ETV Bharat / state

ପକେଟ୍‌ ଜାଳୁଛି ରସୁଣ, କେଜି ଦର ଛୁଇଁଲା ୪ଶହ ଟଙ୍କା

author img

By ETV Bharat Odisha Team

Published : Feb 4, 2024, 2:17 PM IST

Garlic price hike in Rourkela: ରାଉରକେଲାରେ ଆକାଶ ଛୁଆଁ ରସୁଣ ଦର । କିଲୋ ପିଛା ଦର 4ଶହ ଟପିଲାଣି । ଚଢା ଦରକୁ ନେଇ ଚିନ୍ତାରେ ଖାଉଟି । ଅଧିକ ପଢନ୍ତୁ

ଆକାଶଛୁଆଁ ରସୁଣ ଦର
ଆକାଶଛୁଆଁ ରସୁଣ ଦର
ଆକାଶଛୁଆଁ ରସୁଣ ଦର

ରାଉରକେଲା: ରାଉରକେଲାରେ ଆକାଶ ଛୁଆଁ ରସୁଣ ଦର । କିଲୋ ପିଛା ଦର 4ଶହ ଟପିଲାଣି । ଏହି ଚଢା ଦରକୁ ନେଇ ଚିନ୍ତାରେ ଖାଉଟି । ରୋଷେଇ ଘରେ ରସୁଣ ଚିନ୍ତା । ଆମିଷ ତରକାରୀରେ ରସୁଣ ନହେଲେ ନଚଳେ । ହେଲେ ଏବେ ବଜାରରେ ଯେଉଁ ଦର ବଢିଛି ତାହା ଲୋକଙ୍କ ଚିନ୍ତାକୁ ବଢାଇଛି । ରସୁଣର ବର୍ଦ୍ଧିତ ଦରକୁ ନେଇ ବ୍ୟବସାୟ ବି ଆଗଭଳି ହେଉନଥିବା ଡଣାପଡ଼ିଛି । ଏଭଳି ରସୁଣ ସଙ୍କଟକୁ ନେଇ ଚିନ୍ତାରେ ଖାଉଟି ଏବଂ ବ୍ୟବସାୟୀ । ତେବେ ବାହାର ରାଜ୍ୟରୁ ରସୁଣ ଆମଦାନୀ ହେଉ ନ ଥିବାବେଳେ ଏହାର ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି ।

ରାଜଧାନୀରୁ ଉପାନ୍ତ ଅଞ୍ଚଳ, ସାରା ଓଡିଶାରେ ଚଢା ଦରରେ ବିକ୍ରି ହେଉଛି ରସୁଣ । ରସୁଣର ଏବେ ଅମଳ ସମୟ । ଦର କମ ରହିବା କଥା କିନ୍ତୁ ବଜାର ଗଲେ ରସୁଣ କିଣିବାକୁ ଦୁଇ ଥର ଚିନ୍ତା କରିବାକୁ ପଡୁଛି । ସାରା ରାଜ୍ୟରେ ଏବେ ରସୁଣ ଦର କିଲୋ ପିଛା ୪ଶହ ଟଙ୍କା ଛୁଇଁଛି । ରାଉରକେଲାରେ ରସୁଣ ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କୁ ଅଡୁଆରେ ପକାଇଛି । ସପ୍ତାହେ ତଳେ 200 ରୁ 250 ଟଙ୍କା କିଲୋରେ ମିଳୁଥିବା ରସୁଣ ବର୍ତ୍ତମାନ କିଲୋ ପିଛା 400 ଟଙ୍କାରେ ପହଞ୍ଚିଛି । ସହରରେ ବର୍ତ୍ତମାନ କେଉଁଠି 300 ତ କେଉଁଠି 350 ରୁ 400 ଟଙ୍କା ଯାଏ ବିକ୍ରି ହେଉଛି । ରସୁଣ ଦର ବୃଦ୍ଧି ହେବା ଯୋଗୁଁ ଲୋକେ ଯିଏ କିଲେ ନେବା କଥା ସେ ବର୍ତ୍ତମାନ 100 ଗ୍ରାମକୁ ନେବାକୁ ଇଛା ପ୍ରକାଶ କରି ନାହାନ୍ତି ।

ଏହା ମଧ୍ୟ ପଢନ୍ତୁ- ବଜେଟ ପୂର୍ବରୁ ମହଙ୍ଗା ମାଡ, ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ଏହା ମଧ୍ୟ ପଢନ୍ତୁ- କନ୍ଦାଉଛି ରସୁଣ ଦର, କିଲୋ ପିଛା 500 ପାର

ଏନେଇ ଯୋଗାଣ ବିଭାଗ ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଏହି ରସୁଣ ଅଭାବୀ ସଙ୍କଟକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ ରସୁଣ ଅଭାବୀ ବିକ୍ରି ଏବଂ ରସୁଣ ବିକ୍ରି ଦର ଉପରେ ନଜର ରଖାଯାଇଥିବା କହିଛନ୍ତି । ଏଥିସହ ଯଦି କେହି ଏହି ରସୁଣ ଅଭାବୀ ବିକ୍ରି ଉପରେ ଅତ୍ୟଧିକ ଲାଭ କରି କଳାବଜାରୀ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ । ତେବେ ବର୍ତ୍ତମାନ ରାଉରକେଲାର ବିଭିନ୍ନ ମାର୍କେଟରେ ରସୁଣର ଦର ଆକାଶ ଛୁଆଁ ଦେଖିବାକୁ ମିଳିଛି । ସେପଟେ ସହରରେ ରସୁଣ ଦର କମ ହେବାକୁ ନେଇ ଆହୁରି କିଛି ସମୟ ଲାଗିବ ବୋଲି କହିଛନ୍ତି ବ୍ୟବସାୟୀ। ତେବେ ଗରିବ ଲୋକେ ଅଧିକ ହନ୍ତସନ୍ତ ହେଉଥିବା କହିଛନ୍ତି ଲୋକେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.