ETV Bharat / state

ଜରଡା ଗଡର ପାର୍ଥସାରଥୀ ମନ୍ଦିର, ଶ୍ରୀମନ୍ଦିର ସହ ରହିଛି ଭିନ୍ନ ଏକ ସମ୍ପର୍କ - Parthasarathi Temple Ganjam

author img

By ETV Bharat Odisha Team

Published : Jun 23, 2024, 2:29 PM IST

Ganjam Parthsaeathi Temple: ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ । କେବଳ ପୁରୀରେ ନୁହେଁ ଗଞ୍ଜାମର ଏହି ମନ୍ଦିରରେ ବି ରହିଛି ବହନ କରେ ମହାପ୍ରଭୁଙ୍କ ଗାଥା । ଜରଡା ଗଡର ପାର୍ଥସାରଥୀ ମନ୍ଦିରର କିମ୍ବଦନ୍ତୀଙ୍କୁ ନେଇ ଇଟିଭି ଭାରତର ଏହି ରିପୋର୍ଟ..

Ganjam Parthsaeathi Temple
Ganjam Parthsaeathi Temple (ETV Bharat Odisha)

ବ୍ରହ୍ମପୁର: ପ୍ରାଚୀନ କୀର୍ତ୍ତିରାଜିର ଗନ୍ତାଘର ଗଞ୍ଜାମ । ଜଗନ୍ନାଥ ସଂସ୍କୃତି ସହ ଜଡିତ ଗଞ୍ଜାମ । ଜିଲ୍ଲାର ପାତ୍ରପୁର ନିକଟବର୍ତ୍ତୀ ଜରଡା ଗଡରେ ଅବସ୍ଥିତ ପାର୍ଥସାରଥୀ ମନ୍ଦିର । ଏହି ମନ୍ଦିରରେ ପୂଜା ପାଆନ୍ତି ପାର୍ଥସାରଥୀ । ଏହି ମନ୍ଦିରକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । କୁହାଯାଏ ପୁରୀ ବଡ଼ଦାଣ୍ଡ ଠାରୁ ଜରଡା ଗଡ଼ର ବଡ଼ଦାଣ୍ଡର ଧୂଳି ପବିତ୍ର, ଜଗଡାରେ ରଥ ଗଡିଲେ ପରେ ପୁରୀରେ ରଥ ଗଡୁଥିଲା । କଳିଙ୍ଗନଗରର ରାଜା ଶ୍ରୀଅନନ୍ତ ବର୍ମା ଚୋଡ଼ଗଙ୍ଗ ମହେନ୍ଦ୍ରଗିରିରୁ ଜଗନ୍ନାଥଙ୍କୁ ନେଇ ପୁରୀରେ ପ୍ରତିଷ୍ଠା କରିଥିଲେ । ମହେନ୍ଦ୍ରଗିରିରୁ ଦାରୁ ଜରଡା ପାତ୍ରପୁର ଦେଇ ବରୁଣା ବନ୍ଦର (ବାରୁଆ) ବାଟେ ପୁରୀକୁ ଭାସି ଭାସି ଯାଇଥିଲା ।

ପୁରାତନ କଥାବସ୍ତୁ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳ ଆସ୍ଥାନ ମହେନ୍ଦ୍ରଗିରି । ମହେନ୍ଦ୍ରଗିରି ପର୍ବତମାଳାର ଏକ ଅଂଶ ଭାବରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ନିକଟବର୍ତ୍ତୀ ଜରଡା ଗଡ଼ ସୁପରିଚିତ । ମହେନ୍ଦ୍ରଗିରି ପାର୍ବତ୍ୟାଞ୍ଚଳର ଜରାଶବର ବଂଶାବଳୀକୁ ନେଇ ଏକ ତାଳପତ୍ର ପୋଥି ରହିଛି । ଯାହା ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ । ଗଞ୍ଜାମର ଅବସ୍ଥିତ ଚିକିଟିର ପୂର୍ବ ନାମ ସ୍ବେତକ ରହିଥିଲା । ସେଠାରେ ଗଙ୍ଗବଂଶର ରାଜାମାନେ ଶାସନ କରିଥିବା ବେଳେ ସେମାନେ ସର୍ବପ୍ରଥମେ ବିଷ୍ଣୁ ଉପାସନା ଆରମ୍ଭ କରିଥିବା କୁହାଯାଏ । ପୁରୀଠାରୁ ପ୍ରାଚୀନ ବିଷ୍ଣୁ ଉପାସନା କେନ୍ଦ୍ର ହେଉଛି ଚିକିଟି ଜରଡା ଅଞ୍ଚଳ । ମହେନ୍ଦ୍ରଗିରିର ଗୋଟିଏ ଅଞ୍ଚଳକୁ 'ଦାରୁବ୍ରହ୍ମ' ଏବଂ ଅନ୍ୟ ଏକ ବନାଞ୍ଚଳକୁ 'ଦେବଗିରି' କୁହାଯାଏ । ଏଣୁ ରଥଯାତ୍ରା ସମୟରେ ଲୋକକଥା ରହିଛି, "ଯିବୁ ଯଦି ପୁରୀ ଯାଆ, ନହେଲେ ଜରଡ଼ା ଯାଆ ।' ପ୍ରତ୍ୟେକ ବର୍ଷ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡିଥାଏ ଜରଡାଗଡର ପାର୍ଥସାରଥୀ ମନ୍ଦିର ।

