ETV Bharat / state

Gas Cylinder Blast: ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହେଲେ ମୃତକଙ୍କୁ 6 ଲକ୍ଷ, ସୂଚନା ଏବଂ କ୍ଷତିପୂରଣ ପାଇଁ କେନ୍ଦ୍ର ଏବଂ ତୈଳ କମ୍ପାନୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - High Court On Gas Cylinder Blast

author img

By ETV Bharat Odisha Team

Published : Sep 3, 2024, 5:03 PM IST

Updated : Sep 3, 2024, 6:19 PM IST

Orissa High Court On Gas Cylinder Blast And Asked Centre To Frame Robust Safety Policy: ଗ୍ୟାସ ଲିଲିଣ୍ଡର ଫାଟି କ୍ଷୟକ୍ଷତି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ‘ଗ୍ୟାସ ଫାଟି କ୍ଷୟକ୍ଷତି ହେଲେ ମିଳିବ କ୍ଷତିପୂରଣ’ । କ୍ଷତିପୂରଣ ଦେବାକୁ ବିଭିନ୍ନ ଗ୍ୟାସ କମ୍ପାନିଗୁଡିକୁ ନିର୍ଦ୍ଦେଶ । ଆହତଙ୍କୁ ଦୁଇ ଲକ୍ଷ, ମୃତକଙ୍କୁ 6 ଲକ୍ଷ ମିଳିବ ! ଅଧିକ ପଢନ୍ତୁ

High Court on Gas cylinder Blast
High Court on Gas cylinder Blast (ETV Bharat Odisha)

କଟକ: ଆମେ ସମସ୍ତେ ପ୍ରାୟ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛେ । ଅନେକ ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଅନେକ ଅଘଟଣ ମଧ୍ୟ ଘଟାଇଥାଏ । ଏପରିକି ସିଲିଣ୍ଡର ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଥାଆନ୍ତି ଏବଂ ଆହତ ମଧ୍ୟ ହୋଇଥାଆନ୍ତି । ମାତ୍ର ଜାଣିଛନ୍ତି କି ଏହି ସିଲିଣ୍ଡର ବିସ୍ଫୋରଣରେ ଯଦି କିଛି ଅଘଟଣ ଘଟେ ଆପଣଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବ । ଆଜ୍ଞା ହଁ ଆପଣ ଠିକ ପଢୁଛନ୍ତି । ଗ୍ୟାସ ବିସ୍ଫୋରଣରେ ଯଦି ଅଘଟଣ ଘଟେ ତେବେ ମୃତକଙ୍କ ୬ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ଏବଂ ଆହାତଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ । କେବଳ ସେତିକି ନୁହେଁ ବରଂ ଏହି ଅଘଟଣରେ ଆପଣଙ୍କ ସମ୍ପତ୍ତି ନଷ୍ଟ ହେଲେ ଆପଣଙ୍କୁ ମଧ୍ୟ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ମିଳିବ । ଏହି ମାମଲାରେ ଓଡିଶା ହାଇକୋର୍ଟ ନିକଟରେ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ଷତିପୂରଣ ସମ୍ପର୍କିତ ତଥ୍ୟ ସିଲିଣ୍ଡର ରସିଦ ପଛ ପଟରେ ଲେଖିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Gas Cylinder Blast (ETV Bharat Odisha)
ଏହା ବି ପଢନ୍ତୁ- ହାଇକୋର୍ଟଙ୍କ ଛାଟରେ ସମାଧନ ହେଉଛି ସହରର ସମସ୍ୟା, ଏଣିକି ଠକିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ - Orissa High Court

