ETV Bharat / state

ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ଧରାପୃଷ୍ଠ, ସବୁଠି ଚାଲିଛି ଗଜାନନଙ୍କ ଆରାଧନା - GANESH PUJA CELEBRATION

author img

By ETV Bharat Odisha Team

Published : Sep 7, 2024, 9:38 PM IST

GANESH PUJA 2024: ପବିତ୍ର ଗଣେଶ ଚତୁର୍ଥୀ ଚଳଚଞ୍ଚଳ ପାଇଁ ସମଗ୍ର ରାଜ୍ୟ । ରାଉରକେଲା ଠାରୁ ତାଳଚେର ସବୁଠି ଆଧ୍ୟାତ୍ମିକ ପରିବେଶ । ଅଧିକ ପଢନ୍ତୁ

GANESH PUJA CELEBRATION
GANESH PUJA CELEBRATION (ETV Bharat Odisha)

ରାଉରକେଲା/ଢେଙ୍କାନାଳ/ତାଳଚେର: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ଆଜି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା । ଆଜି ବୁଦ୍ଧି ବିଦ୍ୟାଦାତା ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ରାଉରକେଲାବାସୀ । ଶ୍ରଦ୍ଧାଳୁ ମାନେ ବୁଦ୍ଧିବିଦ୍ୟା ସହ ସମସ୍ତ ବାଧା ବିଘ୍ନ ହରିବା ପାଇଁ ବିଘ୍ନନାଶକଙ୍କ ପାଖରେ ନତ ମସ୍ତକ କରିଛନ୍ତି । ରାଉରକେଲା ସହରରେ ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟଙ୍କ ଆରଧନା ଚାଲିଛି । ଭଗବାନ ଗଣେଶଙ୍କ ମୂର୍ତ୍ତି ଫୁଲ ଓ ମାଳାରେ ସଜ୍ଜିତ ହୋଇ ଖୁବ ଆକର୍ଷଣୀୟ ଦେଖା ଯାଇଥିଲା ।

ଆଜି ଗଜାନନଙ୍କ ଜନ୍ମ ଦିନ: ଏନେଇ ମନ୍ଦିର ପୂଜକ ସୁରେଶ ଚନ୍ଦ୍ର ପଣ୍ଡା କହିଛନ୍ତି,"ଆଜି ଭୋରରୁ ପୂଜାର୍ଚ୍ଚନା ଅଗ୍ରପୂଜ୍ୟଙ୍କ ଜାରି ରହିଛି । ସକାଳୁ ମହାସ୍ନାନ କରିବା ସହ ଉପଚାର ପୂଜା,ମଙ୍ଗଳ ଆଳତି ସହ ହୋମ ଯଜ୍ଞ ଜାରି ରହୁଛି । ଭକ୍ତ ଏବଂ ଭଗବାନଙ୍କ ମିଳନ ଲାଗି ଆଜି ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଭକ୍ତ ଭଗବାନଙ୍କ ପାଇଁ ଟାଣି ହୋଇ ଆସୁଛନ୍ତି । ଆଜି ଅଗ୍ରପୂଜ୍ୟଙ୍କ ଜନ୍ମ ଦିବସ ତେଣୁ ଆଜି ଖୁବ ଉତ୍ସାହର ସହ ସମସ୍ତ ପୂଜାର୍ଚ୍ଚନା ସହ ଅନ୍ୟାନ୍ୟ ନୀତିକାନ୍ତି ପାଳନ ହେବ ।"

ଏହା ମଧ୍ୟ ପଢନ୍ତୁ ....Eco friendly Ganesh: ତେନ୍ତୁଳି ମଞ୍ଜିରେ ଗଜାନନ, ମନ ମୋହୁଛି ଇକୋ ଫ୍ରେଣ୍ଡଲି ଗଣେଶ - Ganesh Puja 2024

ଝଲସୁଛି କୋଇଲା ନଗରୀ ତାଳଚେର:

ତାଳଚେରର ଗଣପର୍ବ ଗଣେଶ ପୂଜା ଆଜି ଠାରୁ ଆରମ୍ଭ ହେଉଥିବାରୁ ଉତ୍ସବ ମୁଖର ହୋଇଉଠିଛି ପୁରା ସହର । ସମସ୍ତ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ପୋଲିସ ଓ ପ୍ରଶାସନ ସମସ୍ତେ ତତ୍ପର । ଆଜିଠାରୁ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଗଜାନନ ।ଏହା ତାଳଚେରର ଗଣପର୍ବ ହୋଇଥିବାରୁ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏଥର ତାଳଚେର ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ବ ଛୋଟ ବଡ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ । ତେବେ ଏ ନେଇ ଆଜିଠାରୁ ତାଳଚେର ଅଞ୍ଚଳ ଏବେ ବେଶ ଚଳଚଞ୍ଚଳ ହୋଇଉଠିଛି । ତେବେ ଚଳିତ ବର୍ଷ ପୂଜା 7 ତାରିଖରୁ ଆରମ୍ଭ ହୋଇ 18 ତାରିଖ ଇନ୍ଦୁ ପୂର୍ଣ୍ଣିମା ଦିନ ଭସାଣି କାର୍ଯ୍ୟକ୍ରମରେ ଶେଷ ହେଉଥିବାରୁ ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ ସମସ୍ତ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ । ପୂଜାମଣ୍ଡପ ଗୁଡିକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି ।

ଏହା ମଧ୍ୟ ପଢନ୍ତୁ .....ବୋତଲ ଭିତରେ ସୁକ୍ଷ୍ମ କଳାକୃତି, ଗଣେଶ ପୂଜାର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ - Ganesh Chaturthi 2024

ଢେଙ୍କାନାଳରେ ଲାଲବାଗଚା ରାଜା:

ଆଜି ଠାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ଗଣେଶ ଚତୁର୍ଥୀ ଅବସରରେ ଆଜି ଅଗ୍ରପୂଜ୍ୟ ପ୍ରଭୁ ଗଣେଶଙ୍କ ପୂଜା ଆରମ୍ଭ ହୋଇଛି । ଢେଙ୍କାନାଳ ଜିଲ୍ଲା ବ୍ୟାପି ପ୍ରଭୁ ବିଘ୍ନରାଜଙ୍କ ପୂଜା ଆରମ୍ଭ ହୋଇଥିବାରୁ ଢେଙ୍କାନାଳ ଉତ୍ସବର ମହୋଲ ସୃଷ୍ଟି କରିଛି । ସହରରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ମଣ୍ଡପରେ ପ୍ରଭୁ ବିଘ୍ନ ବିନାଶକ ପୂଜା ପାଉଛନ୍ତି । ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ସାଙ୍ଗକୁ ପୂଜାପାଠରେ ଢେଙ୍କାନାଳ ସହର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଏସବୁ ମଧ୍ୟରେ କୈବ୍ୟଲ୍ୟ ବଜାର ବଜରଙ୍ଗ କ୍ଲବ ପକ୍ଷରୁ ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଇଛି ଗଣେଶ ପୂଜା । ଏହି ପୂଜା ମଣ୍ଡପରେ ମହାରାଷ୍ଟ୍ରର ଲାଲବଗଚା ରାଜା ଗଣେଶ ପୂଜାର ପରମ୍ପରାକୁ ପାଳିଛନ୍ତି। ଏପରିକି ମହାରାଷ୍ଟ୍ରରୁ ଦେଢଲକ୍ଷ ଟଙ୍କା ମୂଲ୍ୟର ରାଜା ଗଣେଶ ମୂର୍ତ୍ତି ଢେଙ୍କାନାଳକୁ ଆଣି ପୂଜା ମଣ୍ଡପରେ ସ୍ଥାନିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ରାଜଧାନୀର ପୂଜା ପାଇଲେ ଗଛ ଗଣେଶ,ଫୋକସରେ ପରିବେଶ ସୁରକ୍ଷା - Ganesh Chaturthi 2024

ଇଟିଭି ଭାରତ,ରାଉରକେଲା/ଢେଙ୍କାନାଳ/ତାଳଚେର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.