ଏହାମଧ୍ୟ ପଢନ୍ତୁ.. ଅନ୍ଧକାରରେ ବୌଦ୍ଧର ଐତିହ୍ୟ ପୀଠ ରାମେଶ୍ବର ମନ୍ଦିର; ପ୍ରତିଶ୍ରୁତିରେ ସୀମିତ ବିକାଶ - Rameshwar temple

ପାର୍ଥସାରଥୀ ମହାପ୍ରଭୁ ଜରଡ଼ାଗଡ଼ ଗ୍ରାମରେ କାଞ୍ଚି ଅଭିଯାନ ସମୟରୁ ପୂଜା ପାଉଥିବା କିମ୍ବଦନ୍ତୀ ରହିଛି । ଜଗତସାରା ଜଗନ୍ନାଥ ବିଖ୍ୟାତ ଓ ବଡ଼ ଠାକୁର ହୋଇଥିବା ବେଳେ ଜରଡ଼ାରେ ପ୍ରଭୁ ପାର୍ଥସାରଥୀ ହିଁ ମୁଖ୍ୟ ଠାକୁର ଭାବେ ପୂଜା ପାଇଥାନ୍ତି । ଏପରିକି ମନ୍ଦିରର ଏକ ବିଶେଷତ୍ୱ ହେଉଛି ଯେ ଯେଉଁ ଶିଶୁମାନେ ଜନ୍ମ ପରେ ଭଲରେ କଥା କହିପାରୁନଥିବେ ସେମାନଙ୍କୁ ଆଣି ମନ୍ଦିର ପାହାଚରେ ଗଡାଇବା ସହ ଚଣା ବିଞ୍ଚି ଶିଶୁକୁ ଖାଇବାକୁ ଦେଇ ଭଗବାନଙ୍କ ଘଣ୍ଟ ପାଣି ପିଆଇଲେ ସେ କଥା କହିଥାଏ । ଏହି ଗଭୀର ବିଶ୍ୱାସ ବର୍ଷ ବର୍ଷ ଧରି ରହିଆସିଛି । ବହୁ ନିଃସନ୍ତାନ ଦମ୍ପତି ସନ୍ତାନ ଆଶାରେ ପାର୍ଥସାରଥୀ ଧାମକୁ ଆସିଥାନ୍ତି । ବର୍ଷ ତମାମ ଏହି ପୀଠରେ ଲାଗିଥାଏ ଭକ୍ତଙ୍କ ଗହଳି ।

ସେପଟେ ଚଳିତବର୍ଷ ଏଠାରେ ପାର୍ଥସାରଥୀଙ୍କ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଏହି ରଥରେ ପ୍ରଭୁ ପାର୍ଥସାରଥୀ ନିଜେ ସାରଥୀ ହୋଇ ଯାଇଥାନ୍ତି । ଏଠାକାର ରଥରେ ୮ ଗୋଟି ଚକ ଥିବାବେଳେ ଏହାର ଉଚ୍ଚତା 42 ଫୁଟ 6 ଇଞ୍ଚ ରହିଥାଏ । ଉଭୟ ଆନ୍ଧ୍ର-ଓଡିଶା ସୀମାନ୍ତରେ ଜରଡ଼ା ଗଡ଼ ରହିଥିବା ଯୋଗୁଁ ବହୁ ଭକ୍ତଙ୍କ ଏଠାରେ ସମାଗମ ହୋଇଥାଏ ।

ପୁରୀ ରଥଯାତ୍ରା ସହ ଏହାର ସିଧାସଳଖ ସମ୍ପର୍କ ପୁରାତନ କାଳରୁ ରହିଥିବା ବେଳେ ପୂର୍ବରୁ ପାର୍ଥସାରଥୀଙ୍କ ଆଜ୍ଞାମାଳ ଗଲେ ପୁରୀ ରଥ ଟଣା ଯାଉଥିବା ଲୋକକଥା ଶୁଣିବାକୁ ମିଳେ । ହେଲେ ରଥଯାତ୍ରା ସମୟରେ ଏବେ ମଧ୍ୟ ସମସ୍ତଙ୍କ ବହୁ ମାତ୍ରାରେ ଭିଡ଼ ଜମିଥାଏ ଜରଡାଗଡରେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.