ରସିଦ ପଛରେ ତଥ୍ୟ ଛପାଯିବ-

"ଗ୍ୟାସ ସିଲିଣ୍ଡର ଦୁର୍ଘଟଣା କ୍ଷେତ୍ରରେ ବୀମା କ୍ଷତିପୂରଣ ବ୍ୟବସ୍ଥା ସଂକ୍ରାନ୍ତରେ ଏଣିକି ରସିଦ ପଛରେ ତଥ୍ୟ ଛପାଯିବ ବୋଲି ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଗ୍ୟାସ୍ ସିଲିଣ୍ଡର ଦୁର୍ଘଟଣାରେ ମୃତ ଓ ଆହତ ପୀଡ଼ିତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅନୁସାରେ ଏପରି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପାଇପାରିବେ । ସେହିଭଳି ଭାବେ ସଂପତ୍ତି ନଷ୍ଟ ପାଇଁ ପ୍ରତି ଘଟଣାରେ ପଞ୍ଜୀକୃତ ଗ୍ୟାସ ସିଲିଣ୍ଡର ଗ୍ରାହକକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । କିନ୍ତୁ ଗ୍ୟାସ ଲିକ ଦୁର୍ଘଟଣାର ପୀଡ଼ିତ, ଏଭଳି କ୍ଷତିପୂରଣ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ନୁହଁନ୍ତି । ଏପରି ଯୋଜନାରେ ଗ୍ୟାସ କମ୍ପାନୀ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିବ ବୋଲି ଅନେକ ଜାଣି ନାହାଁନ୍ତି । ଏଭଳି ବୀମା ଅନ୍ତର୍ଭୁକ୍ତ ପ୍ରସଂଗରେ ଅଜ୍ଞତା ବହୁ ସମୟରେ ଏପରି ଦୁର୍ଘଟଣାର ପୀଡ଼ିତ ଓ ସେମାନଙ୍କ ପରିବାରକୁ କ୍ଷତିପୂରଣ ପାଇବାର ସୁବିଧାରୁ ବଞ୍ଚିତ କରିଥାଏ । ଏଭଳି ସ୍ଥିତିରେ ବୀମା ଅନ୍ତର୍ଭୁକ୍ତ ସଂପର୍କିତ ସୂଚନା ଗଣମାଧ୍ୟମ ମାଧ୍ୟମରେ ଉପଯୁକ୍ତ ଭାବେ ପ୍ରଚାର ପ୍ରସାର ପ୍ରସଂଗ ମନ୍ତ୍ରଣାଳୟ ସୁନିଶ୍ଚିତ କରିବ," ବୋଲି ହାଇକୋର୍ଟ କହିଛନ୍ତି।

Gas Cylinder Blast
Gas Cylinder Blast (ETV Bharat Odisha)

ଏହା ବି ପଢନ୍ତୁ- High Court Bench: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ 'ପ୍ରସ୍ତାବ ବିଚାରାଧୀନ' - CM On High Court Bench

ଏଥି ସହିତ ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ମନି ରିସିପ୍ଟ ପଛ ପାଖରେ ଏଭଳି ବୀମା କ୍ଷତିପୂରଣ ସଂପର୍କିତ ତଥ୍ୟ ଛପା ଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି । ଏଲପିଜି ସିଲିଣ୍ଡର ପରିଚାଳନା ଓ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ବୀମା ଅନ୍ତର୍ଭୁକ୍ତ ପ୍ରସଂଗରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ପଦକ୍ଷେପ ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପାଇଁ ଦୃଢ ବିଜ୍ଞାପନ ନୀତି ପ୍ରଣୟନ କରିବାକୁ ହାଇକୋର୍ଟ କହିଛନ୍ତି । ଏଥି ସହିତ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଦୁର୍ଘଟଣାରେ ଆହତ ହୋଇଥିବା ଆବେଦନକାରୀଙ୍କୁ ୨ ମାସ ଭିତରେ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ବୀମା କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛି ।

