ETV Bharat / state

ଚିକିଟି ମଦ ଟ୍ରାଜେଡି: ଅସୁସ୍ଥଙ୍କୁ MKCGରେ ଭେଟିଲେ ଅବକାରୀ ମନ୍ତ୍ରୀ, କହିଲେ କାହାକୁ ଛଡା ଯିବନି, ବୁଲିବ ବୁଲଡୋଜର - Chikiti Hooch Tragedy - CHIKITI HOOCH TRAGEDY

Chikiti hooch Tragedy: ବିଷାକ୍ତ ମଦ ଘଟଣାରେ MKCGରେ ଅସୁସ୍ଥଙ୍କୁ ଭେଟିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅସୁସ୍ଥଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହ ଜିଲ୍ଲାରେ ବେଆଇନ ମଦ କାରବାର ନେଟୱାର୍କ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ କଠୋର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ପଢନ୍ତୁ ପୂରା ଖବର

ଚିକିଟି ମଦ ଟ୍ରାଜେଡି
ଚିକିଟି ମଦ ଟ୍ରାଜେଡି (ETV Bharat Odisha)
author img

By ETV Bharat Odisha Team

Published : Aug 22, 2024, 10:22 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ମୃତ୍ୟୁକୁ ନେଇ ଆକ୍ସନ ମୋଡରେ ସରକାର । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ହଇଚଇ ହୋଇଥିବା ବିଧାନସଭାରେ ଏହାର ତାତି ଦେଖିବାକୁ ମିଳିଛି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି ଉଠିବା ପରେ ଆଜି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେପଟେ ଆଜି ବ୍ରହ୍ମପୁର ଏମ୍.କେ.ସି.ଜି(MKCG) ମେଡିକାଲରେ ଅସୁସ୍ଥ ବ୍ୟକ୍ତିବିଶେଷଙ୍କୁ ଭେଟିବା ସହିତ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ ଏମ.କେ.ସି.ଜି ମେଡିକାଲରେ ପହଞ୍ଚି ଚିକିଟି ଅଞ୍ଚଳରେ ବିଷାକ୍ତ ଅପମିଶ୍ରିତ ଦେଶୀ ମଦ ପିଇ ଅସୁସ୍ଥ ହୋଇଥିବା ବ୍ୟକ୍ତିବିଶେଷଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆଲୋଚନା କରିଥିଲେ । ସୂଚନା ଥାଉକି, ବିଷାକ୍ତ ମଦ ପିଇ 2 ଜଣ ପ୍ରାଣ ହରାଇଥିବା ବେଳେ 14 ଜଣ ଏବେବି MKCGରେ ଚିକିତ୍ସିତ ହେଉଛନ୍ତି ।

ଚିକିଟି ମଦ ଟ୍ରାଜେଡି (ETV Bharat Odisha)

ଆକ୍ସନ ମୋଡରେ ଅବକାରୀ ବିଭାଗ:

ସ୍ଥିତି ଅନୁଧ୍ୟାନ କରିବା ପରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଚିକିଟିରେ ମଦମୃତ୍ୟୁ ଘଟଣାକୁ ନେଇ ଆକ୍ସନ ମୋଡରେ ରାଜ୍ୟର ଅବକାରୀ ବିଭାଗ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ବ ସଂପର୍ଣ୍ଣ କରାଯାଇଛି । ରାଜ୍ୟରେ ବେଆଇନ ମଦର ଯେଉଁ ନେଟୱାର୍କ ସାରା ରାଜ୍ୟରେ ରହିଛି ତାହାକୁ ବନ୍ଦ କରିବାକୁ ଯାହା ଯାହା ଆବଶ୍ୟକତା ରହିଛି ସେହି ସମସ୍ତ ପ୍ରକାର ଆବଶ୍ୟକତାକୁ ପରିପୂର୍ଣ୍ଣ କରାଯିବା ।’ ଏପରିକି ବେଆଇନ ମଦ କାରବାରର ନେଟୱାର୍କ ଯେପରି ରାଜ୍ୟ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାରେ ରହିଛି ତାହାକୁ ଯେପରି ସଂପୂର୍ଣ୍ଣ ଭାବରେ ବନ୍ଦ ହେବ ସେ ନେଇ ବିଭାଗ କଠୋର ପଦକ୍ଷେପ ନେବାକୁ ଯାଉଥିବା ‘ଇଟିଭି ଭାରତ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ମନ୍ତ୍ରୀ ।

ନିଲମ୍ବିତ ହେଲେ ଇନ୍ସପେକ୍ଟର ଓ ସବ୍‌-ଇନ୍ସପେକ୍ଟର, ବଦଳିଲେ ଅବକାରୀ ଅଧୀକ୍ଷକ:

