିପରି ସମ୍ମାନିତ ଅତିଥି ଭାବେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ହିମାଂଶୁ ଭୂଷଣ ପଣ୍ଡା ଯୋଗ ଦେଇଥିଲେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆୟୋଜନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ନାଟ୍ୟ ପରମ୍ପରା,ସାମାଜିକ ଓ ସାଂସ୍କୃତିକ ଐତିହ୍ୟ ବଜାୟ ରହିଛି । ତେବେ ସଭା ପରେ ସଂସଦ ତରଫରୁ ନାଟକ 'କିଏ କାହାର' ପରିବେଷଣ କରାଯାଇଥିଲା। ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ତିଳୋତ୍ତମା ରଣା ଓ ନିବେଦିତା ପାଠକ ସଂଯୋଜନା କରିଥିଲେ । ନାଟ୍ୟକାର ତଥା ନିର୍ଦ୍ଦେଶକ ମଳୟ ରାଉତଙ୍କ ନିର୍ଦ୍ଦେଶନାରେ ସଂସଦର କଳାକାରଙ୍କ ଦ୍ୱାରା ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଭରପୁର ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.