ହାଇକୋର୍ଟ ନିଜର ରାୟରେ ସ୍ପଷ୍ଟ କରିଛନ୍ତି, "ଏଲପିଜି କମ୍ପାନି ଗୁଡ଼ିକ ସିଲିଣ୍ଡର ଓ ଏ ସଂପର୍କିତ ଉପକରଣ ଯୋଗାଣ ଉପରେ ଗୁରୁତ୍ବ ଦେଉଥିବା ବେଳେ ସୁରକ୍ଷା ସଂପର୍କିତ ତାଲିମ ଓ ବୀମା ଅନ୍ତର୍ଭୁକ୍ତ ପ୍ରସଂଗରେ ବହୁତ କମ୍ ଆଲୋଚନା କରୁଛନ୍ତି । ଏଲପିଜି ସିଲିଣ୍ଡର ବିସ୍ଫୋରଣ କ୍ଷେତ୍ରରେ ବୀମା ରାଶି ମିଳିବା ପ୍ରସଂଗରେ ଅନେକ ଗ୍ରାହକଙ୍କ ଜ୍ଞାନ ନାହିଁ । ଏଥି ସହିତ ସିଲିଣ୍ଡର ବିସ୍ଫୋରଣ କ୍ଷେତ୍ରରେ ତୁରନ୍ତ କଣ ଜବ‌ାବୀ ବ୍ୟବସ୍ଥା ଗ୍ରହଣ କରାଯିବ ସେ ନେଇ ମଧ୍ୟ ଏଲପିଜି ଯୋଗାଣ କରୁଥିବା କମ୍ପାନି ଗୁଡ଼ିକର ଚିନ୍ତା ନାହିଁ । ‌ଗ୍ୟାସ ସିଲିଣ୍ଡର ଘରେ ନେଇ ଦେଉଥିବା କର୍ମଚାରୀଙ୍କ ମଧ୍ୟ କେମିତି ସିଲିଣ୍ଡର ସୁରକ୍ଷିତ ଭାବେ ହ୍ୟାଣ୍ଡେଲ କରାଯିବ, ଖରାପ ସିଲିଣ୍ଡର ଓ ଗ୍ୟାସ୍ ଲିକ କ୍ଷେତ୍ରରେ କଣ କରାଯିବ ସେ ନେଇ କମ୍ ଜ୍ଞାନ ରହିଛି । ସୁରକ୍ଷା ଓ ସ୍ବାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁ ସିଲିଣ୍ଡର ଓ ଗ୍ୟାସ ବଟଲ ଭଳି ବିପଦଜନକ ଜିନିଷ ନେଇ ଯାଉଥିବା କର୍ମଚାରୀଙ୍କ ତାଲିମ ଆବଶ୍ୟକ ।"

ଏହା ବି ପଢନ୍ତୁ- ଗ୍ୟାସ ଚୁଲା ତଳେ ଶୋଇଛନ୍ତି ୩ଟି ନାଗ ସାପ - Rescue of Cobra with Baby Cobra

ସହରାଞ୍ଚଳ ଓ ଉପକଣ୍ଠ ଅଞ୍ଚଳରେ ସାଇକେଲ ବା ମୋଟରସାଇକେଲରେ ଚାରିରୁ ପାଞ୍ଚଟି ସିଲିଣ୍ଡର ନେଇ ଏଲିପିଜି ଡିଲରଙ୍କ କର୍ମଚାରୀ ଯାଉଥିବା ଦେଖିବାକୁ ମିଳୁଛି । ଏପରି ଗ୍ୟାସ ସିଲିଣ୍ଡର ପରିବହନରେ ବିପଦ ରହିଛି । ଗ୍ୟାସ ଲିକର ସମ୍ଭାବନା ରହିଛି । ସୁରକ୍ଷା ପ୍ରସଂଗରେ ଓ ପରିସ୍ଥିତିର ମୁକାବିଲା ପାଇଁ ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା କର୍ମଚାରୀ ଓ ଗ୍ରାହକଙ୍କୁ ତାଲିମ ଦିଆଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଏଲପିଜି ସିଲିଣ୍ଡର ବସ୍ଫୋରଣ ଘଟଣାରେ ମୃତାହତ ହେଉଥିବା ପୀଡ଼ିତଙ୍କ ପାଇଁ ବୀମା କ୍ଷତିପୂରଣ ବ୍ୟବସ୍ଥା ଓ ଗ୍ରାହକଙ୍କୁ ସିଲିଣ୍ଡର ପହଞ୍ଚାଉଥିବା କର୍ମଚାରୀଙ୍କ ସୁରକ୍ଷା ତାଲିମ ପ୍ରସଂଗରେ ଉପଯୁକ୍ତ ଜନସ‌ଚେତନତା ସୃଷ୍ଟି ଲାଗି ତେଲ କମ୍ପାନି ଗୁଡ଼ିକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପରାମର୍ଶବଳୀ ଜାରି କରିବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି।

କାହିଁକି ଏପରି ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ !

