ଭୁବନେଶ୍ବର: ରାଜଧାନୀରେ ଆଣ୍ଠେଇଲେ ଗାଁ ସାଥି । 2 ଦଫା ଦାବି ନେଇ ଆମରଣ ଅନଶନରେ ବସିଥିବା ଗାଁ ସାଥି ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଣ୍ଠେଇ ଆଣ୍ଠେଇ ଚାଲିଚାଲି ଆସି ଲୋୟର ପିଏମଜିରେ ଧାରଣା ଦେଇ ହାତଯୋଡ଼ି ସେମାନଙ୍କର ଦାବି ପୁରଣ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ତେବେ ମାର୍ଚ୍ଚ ୧୦ରୁ ଗାଁ ସାଥିମାନେ ଆମରଣ ଅନଶନରେ ବସିଥିବା ବେଳେ ଆଜି ଏଭଳି ଅଭିନବ ଉପାୟରେ ଗାନ୍ଧୀମାର୍ଗରେ ପ୍ରତିବାଦ କରିଛନ୍ତି ।
ଏହି ଆନ୍ଦୋଳନରେ ସମସ୍ତ ଜିଲ୍ଲାର ଗାଁସାଥୀମାନେ ଏକାଠି ହୋଇ ଏଭଳି ଧାରଣା ଦେଇଥିବା ବେଳେ କାନ୍ଦି କାନ୍ଦି ଆଖିର ଲୁହରେ ଭିଜି ସରକାରଙ୍କୁ ଦାବି ପୁରଣ ପାଇଁ ଅନୁରୋଧ କରିଛନ୍ତି । କାରଣ ଗତ କିଛିଦିନ ହେବ ଆନ୍ଦୋଳନରତ ବିଭିନ୍ନ ବିଭାଗ ଦୀର୍ଘଦିନରୁ ପ୍ରସ୍ତାବିତ ବିଭିନ୍ନ ଦାବି ସହ ଭାତ ବି ବୃଦ୍ଧି କରୁଥିବା ଦେଖିବାକୁ ମିଳିଛି । ହେଲେ ଏମାନେ ୨୦୦୮ରୁ ଅନ୍ଦୋଳନ କରୁଥିଲେ ମଧ୍ୟ ରାଜ୍ୟ ସରକାର ଏମାନଙ୍କ ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ।
ମହଙ୍ଗା ଯୁଗରେ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ସର୍ବନିମ୍ନ ମାସିକ ୧୦ ହଜାରରୁ ଉର୍ଦ୍ଧ୍ବ ଅର୍ଥରାଶି ପ୍ରଦାନ କରିବା ପାଇଁ ଦାବି କରୁଛନ୍ତି । ହେଲେ ୧୫ ବର୍ଷରୁ ଅଧିକ ସମୟ ହେବ ଗାଁ ସାଥିମାନେ ଏହି ଦାବିକୁ ନେଇ ଅନେକ ଧାରଣା,ଆନ୍ଦୋଳନ, ବିକ୍ଷୋଭ ଇତ୍ୟାଦି କରିଆସୁଛନ୍ତି । କିନ୍ତୁ ଏମାନଙ୍କର ଦରମା ବୃଦ୍ଧି ହୋଇନାହିଁ କି ,ଏମାନଙ୍କ ଦାବିକୁ ସରକାର ଶୁଣୁନାହାନ୍ତି ।ଦୀର୍ଘ ବର୍ଷ ହେବ ଗାଁ ସାଥି ସରକାରଙ୍କ ବିଭିନ୍ନ ଯୋଜନାରେ କାମ କରିଆସୁଥିଲେ ମଧ୍ୟ ସେମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ.......ନିର୍ବାଚନ ପୂର୍ବରୁ ବଢିଲା କନିଷ୍ଠ ଶିକ୍ଷକ ବେତନ, ମିଳିବ ମାସିକ 20 ହଜାର
ତେଣୁ ଦୀର୍ଘ ୧୬ ବର୍ଷ ହେବ ଏମାନେ ଦରମା ବୃଦ୍ଧି ସହ ୩ଦଫା ଦାବି ପୂରଣକୁ ନେଇ ରାଜଧାନୀରେ ଗଣ ଆନ୍ଦୋଳନ କରି କରି ନିରାଶ ହୋଇ ପଡ଼ିଲେଣି । ବାରମ୍ବାର ପ୍ରତିଶୃତି ପାଇଁ ନିରାଶ ହେବା ପରେ ତାଙ୍କ ଦାବି ସମୂହକୁ ପୁରଣ ପାଇଁ ଏଭଳି ଅଭିନବ ଉପାୟରେ ଧାରଣା ଦେଇ କୋହ ଭରା କଣ୍ଠରେ ସରକାରଙ୍କୁ ନିବେଦନ କରିଛନ୍ତି ଗାଁସାଥି । ସରକାର ସମସ୍ତଙ୍କ ଦାବିକୁ ପୂରଣ କରୁଥିବା ବେଳେ ଚଳିତ ବର୍ଷ ସେମାନଙ୍କ ଦାବି ମଧ୍ୟ ପୂରଣ ହେବା ନେଇ ଆଶା ରଖିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ସରକାର ଏହି ଗାଁ ସାଥିଙ୍କ ଦୁଃଖ ଶୁଣୁଛନ୍ତି ।
ଇଟିଭି ଭାରତ, ଭୁରବନେଶ୍ବର