ETV Bharat / state

ଥାନା ନୁହେଁ ତ ଉଦ୍ୟାନ, ଏଏସଆଇଙ୍କ ଉଦ୍ୟମ କିଣୁଛି ମନ

Simulia Police Station Garden: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପରିସରରେ ଥାନା ଏଏସଆଇ ପ୍ରଦୀପ କୁମାର ମୈକାପଙ୍କ ଉଦ୍ୟମରେ ସୃଷ୍ଟି ହୋଇଛି ଏକ ସୁନ୍ଦର ବଗିଚା । ଥାନା ଭିତରେ ବିଭିନ୍ନ ପ୍ରକାରର ନରକାତ୍ମକ ଘଟଣା ଦେଖିବାକୁ ମିଳୁଥିବା ବେଳେ ଫୁଲ ବଗିଚା ସରକାରତ୍ମକ ଆଡ଼କୁ ଟାଣି ନେଇଥାଏ । ଅଧିକ ପଢନ୍ତୁ

Simulia Police Station Garden
ଥାନା ନୁହେଁ ତ ଉଦ୍ୟାନ
author img

By ETV Bharat Odisha Team

Published : Feb 10, 2024, 2:03 PM IST

ଥାନା ନୁହେଁ ତ ଉଦ୍ୟାନ

ବାଲେଶ୍ୱର: ଥାନା ନୁହେଁ ତ ଉଦ୍ୟାନ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପରିସରରେ ଥାନା ଏଏସଆଇ ପ୍ରଦୀପ କୁମାର ମୈକାପଙ୍କ ଉଦ୍ୟମରେ ସୃଷ୍ଟି ହୋଇଛି ଏକ ସୁନ୍ଦର ବଗିଚା । ରଙ୍ଗ ବେରଙ୍ଗରେ ଫୁଲ ଏହି ବଗିଚାଟି ଭର୍ତ୍ତି ଥିବା ବେଳେ ଥାନାକୁ ଅଭିଯୋଗ ନେଇ ଆସୁଥିବା କିମ୍ବା ଅନ୍ୟାନ୍ୟ କାମରେ ଆସୁଥିବା ଲୋକମାନଙ୍କୁ ଏହା ମାନସିକ ଶାନ୍ତି ପ୍ରଦାନ କରିଥାଏ । ଏଏସଆଇଙ୍କ ଏହି ଉଦ୍ୟମକୁ ସବୁଠି ପ୍ରଶଂସା କରାଯାଉଛି ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ପରିସରରେ ସୃଷ୍ଟି ହୋଇଛି ଏକ ସୁନ୍ଦର ବଗିଚା । ଥାନା ପରିସର ଫୁଲ ଗଛରେ ଏମିତି ସଜେଇ ହୋଇଛି ଯେ କେହି ଭିତରକୁ ପଶିଗଲେ ହଠାତ ଏହାକୁ ପାର୍କ କିମ୍ବା ବଗିଚା ବୋଲି ଭାବିବେ । ସିମୁଳିଆ ଥାନାର ଏଏସଆଇ ପ୍ରଦୀପ କୁମାର ମୈକାପ ଏହି ବଗିଚାକୁ ନିଜ ହାତରେ ସୃଷ୍ଟି କରିଛନ୍ତି । କେତେବେଳେ ଖାକି ପୋଷାକ ପିନ୍ଧି ସେ ନିଜ କର୍ତ୍ତବ୍ୟ କରନ୍ତି ତ ପୁଣି ଅବସର ସମୟରେ ସାଧା ପୋଷାକ ପିନ୍ଧି ଫୁଲ ମାନଙ୍କର ଯତ୍ନ ନିଆନ୍ତି । ଫୁଲ ଗଛ ଲଗାଇବା ଏବଂ ତାର ଯତ୍ନ ନେବା ହେଉଛି ତାଙ୍କ ନିଶା । ଏହି ନିଶା ଯୋଗୁଁ ସେ ଏବେ ଥାନା ପରିସର ଏକ ପ୍ରକାର ବଗିଚା ଭଳି ସଜାଇ ଦେଇଛନ୍ତି । ପ୍ରତିଦିନ ସକାଳୁ ଫୁଲ ଗଛ ଓ ବଗିଚା ପାଇଁ ସେ ଅଧ ଘଣ୍ଟାଏ ସମୟ ବାହାର କରି ସେସବୁର ଯତ୍ନ ନେଇଥାନ୍ତି ।