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ୨୦୨୧, ସେପ୍ଟେମ୍ବର ୨୭ରେ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା । ଗୃହକର୍ତ୍ତାଙ୍କୁ ବଞ୍ଚାଇବାକୁ ଯାଇ ଆବେଦନକାରୀ ଗୁରୁତର ଆହତ ହୋଇଥିଲେ । ଗୃହକର୍ତ୍ତା କିଛି ଦିନ ଚିକିତ୍ସା ପରେ ପ୍ରାଣ ହରାଇଥିବା ବେଳେ ଆବେଦନକାରୀ ବଞ୍ଚି ଯାଇଥିଲେ । କିନ୍ତୁ ଏହାପରେ ସେ କୌଣସି ପ୍ରକାର କାର୍ଯ୍ୟ କରିବାରେ ସକ୍ଷମ ହୋଇ ନଥିଲେ । ଏହି ଘଟଣାରେ କ୍ଷତିପୂରଣ ପ୍ରଦାନ ପାଇଁ ଆବେଦନକାରୀ ବାରମ୍ବାର ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନସ୍ୟୁରାନ୍ସ ଓ ଭାରତ ପେଟ୍ରୋଲିୟମକୁ ଅନୁରୋଧ କରି ଥିଲେ । କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ କୋର୍ଟ ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନେଇ ଏପରି କଡା ତାଗିଦ କରିବା ସହ ଗ୍ୟାସ କମ୍ପାନୀମାନଙ୍କୁ ଏନେଇ ସଚେତନତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ ଡ଼ଃ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଏପରି ଅଘଟଣରେ ଶିକାର ହୋଇଥିବା କ୍ଷତିଗ୍ରସ୍ତଙ୍କୁ ମିଳିବ କି ଏହି ସହାୟତା !

ଅନେକ ଲୋକ ଏହିପରି ଦୁର୍ଘଟଣା ରେ ପୂର୍ବରୁ ଶିକାର ହୋଇଛନ୍ତି।କେଉଁମାନେ ଆହତ ହୋଇଛନ୍ତି ତ ଆଉ କେଉଁମାନେ ମୃତାହତ କରିଛନ୍ତି।ତେବେ ଯେଉଁମାନଙ୍କ ପରିବାର ଏହି ସୁବିଧା ପାଇ ନାହାଁନ୍ତି, ସେମାନଙ୍କୁ ମିଳିବ କି ଏହି ସୁବିଧା ! ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ହାଇକୋର୍ଟର ଆଇନଜୀବୀ ଆଲୋକ ମହାପାତ୍ର । ତାଙ୍କ କହିବା ମୁତାବକ, "ଅନେକ ଲୋକ ଏହି ଗ୍ୟାସ ସିଲିଣ୍ଡର ଦୁର୍ଘଟଣାର ଶିକାର ହୋଇଛନ୍ତି । ମାତ୍ର ଏହି ସୁବିଧା ସମ୍ପର୍କରେ ସେମାନେ ଜାଣି ନାହାଁନ୍ତି।ଫକରେ ଏହି ସୁବିଧା ପାଇବାରୁ ଅନେକ ବଞ୍ଚିତ ହୋଇଛନ୍ତି । ମାତ୍ର ସେମାନଙ୍କ ପରିବାର ଲୋକେ ମଧ୍ୟ ଏହାର ସୁବିଧା ପାଇପାରିବେ । ଏନେଇ କ୍ଲେମ କରି ପାରିବେ । ଉପଯୁକ୍ତ ପ୍ଲାଟଫର୍ମରେ କ୍ଲେମ କରି ପ୍ରକୃତ ହିତାଧିକାରୀମାନେ ମଧ୍ୟ ଏହାର ସୁବିଧା ପାଇ ପାରିବେ ।"