ମନ୍ତ୍ରୀ ଆହୁରି କହିଛନ୍ତି, ‘ମଦ ମୃତ୍ୟୁ ଘଟଣାରେ ସରକାରୀ କାର୍ଯ୍ୟରେ ଅବହେଳା କରିଥିବା ବ୍ରହ୍ମପୁର ଅବକାରୀ ଜିଲ୍ଲାରେ କାର୍ଯ୍ୟରତ ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍‌-ଇନ୍ସପେକଟର ପ୍ରସନ୍ନ କୁମାର ଜାଲିଙ୍କୁ (ଓଡ଼ିଶା ସରକାରଙ୍କ କର୍ମଚାରୀ ଆଚରଣବିଧି ନିୟମ ୧୯୫୯ ଧାରା-୩ର ଉଲ୍ଲଙ୍ଘନ କରିବା )ଅଭିଯୋଗରେ ନିଲମ୍ବିତ କରାଯାଇଛି । ଏଥିସହ ସେହିପରି ବ୍ରହ୍ମପୁରର ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବଦଳି କରାଯିବା ସହ ତୁରନ୍ତ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ, କଟକରେ ଯୋଗ ଦେବାକୁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନ୍ୟପକ୍ଷରେ କେନ୍ଦୁଝରର ଉପ-ଅଧୀକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କୁ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ଭାବେ ଦାୟିତ୍ବ ନେବା ପାଇଁ ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଛି । ଏଥିସହ ଚିକିଟି ତଦନ୍ତ କରାଯିବା ସହିତ ତଦନ୍ତ ରିପୋର୍ଟ ଆସିବା ପରେ ଯାହା କରାଯିବା କଥା କରାଯିବ ବୋଲି କୁହାଯାଇଛି ।’

ମଦ ମୃତ୍ୟୁର RDC ସ୍ତରୀୟ ତଦନ୍ତ ହେବ:

ମଦ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ଗତ ଦୁଇ ଦିନ ହେଲାଣି ତାତି ଦେଖିବାକୁ ମିଳିଛି । ଗତକାଲି ଓ ଆଜି ମଧ୍ୟ ମଦ ମୃତ୍ୟୁ ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିଥିଲେ ବିରୋଧି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏହା ପରେ ଆଜି ବିଧାନସଭାରେ ହିଁ ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ହେବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ଆଜି ଗଞ୍ଜାମ ଗସ୍ତ ବେଳେ ମନ୍ତ୍ରୀ କହିଛନ୍ତି, ‘ଗଞ୍ଜାମ ଜିଲ୍ଲାର ଚିକିଟିରେ ଅପମିଶ୍ରିତ ଦେଶୀ ମଦ ପାନ କରି ଯେପରି ଘଟଣା ଘଟିଲା ତାହାର ତଦନ୍ତ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର କରିବେ । ଏନେଇ ଆଜି ରାତ୍ର କିମ୍ବା ଆସନ୍ତାକାଲି ସକାଳ ସମୟରେ ନିର୍ଦ୍ଦେଶନାମା ଜାରି କରାଯିବ । ଇତି ମଧ୍ୟରେ ଏହି ଘଟଣାରେ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ସେଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ତଦନ୍ତ ରିପୋର୍ଟ ଉପରେ ରହିବ ସମସ୍ତଙ୍କର ନଜର ।

ରାଜ୍ୟର ୨୧୭ଟି ସ୍ଥାନରେ ଚାଲିଛି ବେଆଇନ ମଦ କାରବାର:

ଏହା ସହ ମନ୍ତ୍ରୀ ଆହୁରି କହିଛନ୍ତି, ‘କେବଳ ଗଞ୍ଜାମ ଜିଲ୍ଲାର ଚିକିଟି ନୁହେଁ ସାରା ରାଜ୍ୟର ୨୧୭ ଟି ସ୍ଥାନରେ ବେଆଇନ ମଦଭାଟିରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ତାହାକୁ ଶାଖା ଦୋକାନ ଗୁଡିକ ମାଧ୍ୟମରେ ବିକ୍ରି କରାଯାଉଛି । ବେଆଇନ ମଦ ବିକ୍ରି କିଭଳି ବନ୍ଦ ହେବ ସେ ନେଇ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ଗଞ୍ଜାମ ଜିଲ୍ଲାର ଚିକିଟି ସମେତ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, ଭଞ୍ଜନଗର , କବିସୂର୍ଯ୍ୟନଗର,ଦିଗପହଣ୍ଡି ଅଞ୍ଚଳରେ କିଭଳି ବେଆଇନ ଦେଶୀ ମଦ କାରବାର କରାଯାଉଛି ତାହାକୁ ଚିହ୍ନଟ କରାଯାଇଥିବା ବେଳେ ଏହାକୁ ବନ୍ଦ କରିବାକୁ ଯଦି ବୁଲଡୋଜର ଚଢାଇବା ପର୍ଯ୍ୟନ୍ତ ପଦକ୍ଷେପ ନିଆଯିବା ସହିତ ଏଭଳି କାରବାରରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହା ମଧ୍ୟ ପଢନ୍ତୁ: ଚିକିଟି ମଦ ଟ୍ରାଜେଡି: ଗଲାଣି 2 ଜୀବନ, ଏବେ ବି ହସ୍ପିଟାଲରେ 16ରୁ ଅଧିକ ଅସୁସ୍ଥ, ଆଜି ଯିବ ବିଜେଡି ଫ୍ୟାକ୍ଟ-ଫାଇଣ୍ଡିଂ ଟିମ୍‌

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.