ETV Bharat / state

ଗଜପତିରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତିକୁ ନା, ଏଣେ ପୂଜା ପାଇଁ ଝଲସିଲାଣି ଝାରସୁଗୁଡ଼ା - Ganesh Puja 2024

author img

By ETV Bharat Odisha Team

Published : Sep 6, 2024, 9:46 PM IST

Ganesh Puja preparation: ଗଜପତି ଜିଲ୍ଲାରେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି ଉପରେ କଟକଣା ଜାରି କରାଯାଇଛି । ଏପଟେ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଝାରସୁଗୁଡ଼ା । ଅଧିକ ପଢ଼ନ୍ତୁ

GANESH PUJA 2024
GANESH PUJA 2024 (ETV Bharat Odisha)

ପାରଳାଖେମୁଣ୍ଡି/ଝାରସୁଗୁଡ଼ା: ରାତି ପାହିଲେ ପ୍ରଭୁ ବିଘ୍ନ ବିନାଶକ ଗଜାନନଙ୍କ ପୂଜା । ଗଣପତିଙ୍କ ଆଗମନ ପଲ୍ଲୀ ଠାରୁ ସହର ସବୁଠି ପ୍ରସ୍ତୁତି ଜୋରଦାର । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଜପତି ଜିଲ୍ଲାରେ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ବ୍ୟବହାର ଉପରେ ପ୍ରଶାସନ କଟକଣା ଜାରି କରିଥିବାରୁ ମାଟି ମୂର୍ତ୍ତି କିଣୁଛନ୍ତି ପୂଜା କମିଟି । ଗତ କିଛି ବର୍ଷ ଧରି ଗଣେଶ ପୂଜାରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତିର ବହୁଳ ବ୍ୟବହାର ହେଉଥିଲା । ହେଲେ ଏଥିପାଇଁ ପରିବେଶ ପ୍ରଦୁଷଣ ହେଉଥିବା ଯୋଗୁଁ ଏହା ବ୍ୟବହାର ଉପରେ କଟକଣା ଲାଗିଛି । ଏହାକୁ ନେଇ ସାଧାରଣ ଲୋକେ ଖୁସି ପ୍ରକାଶ କରିବା ସହ ମାଟିମୂର୍ତ୍ତି ହିଁ ଉଭୟ ପରିବେଶ ଏବଂ ପୂଜା ଉପଯୋଗୀ ବୋଲି କହିଛନ୍ତି ।

GANESH PUJA 2024 (ETV Bharat Odisha)

ପ୍ଲାଷ୍ଟର ଅଫ୍ ପ୍ୟାରିସକୁ ନା:

ପଲିଥିନ୍ ପରେ ପ୍ଲାଷ୍ଟର ଅଫ୍ ପ୍ୟାରିସ ଉପରେ କଟକଣା ଜାରି କରିଛି ଗଜପତି ଜିଲ୍ଲା ପ୍ରଶାସନ । ଗତ କିଛି ବର୍ଷ ହେଲା ଗଣେଶ ପୂଜା ସମୟରେ ହଜାର ହଜାର ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନିର୍ମିତ ପ୍ରତିମା ବିକ୍ରି କରାଯାଉଥିଲା । ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ପରିବେଶ ପାଇଁ ଅନୁକୂଳ ନୁହେଁ ବୋଲି ପରିବେଶବିତମାନେ କହୁଥିବା ବେଳେ ପୁରାଣ ଶାସ୍ତ୍ର ଅନୁସାରେ ମୃଣ୍ମୟୀପ୍ରତିମା ପୂଜା କରିବାର ନିୟମ ରହିଥିବା ହିନ୍ଦୁ ଧର୍ମର ପୂଜକମାନେ କହି ଆସୁଥିଲେ । ହେଲେ ଆଜି ଯାଏଁ ଏହାକୁ କେହି ଗୁରୁତ୍ବ ଦେଉନଥିବରୁ ପ୍ରତିବର୍ଷ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବିକ୍ରି ବୃଦ୍ଧି ପାଇବାରେ ଲାଗିଥିଲା । ଫଳରେ ମୂର୍ତ୍ତି କାରିଗରମାନେ କ୍ଷତିର ସମ୍ମୁଖୀନ ହୋଇଥିଲେ । ତେବେ ଗତ ବର୍ଷ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି ଉପରେ କଟକଣା ଲଗାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ପ୍ଲାଷ୍ଟର ଅଫ ପ୍ୟାରିସ ପରିବେଶ ପାଇ ଅନୁକୂଳ ନୁହେଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହାକୁ ବନ୍ଦ କରାଯାଇଛି । ଏହାକୁ ନମାନି ଯେଉଁମାନେ ବିକ୍ରି କରିବେ କିମ୍ବା ପୂଜାରେ ଏହି ମୂର୍ତ୍ତିକୁ ବ୍ୟବହାର କରିବେ ସେମାନଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଆସୁଛି ପାର୍ବଣ ଋତୁ; ପୂଜା ବଜାରରେ ଧମାଲ୍ କରିବ ମେଲୋଡି, ଝୁମିବେ ଦର୍ଶକ - melody team preparation
କ'ଣ କହୁଛନ୍ତି ମୂର୍ତ୍ତି କାରିଗର :

ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି ବିକ୍ରି ଏବଂ ପୂଜା ଉପରେ ପ୍ରଶାସନ ଯେଉଁ କଟକଣା ଜାରି କରିଛି ତାହାକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି । ଏହାକୁ ନେଇ ମୂର୍ତ୍ତି କାରିଗର କହିଛନ୍ତି, "ମାଟିରେ ମୂର୍ତ୍ତି ତିଆରି କରି ବିକ୍ରି କରି ବର୍ଷକର ରୋଜଗାର କରୁଥିଲୁ । କିନ୍ତୁ ଯେଉଁଦିନ ଠାରୁ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି ବଜାରକୁ ପସିଲା ଆମ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିଲା । ଫଳରେ ଆମେ ମୂର୍ତ୍ତି କରିବା ଏକ ପ୍ରକାର ବନ୍ଦ କରିଦେଲୁ । ଯେଉଁମାନେ ଆମକୁ ଆଗ୍ରୀମ ଅର୍ଡର କରୁଥଲେ ସେମାନଙ୍କ ପାଇଁ ହିଁ ମୂର୍ତ୍ତି ନିର୍ମାଣ କରୁଥିଲୁ । ଚଳିତ ବର୍ଷ ମଧ୍ୟ ତାହାହିଁ କରିଛୁ । ପ୍ରଶାସନ ଚଳିତ ବର୍ଷ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବନ୍ଦ କରିବା ଦ୍ବାରା ମାଟି ମୂର୍ତିର ଚାହିଦା ବୃଦ୍ଧି ପାଇବ । କିନ୍ତୁ ଏହା ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଲୋକେ ଆନ୍ଧ୍ରରୁ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ଆଣିବାରେ ସକ୍ଷମ ହେଉଛନ୍ତି । ତେଣୁ ଏହାକୁ ରୋକିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କଲେ ଆମେ ଅଧିକ ମୂର୍ତ୍ତି କରିପାରିଥାନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ଗଣେଶ ମୂର୍ତ୍ତିକୁ ଶୁଣ୍ଢରେ ଭାଙ୍ଗି କଚାଡି ଦେଲା ହାତୀ, ଚିନ୍ତାରେ କାରିଗର - elephant breaks ganesh idol

ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଉପରେ କଟକଣା ଭଲ ପଦକ୍ଷେପ :

ସେପଟେ ବୁଦ୍ଧିଜୀବୀ କହିଛନ୍ତି, "ପ୍ରଶାସନ ଚଳିତ ବର୍ଷ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଉପରେ କଟକଣା ଜାରି କରି ଏକ ଭଲ ପଦକ୍ଷେପ ଗ୍ରହଣ କରିଛି । ଏହା ପରିବେଶ ଉପରେ କୁପ୍ରଭାବ ପକାଉଥିଲା । ତେଣୁ ଏହା ବନ୍ଦ ହେବା ଦ୍ବାରା ପରିବେଶକୁ କିଛି ମାତ୍ରାରେ ସ୍ବଚ୍ଛତା ରଖାଯାଇପାରିବ ।"
ସେପଟେ ଜଳବାୟୁରେ ଅହେତୁକ ପରିବର୍ତ୍ତନ ଦେଖାଦେଉଥିବା ବେଳେ ଏଥିପାଇଁ ପରିବେଶ ପ୍ରଦୁଷଣକୁ ଦାୟୀ କରାଯାଉଛି । ହେଲେ ପଲିଥିନ୍ ପରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଉପରେ ପ୍ରଶାସନର କଟକଣା ପ୍ରରିବେଶ ପ୍ରଦୁଷଣକୁ କିଛି ମାତ୍ରାରେ ରୋକିପାରିବ ।
ଏହା ମଧ୍ୟ ପଢ଼ନ୍ତୁ...ପାଟି ଫିଟୁନି କଥା କହୁଛି ତାଙ୍କ ହାତ କାରିଗରୀ, ଗଢୁଛନ୍ତି ସୁନ୍ଦର ଗଜାନନଙ୍କ ମୂର୍ତ୍ତି - Ganesh Puja 2024

ଆସିବେ ଗଜାନନ, ଚଳଚଞ୍ଚଳ ଝାରସୁଗୁଡା :

GANESH PUJA 2024 (ETV Bharat Odisha)