ଏହାମଧ୍ୟ ପଢନ୍ତୁ.. ହସୁଛି ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ବଗିଚା, କଏଦୀଙ୍କ ହାତ ତିଆରି ତୁଳସୀ ମାଳ ପିନ୍ଧୁଛନ୍ତି ଜଗନ୍ନାଥ

ଏଏସଆଇ ପ୍ରଦୀପଙ୍କ କହିବାନୁଯାୟୀ, ଫୁଲ ଗଛ ମେଳରେ ରହିଲେ ସେ ମାନସିକ ଶାନ୍ତି ପାଇଥାନ୍ତି । ସିମୁଳିଆ ଥାନାରେ ପ୍ରଦୀପ ଯୋଗ ଦେବା ପରେ ଥାନା ଅଧିକାରିଣୀ ସ୍ୱର୍ଣ୍ଣଲତା ମିଞ୍ଜଙ୍କ ତତ୍ତ୍ୱବଧାନରେ ସେ ଏହି କାମ ଆରମ୍ଭ କରିଥିଲେ । ଥାନା ପରିସରରୁ ଅନାବନା ଗଛ ଓ ଅଳିଆ ଆବର୍ଜନା ସଫା କରି ସୁନ୍ଦର ବଗିଚାଟିଏ ସୃଷ୍ଟି କରିଛନ୍ତି । ଖାଲି ସେତିକି ନୁହେଁ ସମୟ ପାଇଲେ ପ୍ରଦୀପ ନିଜେ କୋଦାଳରେ ମାଟି ତାଡି, ଘାସ ସଫା କରି ଇନଙ୍କା, ଡାଲିଆ, ସେବତୀ, ଗେଣ୍ଡୁ, ବିଭିନ୍ନ ଫୁଲ ଗଛ ଲଗାଇଥାନ୍ତି । ଏଏସଆଇ ପ୍ରଦୀପଙ୍କ ଅନ୍ୟ ଥାନା କର୍ମଚାରୀମାନେ ମଧ୍ୟ ଏହି ବଗିଚା କାମରେ ସାହାଯ୍ୟ କରିଥାନ୍ତି ।

ଅନ୍ୟପଟେ ଲୋକମାନେ ଅଭିଯୋଗ କରିବା ପାଇଁ ଥାନାକୁ ଆସିଲେ ଏହି ଫୁଲ ବଗିଚାକୁ ଦେଖି ଖୁବ ଆନନ୍ଦ ଅନୁଭବ କରନ୍ତି । ଏହାସହ ଥାନା ପରିସରରେ ଏମିତି ସୁନ୍ଦର ଫୁଲ ବଗିଚା ଦେଖି କିଏ ଫୁଲ ସହିତ ସେଲ୍ଫି ନିଏତ ଆଉ କେହି ମନ ଦୁଃଖରେ ଆସି ଏହି ଫୁଲଗୁଡ଼ିକୁ ଦେଖି ବେଶ ଶାନ୍ତି ପାଉଥିବା ଅଞ୍ଚଳବାସୀ କହିଛନ୍ତି । ଜଣେ କର୍ତ୍ତବ୍ୟ ନିଷ୍ଠ କର୍ମଚାରୀ ଭାବେ ପ୍ରଦୀପ ଯେତିକି ଜଣାଶୁଣା ତାଠୁ ଅଧିକ ଜଣାଶୁଣା ତାଙ୍କର ଏମିତି କାର୍ଯ୍ୟ ପାଇଁ । ପରିବେଶକୁ ଭଲ ପାଉଥିବା ମଣିଷ ହେଉଛନ୍ତି ପ୍ରଦୀପ । ଥାନା ଭିତରେ ଅନେକ ସମୟରେ କେବଳ ଝଗଡ଼ା, ଗଣ୍ଡଗୋଳ, ହତ୍ୟା ଏବଂ ବିଭିନ୍ନ ପ୍ରକାରର ନକରାତ୍ମକ ଘଟଣା ଦେଖିବାକୁ ମିଳୁଥିବା ବେଳେ ଫୁଲ ବଗିଚା କିଛି ମାତ୍ରାରେ ମନକୁ ଏସବୁ କଥାରୁ ସକରାତ୍ମକ ଆଡକୁ ଟାଣି ନେଉଛି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.