ରାଜ୍ୟସଭାରେ ତତ୍କାଳୀନ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତଥ୍ୟ-

୨୪ ଜୁଲାଇ ୨୦୧୯ ରେ ତତ୍କାଳୀନ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲିଖିତ ତଥ୍ୟ ଅନୁଯାୟୀ ଉକ୍ତ ପଲିସି ଅନୁଯାୟୀ ଗ୍ୟାସ ସିଲିଣ୍ଡ ର ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ୬ ଲକ୍ଷ ଏବଂ ଆହତ ବ୍ୟକ୍ତିଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ସଂମ୍ପତ୍ତି ନଷ୍ଟ ହେଲେ ୨ ଲକ୍ଷ ପର୍ଯ୍ୟନ୍ତ ପ୍ରକୃତ ହିତାଧିକାରୀ ମନେ ପାଇପାରିବେ।୨୦୧୬/୧୭ ବର୍ଷରେ ୯୨୯ ଟି ଏହି ଭଳି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୬୭ ଜଣ ପ୍ରାଣ ହରାଇଥିଲେ।ଏବଂ କମ୍ପାନୀ ୨୨ କୋଟି ୮୩ ଲକ୍ଷ ,୨୦୧୭ /୧୮ ରେ ହୋଇଥିବା ୧୧୮୫୧ ଟି ଦୁର୍ଘଟଣାରେ ୨୯୨ ଜଣ ମୃତୁ ଘଟିଥିଲା।୧୭ କୋଟି ୩୯ ଲକ୍ଷ ଟଙ୍କା ପ୍ରଦାନ କାରାଯାଇଥିଲା।୨୦୧୮ /୧୯ ଜୁଲାଇ ମାସ ମଧ୍ୟରେ ୯୮୩ ଟି ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୨୫୪ ଜଣଙ୍କର ମୃତ ଘଟିଥିଲା । ଏବଂ ଉକ୍ତବର୍ଷ ୭ କୋଟି ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।

ଏହା ବି ପଢନ୍ତୁ- Commercial LPG cylinder: ମାସ ଆରମ୍ଭରୁ ମହଙ୍ଗା ମାଡ, 39 ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର - LPG price hike

ଏହାଦ୍ୱାରା ଅନେକ ଲୋକ ଉପକୃତ ହେବେ ...

ଏହି ସମ୍ପର୍କିତ ରାୟ ଆସିବା ପରେ ‘ଇଟିଭି ଭାରତ’ କ୍ୟାମେରା ଘଟଣାର ବାସ୍ତବିକ ଯାଞ୍ଚ ପାଇଁ ଜଣେ ଗୃହିଣୀଙ୍କ ରୋଷେଇ ଘରେ ପହଁଞ୍ଚି ଥିଲା । ଏବଂ ଏନେଇ ଜଣେ ଗୃହିଣୀଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି, "ତେବେ ଏହି ଆଇନ ସମ୍ପର୍କିତ ତଥ୍ୟ ପୂର୍ବରୁ ଜଣା ନଥିଲା । ସେ ଦୀର୍ଘ ୧୬ ବର୍ଷ ହେବ ଗ୍ୟାସରେ ରୋଷେଇ କରୁଛନ୍ତି । ମାତ୍ର ଏହି ସୁବିଧା ସମ୍ପର୍କରେ ତାଙ୍କୁ ଜଣା ନଥିବା," ସେ ସିଧାସଳଖ କହିଛନ୍ତି । ତେବେ ହାଇକୋର୍ଟଙ୍କ ରାୟ ଆସିବା ପରେ ଏଣିକି ଏହି ସୁବିଧା ସମ୍ପର୍କିତ ତଥ୍ୟ ରସିଦର ପଛପଟେ ରହିବ । ଯାହା ଫଳରେ ଅନେକ ଲୋକ ଉପକୃତ ହେବେ ।

ଇଟିଭି ଭାରତ, କଟକ

Last Updated : Sep 3, 2024, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.