ସେପଟେ ବିଘ୍ନ ବିନାଶକଙ୍କ ଆଗମନ ପାଇଁ ବେଶ ଚଳଚଞ୍ଚଳ ଝାରସୁଗୁଡା ଜିଲ୍ଲା । ଗଜାନନଙ୍କ ଆଗାମନ ପାଇଁ ସ୍କୁଲ ପିଲାଙ୍କଠୁ ନେଇ ସମସ୍ତ ପୂଜା କମିଟିରେ ଆନନ୍ଦ ଉତ୍ସାହ । ଗଜାନନଙ୍କ ଧରାବତରଣ ପାଇଁ ଶେଷ ହେଲାଣି ସମସ୍ତ ପ୍ରସ୍ତୁତି । ମୂର୍ତ୍ତି କାରିଗରମାନେ ମୂର୍ତ୍ତି ଗଢିବା ସହ ରଙ୍ଗ କାର୍ଯ୍ୟ ଶେଷ କଲେଣି । ମାଟି, ରଙ୍ଗ, କପଡା ଆଣି ପ୍ରାୟ ଏକ ମାସ ପରିଶ୍ରମ କରି ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ତିଆରି କରିଛନ୍ତି କାରିଗର । ଏକ ଫୁଟରୁ ଆରମ୍ଭ କରି ୧୫ ଫୁଟ ଯାଏଁ ମୂର୍ତ୍ତି ସେମାନଙ୍କ ପାଖରେ ଉପଲବ୍ଧ ରହିଛି । ମୂର୍ତ୍ତି ଗୁଡିକର ଦର ମଧ୍ୟ ୨୦୦ ଟଙ୍କାରୁ ଆରମ୍ଭ କରି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ଗଣେଶ ପୂଜାରେ ମୂର୍ତ୍ତି ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି ଏହି କାରିଗର । ଗଣେଶ ପୂଜାରୁ ହିଁ ପାର୍ବଣ ଋତୁର ଆରମ୍ଭ ହୋଇଯାଏ । ତେଣୁ ଗଜାନନଙ୍କ ପୂଜାକୁ ଅପେକ୍ଷା କରି ଥାଆନ୍ତି ଏହି କାରିଗର । ଗଣେଶ ପୂଜା ପରେ ପରେ ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, କାଳୀପୂଜା, କାର୍ତ୍ତିକେୟ ପୂଜା ପାଇଁ ମୂର୍ତ୍ତି ଗଢି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି କାରିଗର ।

ଏହା ମଧ୍ୟ ପଢ଼ନ୍ତୁ...Rain Alert: ଫିକା ପଡ଼ିବ ଗଣେଶ ପୂଜା ! ପ୍ରବଳ ବର୍ଷାରେ ଭାସିବ ଏସବୁ ଜିଲ୍ଲା, ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ଜାରି - Odisha Weather Update

ପୂଜା କମିଟିଙ୍କ ମଧ୍ୟରେ ପ୍ରତିଯୋଗିତା:

ଅନ୍ୟପଟେ ପୂଜା କମିଟି ଗୁଡିକର ପ୍ରସ୍ତୁତି ମଧ୍ୟ ଶେଷ ହେଲାଣି । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ପୂଜା ମଣ୍ଡପ ତିଆରି ଶେଷ ହେଲାଣି । ମଣ୍ଡପ, ତୋରଣ, ମୂର୍ତ୍ତିକୁ ସବୁଠୁ ଭିନ୍ନ ଏବଂ ସୁନ୍ଦର କରି ଶ୍ରେଷ୍ଠ ପୂଜା କମିଟିର ଆଖ୍ୟା ପାଇବା ପାଇଁ ପୂଜା କମିଟି ଗୁଡିକ ଭିତରେ ଲାଗିଛି ପ୍ରତିଯୋଗିତା । କିଏ ୧୦ ଫୁଟ ମୂର୍ତ୍ତି କରୁଛି ତ କିଏ ୧୫ ଫୁଟ । ସେହପରି କିଏ ଜିଲ୍ଲା ବାହାରୁ କାରିଗର ଆଣିଛି ତ କିଏ ଲାଇଟ ସାମଗ୍ରୀ । ପୁଣି କିଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛି । ଝାରସୁଗୁଡା ଜିଲ୍ଲାରେ ଗାଁଠୁ ସହର ସବୁଠି ବେଶ ଉତ୍ସାହର ସହ ପାଳନ କରାଯାଏ ଗଣେଶ ପୂଜା । ବିଘ୍ନ ବିନାଶକଙ୍କ ଆଗାମନକୁ ଜିଲ୍ଲାବାସୀ ମଧ୍ୟ ଅପେକ୍ଷା କରିଥାଆନ୍ତି । ପରିବାର ସହ ମେଢ଼ ବୁଲି ପ୍ରଭୁ ଗଣେଶଙ୍କ ଦର୍ଶନ କରି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଥାଆନ୍ତି ଝାରସୁଗୁଡାବାସୀ ।

ଇଟିଭି ଭାରତ, ଗଜପତି/ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.